ନାବାଳକ ଛାତ୍ରକୁ ନେଇ ଫେରାର୍ ହୋଇଥିବା ୨୩ ବର୍ଷର ଶିକ୍ଷୟତ୍ରୀଙ୍କୁ ଶେଷରେ ଧରିଛି ପୁଲିସ। ଗୁଜରାଟର ସୁରାଟର ଏହି ମାମଲା ଯେତିକି ଚର୍ଚ୍ଚା ଧରିଥିଲା। ଉଭୟ ଛାତ୍ର ଓ ଶିକ୍ଷୟତ୍ରୀଙ୍କ ଡାକ୍ତରୀ ମାଇନା ପରେ ଏ ଘଟଣା ଅଧିକ ରୋଚକ ମୋଡ଼ ନେଇଛି। ଡାକ୍ତରୀ ମାଇନାରୁ ଶିକ୍ଷୟତ୍ରୀ ୫ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ଆଉ ଆଶ୍ଚର୍ଯ୍ୟ କଲାଭଳି ଘଟଣା ହେଲା କି, ତାଙ୍କର ୧୩ ବର୍ଷର ଛାତ୍ର ହିଁ ତାଙ୍କୁ ଗର୍ଭବତୀ କରିଥିବା କହିଛନ୍ତି ଶିକ୍ଷୟତ୍ରୀ ଜଣକ। ଡାକ୍ତର ବି ଯାଞ୍ଚ ରିପୋର୍ଟରେ ଏ କଥାକୁ ସ୍ପଷ୍ଟ କରିଛନ୍ତି ଯେ, ସଂପୃକ୍ତ ନାବାଳକ ଛାତ୍ର ପିତା ହେବାକୁ ସମର୍ଥ ଅଟେ। ତେବେ ପୁଷ୍ଟି ଲାଗି ପୁଲିସ ଡିଏନଏ ଟେଷ୍ଟ କରାଇଛି। ସଂପୃକ୍ତ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ପୋକ୍ସୋ ସମେତ ଅନେକ ସଙ୍ଗୀନ ଧାରାରେ ମାମଲା ରୁଜୁ କରିଛି ପୁଲିସ। ଘରୁ ଫେରାର୍ ପରେ ୪ ଦିନ ପର୍ଯ୍ୟନ୍ତ ଉଭୟ ଏକ ହୋଟେଲରେ ରହିଥିଲେ। ଉଭୟଙ୍କୁ ଜୟପୁରରୁ ଅହମଦାବାଦ ଯାଉଥିଲା ବେଳେ ବସରୁ ଧରିଥିଲା ପୁଲିସ। ଅଲଗା ଅଲଗା ହୋଟେଲରେ ରହି ଉଭୟଙ୍କ ଭିତରେ ଶାରୀରିକ ସମ୍ପର୍କ ଗଢ଼ି ଉଠିଥିଲା। ଗଲା ୨ ବର୍ଷ ହେଲା ଉଭୟଙ୍କ ଭିତରେ ଗୋପନରେ ଏ ସମ୍ପର୍କ ବଢ଼ିଥିଲା। ଯାହାର କେହି ଟେର୍ ପାଇନଥିଲେ। ଏମିତିରେ ଶିକ୍ଷୟତ୍ରୀ ଓ ଛାତ୍ରଙ୍କ ଭିତରେ ଏଭଳି ସମ୍ପର୍କକୁ ନେଇ କାହାରି ସନ୍ଦେହର କୌଣସି ଅବକାଶ ବି ନଥିଲା। କାରଣ ଛାତ୍ର ଜଣକ ଶିକ୍ଷୟତ୍ରୀଙ୍କ ଘରକୁ ଟ୍ୟୁସନ ପଢ଼ିବାକୁ ଆସୁଥିଲା। ଆଉ ନିଜ ଘରେ ହିଁ ଯୁବତୀ ଜଣକ ଛାତ୍ରଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଲାଗିଥିଲେ। ପ୍ରଥମ ଥର ଶାରୀରିକ ସମ୍ପର୍କରେ ସନ୍ତୁଷ୍ଟ ହୋଇନଥିବାରୁ ଶିକ୍ଷୟତ୍ରୀ ଜଣକ ନାବାଳକ ଛାତ୍ରକୁ ଶକ୍ତିବର୍ଦ୍ଧକ ଔଷଧ ଦେଇଥିବାର ଆଶଙ୍କା କରାଯାଉଛି। ଏହାର ବି ଯାଞ୍ଚ ହେଉଛି। ଶିକ୍ଷୟତ୍ରୀଙ୍କୁ ଦିନିକିଆ ରିମାଣ୍ଡରେ ନେଇଥିଲା ପୁଲିସ। ଛାତ୍ର ଓ ଶିକ୍ଷୟତ୍ରୀ ଦୁହେଁ ଗୋଟିଏ ସୋସାଇଟିରେ ରହୁଥିଲେ। ଯେଉଁ ସ୍କୁଲରେ ଛାତ୍ର ଜଣକ ପଢ଼ନ୍ତି, ସେଠାରେ ଶିକ୍ଷକତା କରିବା ସହ ଛାତ୍ରଙ୍କର ଟ୍ୟୁସନ ଶିକ୍ଷୟତ୍ରୀ ବି ଥିଲେ। ଛାତ୍ରର ପିତାଙ୍କ ଅଭିଯୋଗ ଆଧାରରେ ସୁରାଟ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଏପ୍ରିଲ ୨୫ରେ ନିଜ ଦୋକାନ ବନ୍ଦ କରି ଦ୍ୱିପ୍ରହରରେ ଖାଇବାକୁ ଘରକୁ ଯାଇଥିଲେ ଛାତ୍ରଙ୍କ ପିତା। ସେତେବେଳେ ତାଙ୍କର ଦୁଇ ପୁଅ ଘରେ ଖେଳୁଥିଲେ। ଖାଇକି ଦୋକାନକୁ ଫେରିବା ବେଳେ ବଡ଼ ପୁଅ ତଳକୁ ଖେଳିବାକୁ ଯାଇଥିଲା। ପରେ ତାଙ୍କ ପତ୍ନୀ ୩ ଟାରେ ଫୋନ୍ କରି କହିଥିଲେ ଯେ, ତାଙ୍କର ବଡ଼ ପୁଅ ଘରକୁ ଆସିନି। ଖେଳୁଥିବ, ଘରକୁ ଫେରିଆସିବ ବୋଲି ପତ୍ନୀଙ୍କୁ ବୁଝାଇଦେଇଥିଲେ। କିନ୍ତୁ ସଂଧ୍ୟା ୫ଟା ଯାଏ ପୁଅ ଘରକୁ ଫେରିଲାନି। ଚାରିଆଡ଼େ ଖୋଜାଖୋଜି ପରେ କୌଣସି ସନ୍ଧାନ ମିଳିନଥିଲା। ସ୍କୁଲ ଛୁଟି ଥିବାରୁ ସ୍କୁଲରୁ ବି କୌଣସି ସୂଚନା ମିଳିବାର ସମ୍ଭାବନା ନଥିଲା। ଏହା ପରେ ସୋସାଇଟିର ସିସିଟିଭି ଫୁଟେଜ୍ ଚେକ୍ କରିବାରୁ ଜଣାପଡ଼ିଲା ଯେ, ତାଙ୍କ ପୁଅ ସହ ସଂପୃକ୍ତ ଶିକ୍ଷୟତ୍ରୀ ହାତ ଧରି ଯାଉଛନ୍ତି। ଏହା ପରେ ଶିକ୍ଷୟତ୍ରୀଙ୍କୁ ଫୋନ୍ କରି ଜାଣିବାକୁ ଚାହିଁବାରୁ ତାଙ୍କ ଫୋନ୍ ବନ୍ଦ ଥିଲା। ପୁଲିସ ଏ ମାମଲାର ଛାନଭିନ୍ ଆରମ୍ଭ କରିଥିଲା।


Naxatra News is now on Whatsapp
Join and get latest news update delivered to you via whatsapp
Join Now