ଏକତରଫା ପ୍ରେମ: ପ୍ରେମିକାକୁ ହତ୍ୟା କରି ପ୍ରେମିକର ଆତ୍ମହତ୍ୟା ଉଦ୍ୟମ

Spread the love

ରାୟଗଡା: ପୁଣି ଏକ ତରଫା ପ୍ରେମକୁ ନେଇ ପ୍ରେମିକର ଉନ୍ମତ କାଣ୍ଡ। ରାୟଗଡା ଜିଲ୍ଲାରେ ଘଟିଛି ଏପରି ଅଭାବନୀୟ ଘଟଣା। ପ୍ରେମରେ ବିଫଳ ପ୍ରେମିକ ପ୍ରେମିକାକୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିବାକୁ କରିଛି ଉଦ୍ୟମ। ଗୁରୁତର ଅବସ୍ଥାରେ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରେମିକର ଅବସ୍ଥା ଗୁରୁତର ରହିଛି। ପୁଲିସ ତଦନ୍ତ ଜାରି ରଖିଛି।

ରାୟଗଡା ଜିଲ୍ଲା ଯିକିରି ଥାନା ଅନ୍ତର୍ଗତ  ଉଷାପଡା ଗ୍ରାମର ରସିକ ପ୍ରଧାନ ସାନମାଟିକଣା ଗ୍ରାମର ରିମା ମାଝୀଙ୍କୁ ଏକ ତରଫା ପ୍ରେମ କରୁଥିଲା। କିନ୍ତୁ ରସିକର ପ୍ରେମକୁ ରିମା ପ୍ରତ୍ୟାକ୍ଷାନ କରିଦେଇଥିଲେ। ଏହାକୁ ନେଇ ରସିକ ଉତ୍‌କ୍ଷିପ୍ତ ହୋଇଯାଇଥିଲା। ଯିଏ ତାର ହୋଇପାରିଲା ନାହିଁ ତାକୁ ଅନ୍ୟ କାହାରି ସହ ଦେଖିବା ଯେମିତି ରସିକ ପାଇଁ ଅସହ୍ୟ ମନେ ହୋଇଥିଲା। ତେଣୁ ସେ ରିମାଙ୍କ ଗଳାକାଟି ହତ୍ୟା କରିଛି। ହତ୍ୟାରୁ ତାକୁ ଅଟକାଇାକୁ ଚେଷ୍ଟା କରି ରିମାଙ୍କ ବାନ୍ଧବୀ ଆହତ ହୋଇଛନ୍ତି। ଏହା ପରେ ପ୍ରେମିକ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *