ଟ୍ୟାଙ୍କର ଭିତରେ ନା ଥିଲା ଗ୍ୟାସ୍ ନା ତେଲ। ଥିଲା ଶହ ଶହ ପେଟି ମଦ। ଇଣ୍ଡିଆନ ଅଏଲର ଏକ ଟ୍ୟାଙ୍କରରେ ମଦର ଚୋରାଚାଲାଣକୁ ପର୍ଦ୍ଦାଫାସ କରିଛି ସୋନଭଦ୍ର ପୁଲିସ। ଜଳନ୍ଧରରୁ ଗ୍ୟାସ୍ ନେଇ ୟୁପିର ଝାନସୀକୁ ଯାଉଥିଲା ଏହି ଟ୍ୟାଙ୍କର। କୌଣସି ସୂତ୍ରରୁ ପୁଲିସ ଖବର ପାଇ ବାଟରେ ଟ୍ୟାଙ୍କରକୁ ଅଟକାଇ ଚେକିଂ କରିଥିଲା। ଆଉ ତା ଭିତରୁ ବାହାରିଥିଲା ୯ଶହ ପେଟି ମଦ ବୋତଲ। ଝାଡ଼ଖଣ୍ଡ ରାସ୍ତା ଦେଇ ବିହାର ପହଞ୍ଚିବାର ଥିଲା। ଏହି ମାମଲାରେ ଗାଡ଼ିର ଚାଳକ ଜଗମାଲ ସିଂଙ୍କୁ ପୁଲିସ ଗିରଫ କରିବା ସହ ସପ୍ଲାଏରକୁ ଠାବ କରିବାକୁ ତନାଘନା ଜାରି ରଖିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now