ପ୍ରେମିକାକୁ ଛାଡି କନେଷ୍ଟବଲ ଛୁ

Spread the love

ଭୁବନେଶ୍ୱର: ସାତ ବର୍ଷର ଭଲପାଇବାକୁ ଛାଡି ଚାଲିଯାଇଛନ୍ତି ପ୍ରେମିକ । ଏନେଇ ଥାନାରେ ଅଭିଯୋଗ ଆଣିଛନ୍ତି ଯୁବତୀ । ବାରମ୍ବାର ଥାନାର ଦ୍ୱାରସ୍ତ ହେବାପରେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଉନି । କାରଣ ଅଭିଯୁକ୍ତ ନିଜେ ଅଛନ୍ତି ପୋଲିସ ବିଭାଗରେ ।

ପ୍ରାୟ 10 ବର୍ଷ ପୂର୍ବେ ହୋଇଥିଲା ଦେଖା ଏହି ଦୁଇ ଜଣଙ୍କର  । ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ଗଢିଉଠିବା ପରେ ଦୁହେଁ ଭଡା ଘରେ 7 ବର୍ଷ ହେବ ଏକାଠି ରହୁଥିଲେ । କିନ୍ତୁ ପ୍ରାୟ ବର୍ଷେ ହେବ ଛାଡି ଚାଲି ଯାଇଛନ୍ତି ପ୍ରେମିକ । ସେହି ଦିନଠାରୁ ଆଉ ଧରାଛୁଆଁ ଦେଉନାହାନ୍ତି ପ୍ରତାରକ ପ୍ରେମିକ ।  

ଏନେଇ ଯୁବତୀ ବାରମ୍ବାର ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ନନେବାରୁ ଏବେ ବାଧ୍ୟ ହୋଇ  ସେ ଭୁବନେଶ୍ୱର ଡିସିପିଙ୍କ ଦ୍ୱାରସ୍ତ ହୋଇଥିଲେ ଏବଂ ନ୍ୟାୟ ପାଇବାକୁ ଦାବି କରିଥିଲେ ।

ଯୁବତୀ ଜଣକ କହିଛନ୍ତି ଜଣେ ବନ୍ଧୁଙ୍କ ମାଧ୍ୟମରେ ସେ କନଷ୍ଟବଲ ପ୍ରୀତି ରଞ୍ଜନଙ୍କ ସହ ଦେଖା ହୋଇଥିଲେ । ପରେ ତାଙ୍କ ଭିତରେ ପ୍ରେମ ସମ୍ପର୍କ ଗଢିଉଠିଥିଲା ଏବଂ ଉଭୟ ସାତ ବର୍ଷ ହେବ  ଏକାଠି ରହୁଥିଲେ । । ଭୁବନେଶ୍ୱରର ପଟିଆ ଓ ଚକେଇସିଆଣିରେ ପ୍ରୀତି ରଞ୍ଜନ ଭଡାଘର ନେଇ ଏକାଠି ରହୁଥିଲେ । କିନ୍ତୁ ଗତବର୍ଷ ଏପ୍ରିଲ୍‌ ମାସରେ ସେ ତାଙ୍କୁ ଛାଡି ଅନ୍ୟତ୍ର ଚାଲିଯାଇଥିଲେ ଏବଂ ସେବେଠାରୁ ଯୁବତୀ ଜଣକ ତାଙ୍କ ଖବର ପାଉନାହାନ୍ତି । ସେ ସମସ୍ତ ଦିଗରୁ ଯୁବତୀଙ୍କୁ ବ୍ଲକ କରିଦେଇଛନ୍ତି ଏବଂ ଅନ୍ୟ ଏକ ଯୁବତୀ ସହ ପ୍ରେମ ସମ୍ପର୍କରେ ଅଛନ୍ତି ବୋଲି ସେ ଜାଣିବାକୁ ପାଇଛନ୍ତି । ଯୁବତୀ ଜଣକ ଆହୁରି କହିଛନ୍ତି ସେ ଏନେଇ ବାରମ୍ବାର ଅଭିଯୋଗ କଲା ପରେ ବି ଥାନା ଅଧିକାରୀ କୌଣସି କର୍ଯ୍ୟନୁଷ୍ଠାନ ଗ୍ରହଣ ନକରି ତାଙ୍କ ଓଲଟା ର୍ଦୁବ୍ୟବହାର ଦେଖାଉଛନ୍ତି ।

ଅଭିଯୁକ୍ତ ପ୍ରୀତିରଞ୍ଜନଙ୍କ ଘର କଟକ ଜିଲ୍ଲା କାନପୁର ଥାନା ଅଧିନ ବାଘଦରିଆ  ଗ୍ରାମରେ ସେଠାକୁ ବି ଯୁବତୀ ଯାଇଥିଲେ କିନ୍ତୁ ତାଙ୍କ ବାପା, ମା, ଭାଇ ଯୁବତୀଙ୍କୁ ଛୋଟ ଜାତିର ଝିଅ କହି ଗାଳିଗୁଲଜ କରିଥିଲେ । ସେ ଏନେଇ ସେଠାକାର ଥାନାରେ ଅଭିଯୋଗ କରିବା ପରେ ପୁରୁଣା କଥା ସବୁ ଭୁଲିଯାଇ ପ୍ରୀତିରଞ୍ଜନକୁ ଥାନାରୁ ଛାଡି ଦେବାକୁ କହିଥିଲେ ।

ସେ ଏହା ମଧ୍ୟ କହିଛନ୍ତି ଯେ ସେ ପ୍ରୀତିରଞ୍ଜନ ଗଲାବେଳେ ଯୁବତୀଙ୍କ ଠାରୁ ଟଙ୍କା ଓ ସୁନା ନେଇଯାଇଛନ୍ତି । ଯାହାକୁ ନେଇସେ ମାନସିକ ଚନ୍ତାରେ ବି ଅଛନ୍ତି । ତେବେ ଏନେଇ ଅଭିଯୁକ୍ତ ପ୍ରୀତିରଞ୍ଜନ ଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *