ସ୍ବାମୀ ଓ ଶାଶୂଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କାଟିଲା ବୋହୂ, ତିନି ଗିରଫ

Spread the love

ଗୌହାଟୀ: ସ୍ବାମୀ ଓ ଶାଶୂଙ୍କୁ ହତ୍ୟା ପରେ ଖଣ୍ଡ ଖଣ୍ଡ କାଟି ମେଘାଳୟରେ ଫୋପାଡିବା ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୩ ଜଣ ଜଣ ଗିରଫ। ଗିରଫ ହୋଇଥିବା ଅନ୍ୟ ଦୁଇଜଣ ହେଲେ ମହିଳାଙ୍କ ପ୍ରେମିକ ଓ ପିଲା ଦିନର ବନ୍ଧୁ। ଗତବର୍ଷ ଅଗଷ୍ଟରେ ଘଟଣା ଘଟିଥିବା ବେଳେ ପୁଲିସ ଏବେ ମହିଳାଙ୍କ ଶାଶୂଙ୍କ ଶରୀରର କିଛି ଅଂଶ ପାଇ ଅଭିଯୁକ୍ତ ତିନି ଜଣଙ୍କୁ ଗିରଫ କରିଛି। ଏବେ ପୁଲିସ ଘଟଣାର ଯାଞ୍ଚ ଚଳାଇଥିବା ସୂଚନା ଦେଇଛନ୍ତି ଗୌହାଟୀ ପୁଲିସ କମିଶନର ଦିଙ୍ଗାତା ବାରା।

ପୁଲିସ ସୂଚନା ମୁତାବକ, ଅଭିଯୁକ୍ତ ମହିଳା ଗତବର୍ଷ ସେପ୍ଟେମ୍ବରରେ ତାଙ୍କ ସ୍ବାମୀ ଅମରେନ୍ଦ୍ର ଡେ ଓ ଶାଶୂ ଶଙ୍କରୀ ଡେ  ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲାର ଯାଞ୍ଚରେ ଲାଗିଥିବା ବେଳେ ଅମରେନ୍ଦ୍ରଙ୍କ ସମ୍ପର୍କୀୟ ଭାଇ ଅନ୍ୟଏକ ଅଭିଯୋଗ କରି ଏଥିରେ ଅମରେନ୍ଦ୍ରଙ୍କ ପତ୍ନୀଙ୍କ ଉପରେ ସନ୍ଦେହ କରୁଥିବା ଉଲ୍ଲେଖ କରିଥିଲେ।

ପୁଲିସ ତାର ପୂର୍ବ ଯାଞ୍ଚକୁ ବଦଳାଇ ଅମରେନ୍ଦ୍ରର ଭାଇଙ୍କ ଅଭିଯୋଗ ଆଧାରରେ ଯାଞ୍ଚ କରିବା ଆରମ୍ଭ କରିଥିଲା। ଏହା ପରେ ଅମରେନ୍ଦ୍ରଙ୍କ ପତ୍ନୀ, ତାଙ୍କ ପ୍ରେମିକ ତଥା ବନ୍ଧୁଙ୍କ ସମ୍ପୃକ୍ତି ଥିବା ଜଣାପଡିଛି। ସେମାନେ ଉଭୟଙ୍କୁ ହତ୍ୟା କରିବା ପରେ ଛୋଟ ଛୋଟ ଖଣ୍ଡ କରି ପଲିଥିନରେ ଭରି ମେଘାଳୟ ସୀମାବର୍ତ୍ତୀ ପାହାଡରୁ ଘାଇକୁ ପିଙ୍ଗିଦେଇଥିଲେ। ପୁଲିସ ମୃତକଙ୍କ ଶରୀରର କିଛି ଅଂଶ ଉଦ୍ଧାର କରିଥିବା ବେଳେ ସବୁ ଅଂଶକୁ ସଂଗ୍ରହ କରିବାରେ ଲାଗିଛି।

Leave a Reply

Your email address will not be published. Required fields are marked *