କୋଲକାତାର ବ୍ୟବସାୟୀ କୌସ୍ତବ ରାୟଙ୍କୁ ଗିରଫ କଲା ଇଡି

Spread the love

କୋଲକାତା : କୋଲକାତାର ଖ୍ୟାତନାମା ବ୍ୟବସାୟୀ କୌସ୍ତବ ରାୟଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଆର୍ଥିକ ଅନିୟମିତତା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ପଚରା ଉଚରା ପରେ ତାଙ୍କୁ ଗିରଫ କରାଯାଇଛି । ସେ ତଦନ୍ତରେ ଅସହଯୋଗ କରିଥିବା କୁହାଯାଉଛି ।

ଏହା ପୂର୍ବରୁ ୨୦୨୨ ଡିସେମ୍ବରରେ ଇଡି କୌସ୍ତବଙ୍କ କମ୍ପ୍ୟୁଟର କମ୍ପାନୀ ଆରପି ଇନଫୋ ସିଷ୍ଟମ ଲିମିଟେଡ଼ର କାର୍ଯ୍ୟାଳୟରେ ଚଢ଼ଉ କରିଥିଲା । ୨୦୧୮ ମାର୍ଚ୍ଚରେ ସିବିଆଇ ମଧ୍ୟ କୌସ୍ତବଙ୍କୁ ଗିରଫ କରିଥିଲା । ସେ କୋଲକାତାର ଏକ ପ୍ରଖ୍ୟାତ ଟିଭି ଚ୍ୟାନେଲର ମାଲିକ ଏବଂ ରାଜ୍ୟରେ ଶାସନ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସର ଅତ୍ୟନ୍ତ ନିକଟତର ଭାବେ ଜଣାଶୁଣା । 

Leave a Reply

Your email address will not be published. Required fields are marked *