ବ୍ରାହ୍ମଣୀଗାଁ ଅଞ୍ଚଳରେ ଜଣକ ଗଳାକାଟି ହତ୍ୟା, ପୂର୍ବ ଶତ୍ରୁତା ସନ୍ଦେହ

Spread the love

କନ୍ଧମାଳ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣିଗାଁ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ କେହି ଦୁର୍ବୃତ୍ତ ନିର୍ମମ ଭାବେ ଗଳା କାଟି ହତ୍ୟା କରିଛି । ମୃତକ ଜଣକ ବ୍ରାହ୍ମଣୀଗାଁ ଥାନା ଝିଞ୍ଜିରିଗୁଡ଼ା ପଞ୍ଚାୟତ ଗଡ଼ମା ଅଞ୍ଚଳର ମହେଶ୍ଵର ମାଝି(୫୦) ବୋଲି ଜଣାପଡିଛି । ଏନେଇ ଥାନାରେ ମହେଶ୍ଵରଙ୍କ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି । ଖବର ପାଇ ବ୍ରାହ୍ମଣିଗାଁ ଥାନା ଅଧିକାରୀ ଚାପାଧାରୀ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବ୍ରହ୍ମପୁରରୁ ସାଇଣ୍ଟିଫିକ ଟିମ୍ ସହ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତକୁ ଜୋର୍ଦାର କରିଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି ।

Leave a Reply

Your email address will not be published. Required fields are marked *