ମାଓ ଆତଙ୍କ: ଜାଳିଦେଲେ ମୋବାଇଲ ଟାୱାର ଓ ଗାଡି

Spread the love

କଙ୍କର: ଛତିଶଗଡରେ  ମାଓ ତାଣ୍ଡବ। କଙ୍କର ଜିଲ୍ଲା ଅନ୍ତାଙ୍ଗର ବିଧାନସଭା ଅଧୀନରେ ରବିବାର ବିଳମ୍ବିତ ରାତିରେ ଏକ ମାଓବାଦୀ ଦଳ ବହୁ କ୍ଷତି ଭିଆଇଛନ୍ତି। ସେଠାରେ ଥିବା ୫ଟି ଗାଡିରେ ନିଆଁ ଲଗାଇ ଦେବା ସହ ୪ଟି ମୋବାଇଲ ଟାୱାରକୁ ଜାଳିଦେଇଥିବା ସୂଚନା ରହିଛି।

ଆତଙ୍କବାଦୀ ଅନ୍ତାଙ୍ଗର ଅଞ୍ଚଳରେ ତାଣ୍ଡବ ରଚାଇବା ପରେ ତାଡୋକି ଥାନା ଅଧୀନରେ ଅନ୍ତାଙ୍ଗର- ନାରାୟନପୁର ମଧ୍ୟବର୍ତ୍ତୀ ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି। ରାସ୍ତାଉପରେ ୫ଟି ବିରାଟକାୟ ଗଛ କାଟି ପକାଇଦେଇ ମାଓବାଦୀ ଯାତାୟାତ ଠପ କରିଥିବା ସୂଚନା ଦେଇଛନ୍ତି କଙ୍କର ଏସପି ସଲାଭ ସିନ୍ହା।

ଏସପିଙ୍କ ସୂଚନା ଅନୁଯାୟୀ ଗତ ରାତିରେ ଅନ୍ତାଙ୍ଗର ଅଞ୍ଚରେ ୮ଟି ସ୍ଥାନରେ ମାଓବାଦୀ ରଚିଛନ୍ତି କ୍ଷୟକ୍ଷତି। କୋୟାଲିବେଡା ଅଞ୍ଚଳରେ ଏକ ପିଭି-୪୫ ଜିଓ ମୋବାଇଲ ଟାୱାର  ଜାଳିଦେଇଥିବା ସହ ଜିରାମ ତେରାଇର ଅନ୍ୟ ଜିଓ ଟାୱାରରେ ନିଆଁ ଲଗାଇଛନ୍ତି। ସେହିପରି ସିରସଙ୍ଗି ଓ ବଦ୍ରାଙ୍ଗି ଅଞ୍ଚଳରେ ମଧ୍ୟ ବହୁ କ୍ଷତି କରିଛନ୍ତି।

ଏହା ବ୍ୟତୀତ କୋଇଲିବେଡା ଥାନା ଠାରୁ ପ୍ରାୟ ୧ କିମି ଦୂରରେ ଏକ ଘରୋଇ ବସ ଜାଳିଦେବା ସହ ଜେସିବିରେ ନିଆଁ ଲଗାଇ ଦେଇଛନ୍ତି ଓ ମରକନାରଠାରେ ଏକ ଟ୍ରାକ୍ଟର, ହାଇବା, ଗ୍ରେଡର ପୋଡି ଜାଳି ଛାରଖାର କରିଦେଇଥିବା ସୂଚନା ଦେଇଛନ୍ତି ଏସପି।

Leave a Reply

Your email address will not be published. Required fields are marked *