ସସପେନ୍ସରେ ବେଙ୍ଗାଲୁର ବହୁଚର୍ଚ୍ଚିତ ମହାଲକ୍ଷ୍ମୀ ମର୍ଡର ଘଟଣା

ବେଙ୍ଗାଲୁରୁର ବହୁଚର୍ଚ୍ଚିତ ମହାଲକ୍ଷ୍ମୀ ମର୍ଡର ଘଟଣା ଏବେ ବି ସସପେନ୍ସରେ। ଯଦିଓ ପୁଲିସର କହିବା ଅନୁସାରେ ମୁଖ୍ୟ ଅଭିଯୁକ୍ତ ହିଁ ଭଦ୍ରକ ଭୂଇଁପୁର ଗାଁର ମୁକ୍ତିରଞ୍ଜନ ରାୟ। ଯିଏ ଆତ୍ମହତ୍ୟା କରିଛନ୍ତି। ମୁକ୍ତିର ଶବ ଜବତ ସହ ଘଟଣାସ୍ଥଳରୁ ଜବତ ଡାଏରୀ, ସୁଇସାଇଡ୍ ନୋଟରୁ ମହାଲକ୍ଷ୍ମୀ ହତ୍ୟାକାଣ୍ଡର ସୁରାକ୍ ପାଇଛୁ ବୋଲି ଭଦ୍ରକ ଏସପି ସ୍ପଷ୍ଟ କରିଛନ୍ତି। ପୁଲିସ ଭୟରେ ମୁକ୍ତିରଞ୍ଜନ ଜୀବନ ହାରିଦେଲେ। ସେପଟେ କିନ୍ତୁ ମୁକ୍ତିରଞ୍ଜନଙ୍କ ସାନ ଭାଇ ଆରୋପ ଲଦିଛନ୍ତି ଯେ, ଟଙ୍କା ଓ ସୁନାଗହଣା ଲାଗି ବ୍ଲାକମେଲ୍ କରି ଲୁଟୁଥିଲେ କୁଆଡ଼େ ମହାଲକ୍ଷ୍ମୀ। ମହିଳାଙ୍କ ସହ ମୁକ୍ତିରଞ୍ଜନଙ୍କ କିଭଳି ସମ୍ପର୍କ ଥିଲା, ସେ ବାବଦରେ ମୁକ୍ତିରଞ୍ଜନ କୌଣସି ସୂଚନା ଦେଇନଥିଲେ। ଟେନସନରେ ଅଛି କହି ଘରୁ ବାହାରିଯାଇଥିବା ମୁକ୍ତିରଞ୍ଜନ ଅଚାନକ ଆତ୍ମହତ୍ୟା କରିଦେଲେ।

