ଛଣଗିରି ସ୍ଵର୍ଣ୍ଣ ଅଳଙ୍କାର ପ୍ରତିଷ୍ଠାନରୁ ଲୁଟ ଘଟଣାର ପର୍ଦ୍ଦାଫାଶ

ଛଣଗିରି ସ୍ଵର୍ଣ୍ଣ ଅଳଙ୍କାର ପ୍ରତିଷ୍ଠାନ ରୁ ଲୁଟ ଘଟଣାର ଛଣଗିରି ସ୍ଵର୍ଣ୍ଣ ଅଳଙ୍କାର ପ୍ରତିଷ୍ଠାନରୁ ଲୁଟ ଘଟଣାର ପର୍ଦ୍ଦାଫାଶ। ଜବତ ହେଲା ଲୁଟ ସୁନା, ରୂପା, ନଗଦ ଟଙ୍କା, ଘଟଣାରେ ୪ ଗିରଫ ।ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଛଣଗିରୀ ଗ୍ରାମରେ ଥିବା ସ୍ଵର୍ଣ୍ଣ ଅଳଙ୍କାର ପ୍ରତିଷ୍ଠାନ ରୁ ଗତ ୨୪ ତାରିଖ ଦିନ ଦ୍ୱିପହର ସମୟ ରେ ଲୁଟ ହୋଇଥିବା ଘଟଣାର ପର୍ଦ୍ଧାଫାଶ କରିଛି ଜିଲ୍ଲା ପୋଲିସ। ଗତ ୨୪ତାରିଖ ରେ ୧୦ ଜଣ ଡକାୟତ ମୁଖା, ହେଲମେଟ ପିନ୍ଧି ବନ୍ଧୁକ, ବମ୍ ଫୁଟାଇ ସମସ୍ତ ସ୍ଵର୍ଣ୍ଣ ରୂପା,ଅଳଙ୍କାର,ନଗଦ ଟଙ୍କା ଲୁଟ କରି ବାଇକ୍ ଯୋଗେ ପଳାଇଥିଲେ। ଲୁଟ ସମୟ ର ଦୃଶ୍ୟ ସିସିଟିଭି ଫୁଟେଜ ରେ ମିଳିଥିଲା। ସାଇ ସୋନୁ ଅଳଙ୍କାର ପ୍ରତିଷ୍ଠାନ ର ମାଲିକ ଅରୁନ୍ଧତୀ ସାହୁ ଙ୍କ ଅଭିଯୋଗ କ୍ରମେ ଜଂକିଆ ପୋଲିସ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଏସପି ବିବେକାନନ୍ଦ ଶର୍ମା ଙ୍କ ନିର୍ଦ୍ଧେଶ ରେ ତିନୋଟି ଟିମ୍ ବିଭିନ୍ନ ସ୍ଥାନ ରେ ଚଢ଼ାଉ କରି ଏହି ଲୁଟ ଘଟଣାର ପର୍ଦ୍ଧାଫାଶ କରିଛନ୍ତି। ଘଟଣାରେ ୪ଜଣ ଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୯୦୦ଗ୍ରାମ ସୁନା , ୨କିଲୋ ୩୬୩ ଗ୍ରାମ ରୂପା, ଓ ନଗଦ ୯ଲକ୍ଷ ୪୫ହଜାର ଟଙ୍କା ଜବତ ହୋଇଛି। ଏହି ଘଟଣା ରେ ୪ଜଣ କୁଖ୍ୟାତ ଡକାୟତ ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଦେଶୀ ବନ୍ଧୁକ, ଜୀବନ୍ତ ଗୁଳି, ଓ ମାରଣାସ୍ତ୍ର ଜବତ ହୋଇଛି । ଲୁଟ ରେ ୧୦ଜଣ ସମ୍ପୂର୍କ୍ତ ଥିବାବେଳେ ୪ଜଣ ଙ୍କୁ ଗିରଫ କରିବାରେ ସଫଳ ହେବା ସହ ଅନ୍ୟ ମାନଙ୍କୁ ଚିହ୍ନଟ କରିଛି ପୋଲିସ।। ଏ ସମ୍ପର୍କ ରେ ପୋଲିସ ଡି ଆଇ ଜି ସତ୍ୟଜିତ ନାୟକ ଏକ ସାମ୍ବାଦିକ ସମ୍ମିଳନୀ ରେ ଏହି ଲୁଟ ଘଟଣାର ପର୍ଦ୍ଧାଫାଶ କରି କହିଲେ ଯେ ଏହା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ଥିଲା, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଭୁବନେଶ୍ୱର ଅଞ୍ଚଳ ରେ ରେଡ କରି ସମସ୍ତ ଲୁଟ ସୁନା ରୂପା ଏବଂ ଚୋରା ସୁନା କିଣିଥିବା ଲୋକ ଠାରୁ ନଗଦ ଟଙ୍କା ଜବତ ହୋଇଛି

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *