ବଞ୍ଚିଛି ଆତଙ୍କବାଦୀ ଓସାମା ବିନ ଲାଡେନର ପୁଅ ହମଜା ବିନ ଲାଡେନ । ଆଫଗାନିସ୍ତାନରେ ଆତଙ୍କବାଦୀ ସଙ୍ଗଠନ ଅଲକାଇଦାରେ ନେଉଛି ନେତୃତ୍ବ । ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଛି ଲାଡେନର ପୁଅ । ଏନେଇ ବ୍ରିଟିଶ ଗଣମାଧ୍ୟମ ସଂସ୍ଥା ଦ ମିରର ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି ।
୨୦୧୯ ଆମେରିକା ଆକ୍ରମଣ ହମଜା ବିନ ଲାଡେନର ମୃତ୍ୟୁ ହୋଇଥିବା କୁହାଯାଉଥିଲା । ଯାହା ସତ ନୁହେଁ ବୋଲି ରିପୋର୍ଟରୁ ଜଣାପଡିଛି । ସୂଚନାଯୋଗ୍ୟ , ହଜମା ଆମେରିକା ବ୍ରିଟେନ ଭଳି ପାଶ୍ଚାତ୍ୟ ଦେଶ ଉପରେ ଆକ୍ରମଣ କରିବା ପାଇଁ ବଡ଼ ଧରଣର ଯୋଜନା କରୁଛି ।
ତାଲିବାନୀ ୨.୦ ସରକାରର ସହଯୋଗରେ ହମଜା ଅଲ କଇଦାର ଆତଙ୍କବାଦୀଙ୍କୁ ନୂଆ ପ୍ରଶିକ୍ଷଣ ଦେଉଛି । ହମଜା ବିନ ଲାଡେନ ଆତଙ୍କବାଦୀ ମାନଙ୍କୁ ପ୍ରଶିକ୍ଷଣ ପାଇଁ ଏକ ତାଲିମ କେନ୍ଦ୍ର ଖୋଲିଛି । ଏବଂ ବୋମା ବିଷ୍ଫୋରଣ ପାଇଁ ଦିଆଯାଉଛି ସ୍ବତନ୍ତ୍ର ପ୍ରଶିକ୍ଷଣ ।
ତେବେ ଆମିରିକା ର ଆକ୍ରମଣରେ ୨୦୧୧ ମେଇ ୨ ତାରିଖରେ ଓସମା ବିନ୍ ଲାଡେନ ଓ ତାଙ୍କ ସମସ୍ତ ପରବାର ମୃତ୍ୟୁ ଘଟିଥିବା ନେଇ ଦାବୀ କରାଯାଉଥିଲା । କିନ୍ତୁ ଏବେ ତାଙ୍କ ପୁଅ ଜବିତ ଥିବା ନେଇ ସବୁଠି ଚର୍ଚ୍ଚା ର ବିଷୟ ପାଲଟିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now