ରାଜଧାନୀରୁ ଦେଢ଼ ବର୍ଷର ଶିଶୁପୁତ୍ର ଅପହରଣ ଘଟଣାରେ ପୁଲିସକୁ ବଡ଼ ସଫଳତା। ବାଲେଶ୍ୱରରୁ ଶିଶୁପୁତ୍ରକୁ ଉଦ୍ଧାର କରିଛି ପୁଲିସ। ଖାରବେଳନଗର ଥାନାରେ ଏ ନେଇ ଏତଲା ହୋଇଥିଲା। ଅପହରଣର ୪୮ ଘଣ୍ଟା ଭିତରେ ଅପହରଣକାରୀକୁ ଗିରଫ ସହ ଶିଶୁପୁତ୍ରକୁ ଉଦ୍ଧାର କରି ମାଆର ଜିମା ଦେଇଛି ପୁଲିସ। ଆରପିଏଫ, ପଶ୍ଚିମବଙ୍ଗ ପୁଲିସ, ବାଲେଶ୍ୱର ପୁଲିସ ଓ ଭୁବନେଶ୍ୱର ପୁଲିସର ମିଳିତ ସହଯୋଗରେ ଏହି ମାମଲାରେ ଯବନିକା ପଡ଼ିଛି। ରେସକ୍ୟୁ ଅପରେସନରେ ୪ଟି ଟିମ୍ ଲାଗିଥିଲା। ଘଟଣାଟି ଏପ୍ରିଲ ୧୩ ତାରିଖର। ୨୫ ବର୍ଷୀୟା ଦୃଷ୍ଟିବାଧିତ ମହିଳା ଯିଏ ନିଳାଦ୍ରିବିହାର କନ୍ୟାଶ୍ରମରେ ରୁହନ୍ତି। ରାମମନ୍ଦିର ଆଗରେ ଭିକ ମାଗି ଚଳୁଥିବା ମହିଳା ସଂଧ୍ୟାରେ କନ୍ୟାଶ୍ରମକୁ ଫେରିଥାଆନ୍ତି। କିନ୍ତୁ ୧୨ ତାରିଖ ରାତିରେ ବର୍ଷା ପାଇଁ ସେ କନ୍ୟାଶ୍ରମକୁ ଫେରିନପାରି ମନ୍ଦିର ଆଗରେ ହିଁ ନିଜର ୭ ବର୍ଷର ଝିଅ ଓ ୨ ବର୍ଷର ପୁଅ ସହ ଶୋଇପଡ଼ିଥିଲେ। ବିଳମ୍ୱିତ ରାତି ୨ଟାରେ ଅଜଣା ବ୍ୟକ୍ତି ଆସି ତାଙ୍କ ପୁଅକୁ ଜୁସ୍ ପିଇବାକୁ ଦେଇଥିଲା। ବିଶ୍ୱାସ ଜନ୍ମାଇବାକୁ ପିଲାଙ୍କ ସହ ଖେଳିଥିଲା ଆଗ। ଆଉ ଅଚାନକ ପିଲାଟିକୁ ଧରି ସେଠାରୁ ଧାଇଁଥିଲା। ପିଲାକୁ ବହୁ ଖୋଜିଥିଲେ ବି ପାଇନଥିଲା ମାଆ। ଶେଷରେ ସକାଳ ୯ଟା୧୭ରେ ଖାରବେଳନଗର ଥାନାରେ ଯାଇ ଏତଲା ଦେଇଥିଲେ।ଶେଷରେ ବାଲେଶ୍ୱର ଜିଲ୍ଲା ଗଙ୍ଗାଧରପୁର ଗାଁରୁ ଅପହରଣକାରୀ ୨୭ ବର୍ଷୀୟ ଯୁବକ କେଦାରସାନ ପଣ୍ଡାଙ୍କୁ ଗିରଫ କରିବା ସହ ତାଠୁ ଶିଶୁପୁତ୍ର ଉଦ୍ଧାର କରିଛି ପୁଲିସ।