ବେଙ୍ଗାଲୁରୁରେ ମହାଲକ୍ଷ୍ମୀଙ୍କ ଶରୀରକୁ ୫୦ରୁ ଅଧିକ ଖଣ୍ଡ କରି ହାଣିବା ପରେ ଫ୍ରିଜରେ ଶବ ରଖି ଫେରାର୍ ହୋଇଯାଇଥିଲା ଅଭିଯୁକ୍ତ। ପ୍ରେମୀ ହୋଇ ସୈତାନ ସାଜିଲା ବୋଲି ଚହଳ ପଡ଼ିଯାଇଥିଲା। କର୍ଣ୍ଣାଟକର ଭୟାଲିକାଭାଲରୁ ଆସିଥିବା ଏଭଳି ଲୋମହର୍ଷଣକାରୀ ଘଟଣାରେ ମହାଲକ୍ଷ୍ମୀଙ୍କ ହତ୍ୟାକାରୀ ତାଙ୍କ ପ୍ରେମିକ ମହମ୍ମଦ ଅସରଫ ବୋଲି ଅଭିଯୋଗ କରିଥିଲେ ମହାଲକ୍ଷ୍ମୀଙ୍କ ସ୍ୱାମୀ ହେମନ୍ତ ଦାସ। ମହାଲକ୍ଷ୍ମୀ ବିବାହିତ। ୬ ବର୍ଷ ତଳେ ହେମନ୍ତ ଦାସଙ୍କୁ ବିବାହ କରିଥିଲେ ମହାଲକ୍ଷ୍ମୀ। ଅସରଫ ପାଖରେ ଏକ ସେଲୁନରେ କାମ କରୁଥିଲା। ଧୀରେ ଧୀରେ ମହାଲକ୍ଷ୍ମୀଙ୍କ ନିକଟତର ହେବାକୁ ଲାଗିଥିଲା ଅସରଫ। ଆଉ ଉଭୟଙ୍କ ଭିତରେ ଅବୈଧ ସମ୍ପର୍କ ବଢ଼ିଥିଲା। ପ୍ରାୟ ୨ ବର୍ଷ ପୂର୍ବେ ଏହାର ସୁରାକ୍ ବି ପାଇଥିଲେ ମହାଲକ୍ଷ୍ମୀଙ୍କ ସ୍ୱାମୀ ହେମନ୍ତ। ନିଜ ପତ୍ନୀଙ୍କୁ ତାଗିଦ୍ କରିବା ସହ ଏଭଳି ସମ୍ପର୍କରୁ ନିବୃତ୍ତ ରହିବାକୁ ବହୁତ ବୁଝାଇଥିଲେ ହେମନ୍ତ। କିନ୍ତୁ କୌଣସି ଫାଏଦା ହେଲାନି। ଅସରଫଙ୍କ ବିରୁଦ୍ଧରେ ଥାନାରେ ଏତଲା ବି ଦେଇଥିଲେ ହେମନ୍ତ। ମହାଲକ୍ଷ୍ମୀ ୯ ମାସ ତଳେ ନିଜର ସ୍ୱାମୀ ଓ ଛୋଟ ଝିଅଟିକୁ ଛାଡ଼ି ମହମ୍ମହ ଅସରଫଙ୍କ ସହ ଫେରାର୍ ହୋଇଯାଇଥିଲେ। ଅସରଫଙ୍କ ଭଡ଼ା ଘରେ ଏକାଠି ରହିବାକୁ ଲାଗିଲେ। ଏହି ସମ୍ପର୍କ ଲାଗି ନିଜ ମା ଓ ଭଉଣୀଙ୍କ ସହ ବି ସମ୍ପର୍କ କାଟିଦେଲେ ମହାଲକ୍ଷ୍ମୀ। ୩ ମାସ ଧରି ଭଡ଼ା ଘରେ ଏକାଠି ରହିବା ସହ ମଲରେ କାମ କରୁଥିଲେ ମହାଲକ୍ଷ୍ମୀ। କଥା ପଡ଼ିଛି। ଯଦି ମୁକ୍ତିରଞ୍ଜନ ମୁଖ୍ୟ ଅଭିଯୁକ୍ତ। ଅସରଫ ନାମକ ବ୍ୟକ୍ତିର ପୁରା ପ୍ରକରଣରେ ଆରମ୍ଭରୁ ଏଣ୍ଟ୍ରି ହେଲା କେମିତି। ଅନ୍ୟ ଯୁବକ ସହ ମହାଲକ୍ଷ୍ମୀଙ୍କ ଘନିଷ୍ଠତା ବଢ଼ୁଥିବା ଦେଖି ମୁକ୍ତ଼ି ଓ ମହାଲକ୍ଷ୍ମୀଙ୍କ ଭିତରେ ବିବାଦର ମୂଳ କାରଣ କୁହାଯାଉଛି। ତା ହେଲେ ସେ ବ୍ୟକ୍ତିଜଣକ ଅସରଫ ନା ଆଉ କିଏ। ମହାଲକ୍ଷ୍ମୀ କଅଣ ଏକା ସାଙ୍ଗରେ ମୁକ୍ତିରଞ୍ଜନ ଓ ଅସରଫଙ୍କ ସହ ସମ୍ପର୍କରେ ଥିଲେ କି। ସ୍ୱାମୀ ହେମନ୍ତଙ୍କୁ ଛାଡ଼ି ପ୍ରେମୀ ସହ ସ୍ୱାଧୀନ ଭାବେ ଜୀବନ ଜିଇଁବାର ପଣ ନେଇ ଆସିଥିବା ମହାଲକ୍ଷ୍ମୀଙ୍କ ଲାଗି କାଳ ହେଲା କି ଦୁଇ ଦୁଇ ଜଣଙ୍କ ସହ ଘନିଷ୍ଠତା। ବେଙ୍ଗାଲୁରୁ ପୁଲିସ କହିଛି, ବିବାହ ଲାଗି ଜିଦ୍ କରୁଥିଲା ମହାଲକ୍ଷ୍ମୀ। ଏହାକୁ ନେଇ ଦୁହିଁଙ୍କ ଭିତରେ ଅନେକ ସମୟରେ ଝଗଡ଼ା ହେଉଥିଲା।

ସେଲୁନରେ ଅସରଫଙ୍କୁ ଭେଟି ତାଙ୍କ ପ୍ରେମରେ ପଡ଼ିଥିଲେ ମହାଲକ୍ଷ୍ମୀ। ମଲ୍‌ରେ ମୁକ୍ତିରଞ୍ଜନଙ୍କ ସହ ଏକାଠି କାମ କରି ତାଙ୍କ ପ୍ରେମରେ ପଡ଼ିଯାଇଥିଲେ ମହାଲକ୍ଷ୍ମୀ। ଚର୍ଚ୍ଚା ହେଉଛି, ତ୍ରିକୋଣୀୟ ପ୍ରେମ ମହାଲକ୍ଷ୍ମୀଙ୍କ ଲାଗି କାଳ ସାଜିଲା କି। କୁଆଡେ ଗଲେ ଅସରଫ। ଉତ୍ତରାଖଣ୍ଡର ଅସରଫ ହେୟାର ଡ୍ରେସର ଅଟନ୍ତି। କାହିଁକି ଆରମ୍ଭରୁ ଅସରଫଙ୍କୁ ଅଙ୍ଗୁଳି ଉଠାଉଥିଲେ ମହାଲକ୍ଷ୍ମୀଙ୍କ ସ୍ୱାମୀ ହେମନ୍ତ ଦାସ। ଦୃଶ୍ୟପଟ୍ଟରେ କେଉଁଠି ବି ନଥିଲେ ଆରମ୍ଭରୁ ମୁକ୍ତିରଞ୍ଜନ। ଘଟଣାକୁ ଭିନ୍ନ ମୋଡ଼ ଦେବାକୁ ଆରମ୍ଭରୁ ହୋଇଥିଲା କି ପ୍ରୟାସ। ଏମିତି ତମାମ ପ୍ରଶ୍ନ ଏବେ ବି ଆନ୍ଦୋଳିତ କରୁଛି। ସବୁତକ ସନ୍ଦେହ ଆରମ୍ଭରୁ ଅସରଫଙ୍କ ଉପରେ କେନ୍ଦ୍ରୀଭୂତ ଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *