ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ଆଇଏସଆଇ ଏଜେଣ୍ଟଙ୍କ ପ୍ରେମରେ ପଡ଼ି କିଭଳି ପାକିସ୍ତାନ ପାଇଁ ଗୁପ୍ତଚର ସାଜିଥିଲେ, ତାହା ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି। ଆଉ ଏତିକିବେଳେ ଜ୍ୟୋତିଙ୍କ ଭଳି ଅତୀତରେ ଜଣେ ମହିଳା ଆଇଏଫଏସ ଅଧିକାରୀ ମାଧୁରୀ ଗୁପ୍ତା କେମିତି ପାକିସ୍ତାନ ଲାଗି ଗୁପ୍ତଚରି କରି ମୃତ୍ୟୁର ସୌଦାଗର ସାଜିଥିଲେ, ତାକୁ ଟିକେ ଜାଣନ୍ତୁ ଏ ଖବରରେ।ଭାରତର କୂଟନୈତିକ ଇତିହାସରେ ଏପର୍ଯ୍ୟନ୍ତ କେତେକ ଘଟଣା ଅତ୍ୟନ୍ତ ଚମତ୍କାର ଓ ଆଶ୍ଚର୍ଯ୍ୟଜନକ ରହିଛି। ସେହିଥିରୁ ଗୋଟିଏ ନାଁ ହେଉଛି ମାଧୁରୀ ଗୁପ୍ତା। ଯିଏ ଥିଲେ ଜଣେ ଅନୁଭବୀ କୂଟନୈତିକ ଅଫିସର। ଯିଏ ପରେ ଦେଶଦ୍ରୋହର ଅଭିଯୋଗରେ ଜେଲଖାନାରେ ପଡ଼ିଥିଲେ। ଭାରତ ସରକାରଙ୍କ ପୂର୍ବତନ ରାଜନୈତିକ କର୍ମଚାରୀ ମାଧୁରୀ ଗୁପ୍ତାଙ୍କୁ ୨୦୧୦ ମସିହାରେ ପାକିସ୍ତାନ ପାଇଁ ଗୋପନୀୟ ସୂଚନା ଚୋରାଇବା ଅଭିଯୋଗରେ ଗିରଫ କରାଯାଇଥିଲା। ସେ ୨୦୦୭ ରୁ ୨୦୧୦ ପର୍ଯ୍ୟନ୍ତ ଇସ୍ଲାମାବାଦ ଥିବା ଭାରତୀୟ ହାଇ କମିଶନରେ ଦ୍ୱିତୀୟ ସଚିବ (ପ୍ରେସ୍ ଓ ସୂଚନା) ଭାବେ କାର୍ଯ୍ୟ କରୁଥିଲେ। ଭାରତୀୟ ଗୁଇନ୍ଦା ଏଜେନ୍ସିମାନେ ସନ୍ଦେହ କରିଥିଲେ ଯେ ସେ ବାହାରକୁ ଗୁପ୍ତ ସୂଚନା ଦେଉଛନ୍ତି। ଏହାର ଯାଞ୍ଚ ପାଇଁ ଭୁଲ ତଥ୍ୟ ଦିଆଯାଇଥିଲା ଏବଂ ସେଥିରେ ସେ ଫସିଗଲେ। ପରେ ତାଙ୍କୁ ଦିଲ୍ଲୀକୁ ଡାକାଯାଇ ଗିରଫ କରାଯାଇଥିଲା। ପରବର୍ତ୍ତୀ ତଦନ୍ତରେ ଜଣାପଡ଼ିଲା ଯେ ଗୁପ୍ତା ISI (ପାକିସ୍ତାନର ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ) ଏଜେଣ୍ଟମାନଙ୍କ ସହ ସଂଯୋଗ ରଖୁଥିଲେ ଓ ଭାରତର ଗୁପ୍ତ ତଥ୍ୟ ଦେଉଥିଲେ। ସେ ଇମେଲ୍ ଓ ଅନ୍ୟ ମାଧ୍ୟମ ଦ୍ୱାରା ସୂଚନା ପଠାଉଥିଲେ। ୨୦୧୮ ମସିହାରେ ତିନି ବର୍ଷ ଜେଲ୍ ଦଣ୍ଡ ହୋଇଥିଲା। ସଜ୍ଜା ପୂର୍ଣ୍ଣ କରିବା ପରେ ସେ ଅପରିଚିତ ଜୀବନ ବିତାଇଥିଲେ ଓ ପରେ ମୃତ୍ୟୁବରଣ କରିଥିଲେ। ମାଧରୀ ଗୁପ୍ତା ୩୦ ବର୍ଷକୁ ଅଧିକ ସମୟ ଧରି ଭାରତୀୟ ବିଦେଶ ମନ୍ତ୍ରଣାଳୟରେ କାମ କରିଥିଲେ। ଉର୍ଦ୍ଦୁ ଭାଷାରେ ତାଙ୍କର ଦକ୍ଷତା ଥିବାରୁ ସେ ୨୦୦୭ରେ ଇସଲାମାବାଦସ୍ଥିତ ଭାରତୀୟ ହାଇକମିଶନରେ ପ୍ରେସ୍ ଓ ସୂଚନା ସଚିବ ଭାବେ ନିଯୁକ୍ତି ପାଇଥିଲେ। ତଦନ୍ତରେ ଜଣାପଡିଥିଲା ଯେ ଗୁପ୍ତା ISI ସହ ସଂଯୋଗ ରଖି ଥିଲେ। ସେ ଦୁଇଜଣ ପାକିସ୍ତାନୀ ଏଜେଣ୍ଟ — ମୁବଶର ରଜା ଓ ଜମଶେଦ ସହ ଯୋଗାଯୋଗ ରଖିଥିଲେ। ସେ ତାଙ୍କ କାର୍ଯ୍ୟାଳୟରୁ ଇମେଲ ଓ ଅନ୍ୟ ମାଧ୍ୟମ ଦ୍ୱାରା ଗୋପନୀୟ ତଥ୍ୟ ପଠାଇଥିଲେ। ଅଫିସିଆଲ ସିକ୍ରେଟ ଆକ୍ଟ ଅନୁସାରେ ତାଙ୍କ ବିରୁଦ୍ଧରେ ମାମଲା ଚାଲିଥିଲା। ୮ ବର୍ଷ ପରେ ତାଙ୍କୁ ଦୋଷୀ ପ୍ରମାଣିତ କରାଯାଇଥିଲା। ଜେଲରେ ୩ ବର୍ଷ ସଜ୍ଜା କାଟିବା ପରେ ସେ ଏକ ଅପରିଚିତ ଜୀବନ ଅତିବାହିତ କରୁଥିଲେ। ଆଉ ତାଙ୍କ ମୃତ୍ୟୁ ବି ଗୋପନୀୟତାରେ ଘଟିଥିଲା।ମାଧୁରୀ ଗୁପ୍ତାଙ୍କ ଘଟଣା ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେଇଥାଏ – ଯେଉଁଠି ଏକ ବୈଶ୍ୱିକ ସଂସ୍ଥା ଭିତରେ ଥିବା ଜଣେ ଶିକ୍ଷିତ ଓ ଅନୁଭବୀ ବ୍ୟକ୍ତି କେମିତି ଜାତିର ସୁରକ୍ଷାକୁ ଅସନ୍ତୁଳିତ କରିପାରନ୍ତି। ଗୁଇନ୍ଦା ତତ୍ପରତା, ସୂଚନାର ସୁରକ୍ଷା ଓ ରାଷ୍ଟ୍ର ନୀତିରେ ବିଶ୍ୱାସଯୋଗ୍ୟତା କେତେ ମହତ୍ତ୍ୱପୂର୍ଣ୍ଣ ବୋଲି ଏ ଖବର ଆମକୁ ଚେତାଇଦେଇଥାଏ।

Naxatra News is now on Whatsapp
Join and get latest news update delivered to you via whatsapp
Join Now