ସାମ୍ବାଦିକ ନାଁ ରେ ଲାଗିଲା ମାଓ ପୋଷ୍ଟର । ଠକ ସାମ୍ବାଦିକତା କରି ହଇରାଣ କରିବା ବନ୍ଦ କରିବା ପାଇଁ ଚେତାବନୀ।

Spread the love

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ରେ ବାରମ୍ବାର ବିଭିନ୍ନ ପ୍ରସଙ୍ଗ କୁ ନେଇ ମାଓନେତା ମାନଙ୍କ ଦ୍ବାରା ପୋଷ୍ଟର ମରା ଯାଉଥିବା ବେଳେ, ଲାଞ୍ଜିଗଡ଼ ବ୍ଳକ ଡେଙ୍ଗେନ ଛକ ରେ ତିନି ସାମ୍ବାଦିକ ନାଁ ରେ ଲାଗିଲା ମାଓ ପୋଷ୍ଟର । ଲାଲୁ ନିଆଲ ଓ୍ବେବ ସାମ୍ବାଦିକ ନିରିହ ଯୁବତୀ ମାନଙ୍କୁ ଚାକିରି କରାଇ ଦେବା ନାଁ ରେ ଶାରିରୀକ ସମ୍ପର୍କ ରଖି ବ୍ଳାକ ମେଲ କରି ଟଙ୍କା ଆଦାୟ କରିବା ବନ୍ଦ କରନ୍ତୁ, ଆଦିବାସୀ ମାନଙ୍କଠୁ ଆଣିଥିବା ଟଙ୍କା ଏକ ସପ୍ତାହ ରେ ଫେରସ୍ତ କରନ୍ତୁ। ଭଦ୍ରାଞ୍ଚଲ ନାଏକ, ଜୟପାଟଣା, ପ୍ରେସ  ସରକାରୀ ଶିକ୍ଷକ ମାନଙ୍କୁ ହଇରାଣ କରି ଟଙ୍କା ମାଗୁଛନ୍ତି। ଠକ ମିଡ଼ିଆ କାମ ବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି। ବିନ୍ଦୁ ନାଏକ , ଭବାନୀପାଟଣା ଏହି ତିନି ଜଣ ବ୍ୟକ୍ତି ସାମ୍ବାଦିକ ନାଁ ରେ ବିଭିନ୍ନ ସମୟରେ ଟଙ୍କା ଆଦାୟ କରିଥାନ୍ତି। ଲୋକଙ୍କୁ ହଇରାଣ କରିଥାନ୍ତି। ଆର.ଟି.ଆଇ ମାଗିବା ପରେ ମାନସିକ ଚାପ ପ୍ରୟୋଗ କରିଥାନ୍ତି । ଯଦି ଏହି ସବୁ ଠକ କାମ ନ ଛାଡ଼ିବେ ତେବେ ପ୍ରଜାକୋର୍ଟ ରେ ଦଣ୍ଡିତ ହେବେ ବୋଲି ମାଓ ପୋଷ୍ଟର ରେ ଉଲ୍ଳେଖ କରିଛନ୍ତି।

Leave a Reply

Your email address will not be published. Required fields are marked *