ହନୁମାନ ଜୟନ୍ତୀରେ ମନ୍ଦିର ବେଶ୍ ଗହଳି ଥିଲା। ସଂଧ୍ୟାରେ ବର୍ଷାପବନରୁ ଘରକୁ ଫେରିପାରିନଥିବା ମହିଳାଙ୍କ ଲାଗି ଯେ ବଡ଼ ବିପଦ ଥିଲା, ସେ ବା କାହୁଁ ଜାଣିବେ। ଶିଶୁପୁତ୍ରକୁ ଧରି ଭୁବନେଶ୍ୱର ରେଲଓ୍ୱେ ଷ୍ଟେସନ ପହଞ୍ଚିଥିଲା। ସେଠାରୁ ବାଲେଶ୍ୱର ଯାଇଥିଲା। ପୂର୍ବ ଯୋଜନା ମୁତାବକ, ସେଠାରେ ଝେଲମ ରାଣୀ ପଣ୍ଡା ଷ୍ଟେସନରେ ଅପେକ୍ଷା କରିଥିଲା। ଅଭିଯୁକ୍ତ କେଦାରସାନ ବେଙ୍ଗାଲୁରୁରେ ପୂର୍ବରୁ ଜମାଟୋ ଓ ସ୍ୱିଗିରେ ଡେଲିଭରି ବୟ କାମ କରୁଥିଲା। ଝେଲମରାଣୀ ପଣ୍ଡାଙ୍କ ସ୍ୱାମୀ ବି ସେଠାରେ ସୁରକ୍ଷାକର୍ମୀ ଭାବେ କାମ କରେ। ମାସକ ଆଗରୁ କେଦାରସାନ ଓ ଝେଲମଙ୍କ ଭିତରେ ଫୋନରେ ସମ୍ପର୍କ ବଢ଼ିଥିଲା। ଝେଲମଙ୍କ ଦୁଇ ଝିଅ ଓ ଗୋଟିଏ ପୁଅ ଅଛି। ୯ ବର୍ଷର ପୁଅ ଗମ୍ଭୀର ବେମାରରେ ପୀଡ଼ିତ। ସେଥିଲାଗି ଏକ ଶିଶୁପୁତ୍ରକୁ ପୋଷ୍ୟ ଭାବେ ଗ୍ରହଣ କରିବ ବୋଲି ଝେଲମ କେଦାରକୁ କହିଥିଲା। ଅନାଥ ଶିଶୁକୁ ଗ୍ରହଣ କରି ପୂଣ୍ୟ କମାଇବାକୁ ଚାହୁଁଥିଲା ଝେଲମ ବୋଲି ପୁଲିସ ଜେରାରେ କହିଛି। ଏମିତି କଲେ ତାଙ୍କ ନିଜ ପୁଅ ଆରୋଗ୍ୟ ହୋଇଯିବ ବୋଲି ବିଶ୍ୱାସ ଥିଲା। ସେଥିଲାଗି ଝେଲମ କଥାରେ କେତେ ସତ୍ୟତା ରହିଛି, ତାହାର ଛାନଭିନ୍ କରୁଛି ପୁଲିସ। କେଦାର ନାଁରେ ଗାଡ଼ି ଚୋରୀର ଏକାଧିକ ମାମଲା ପାହାଳ ଓ ଯାଜପୁର ଥାନାରେ ରହିଛି।
ବାଇଟ-
ବାଇଟ
(ଫାଭିଓ) ଅପହରଣର ୪୮ ଘଣ୍ଟା ଭିତରେ ମା କୋଳକୁ ଫେରିଲା ଶିଶୁପୁତ୍ର। କିନ୍ତୁ ପୁରା ପ୍ରକରଣକୁ ନେଇ ସବୁଠି ଚର୍ଚ୍ଚା।

Naxatra News is now on Whatsapp
Join and get latest news update delivered to you via whatsapp
Join Now