ଲିଭ୍-ଇନ-ପାର୍ଟନରଙ୍କ ଛୁଆକୁ ଦୁଷ୍କର୍ମ ଓ ହତ୍ୟା!

ବର୍ବରତାର ସୀମା ପାର୍। ଲିଭ୍-ଇନ-ପାର୍ଟନରଙ୍କ କ୍ଷୀର ଖିଆ ଛୁଆକୁ ଦୁଷ୍କର୍ମ ଓ ହତ୍ୟା! ଏଭଳି ନାରକୀୟ କାଣ୍ଡ ଘଟାଇଛି ଜଣେ ଡିଏମକେ ନେତା। ତାମିଲନାଡ଼ୁର କୃଷ୍ଣାଗିରିରେ ଏଭଳି ଛାତିଥରା ଘଟଣା ସାମ୍ନାକୁ ଆସିଛି। ଅଭିଯୁକ୍ତ ପେରିୟାନାୟଗମ ନିଜ ଲିଭ୍-ଇନ-ପାର୍ଟନରଙ୍କ ଅଢ଼େଇ ବର୍ଷର ପିଲା ସାଙ୍ଗରେ ରହୁଥିଲେ। ମହିଳା ଘରେ ନଥିଲା ବେଳେ ଏଭଳି ବ୍ୟଭିଚାର କରିଥିଲା ପେରିୟାନାୟଗମ। ଡିସେମ୍ୱର ମାସରେ ପିଲାଟିର ଅଚାନକ ଦେହ ଖରାପ ହେବାରୁ ତାକୁ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଆରମ୍ଭରୁ ଏହାକୁ ସାମାନ୍ୟ ସ୍ୱାସ୍ଥ୍ୟ ସମସ୍ୟା କୁହାଯାଇଥିଲା। କିନ୍ତୁ ପିଲାଟିର ବାୟୋଲୋଜିକାଲ ବାପା ନିଜ ଝିଅର ସନ୍ଦିଗ୍ଧ ମୃତ୍ୟୁକୁ ନେଇ ସନ୍ଦେହ କରିଛନ୍ତି। ବାପାର ଅଭିଯୋଗକ୍ରମେ ପୁଲିସ ଯେତେବେଳେ ମାମଲା ଯାଞ୍ଚ କଲା। ସେତେବେଳେ ଶବ ବ୍ୟବଛେଦ ରିପୋର୍ଟରେ ପିଲାଟିର ଶରୀରରେ ଆଭ୍ୟନ୍ତରୀଣ ଆଘାତର ଚିହ୍ନ ମିଳିଲା। ଏହି ଆଘାତ ଚିହ୍ନ ଯୌନ ଉତ୍ପୀଡ଼ନକୁ ସ୍ପଷ୍ଟ ସଙ୍କେତ କରୁଛି। ତଥାପି ପୁଲିସ ଏବେ ବି ଅନ୍ତିମ ଫରେନସିକ ରିପୋର୍ଟର ଅପେକ୍ଷା କରିଛି। ହେଲେ ପ୍ରାରମ୍ଭିକ ସାକ୍ଷ୍ୟପ୍ରମାଣରୁ ପୁଲିସ ତଦନ୍ତକୁ ବଢ଼ାଇଛି। ସେପଟେ ପଚରାଉଚୁରାରେ କୁନି ପିଲାଟି ସହ ଯୌନ ଉତ୍ପୀଡ଼ନ କରିବା କଥା ସ୍ୱୀକାର କରିଛି ଅଭିଯୁକ୍ତ। ଏହା ପରେ ପୁଲିସ ତାକୁ ପୋକ୍ସୋ ଆକ୍ଟ ଓ ହତ୍ୟା ଧାରାରେ ଗିରଫ କରିଛି। ପୁଲିସ ଏବେ ଘଟଣାକ୍ରମକୁ ଯୋଡ଼ି ଅଭିଯୁକ୍ତ ବିରୁଦ୍ଧରେ ଠୋସ୍ ପ୍ରମାଣ ଏକାଠି କରିବାକୁ ଲାଗିଛି। ଏଭଳି ଜଘନ୍ୟ ଅପରାଧ ତାମିଲନାଡ଼ୁ ରାଜନୀତିକୁ ସରଗରମ କରିଦେଇଛି। ବିରୋଧୀ ସରକାରଙ୍କୁ ଘେରିଛନ୍ତି। ମହିଳା ଓ ପିଲାଙ୍କ ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଛିଡ଼ା କରିଛନ୍ତି। ସରକାରଙ୍କ ଅବହେଳା ଲାଗି ଅପରାଧ ବଢ଼ୁଛି ଓ ରାଜ୍ୟରେ ଅପରାଧୀଙ୍କ ସାହାସ ବଢୁଛି ବୋଲି କହିଛନ୍ତି ବିରୋଧୀ।  ଡିଏମକେ ସରକାର କହିଛନ୍ତି, ଆଇନ ନିଜ କାମ ନିରପେକ୍ଷତାର ସହ କରୁଛି। ସରକାର ମହିଳା ଓ ଶିଶୁ ବିରୋଧୀ ଅପରାଧ ଉପରେ ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି ଡିଏମକେ। ଅପରାଧୀଙ୍କୁ ସଜ୍ଜା ଦେବାକୁ ସରକାର ଫାଷ୍ଟ-ଟ୍ରାକ୍ ଟ୍ରାଏଲ କରିବେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *