ରାଜଧାନୀରେ ନାବାଳିକାକୁ ଅକଥନୀୟ ନିର୍ଯାତନା: ଦମ୍ପତି ଗିରଫ

ଭୁବନେଶ୍ବର: ନାବାଳିକା ଗୃହ ପରିଚାଳିକା ପ୍ରତି ବର୍ବରତା ଦେଖାଇ ବନ୍ଧାହେଲେ ପିଶାଚ ଦମ୍ପତି l ଗତକାଲି ଗୁରୁତର ଅବସ୍ଥାରେ ସାଲିଆ ସାହିରୁ ଉଦ୍ଧାର ହୋଇଥିଲା ନାବାଳିକା। ଥାନାରେ ମାମଲା ପରେ ପୁଲିସ ତଦନ୍ତ କରି ଏକ ଦମ୍ପତିଙ୍କୁ ଗିରଫ କରିଛି। ଗିରଫ ଦମ୍ପତି ହେଲେ କାଇମାଟିଆ ଗ୍ରାମର ବିଭୁତି ପାଟଶାରୀ ଓ ସୋନାଲି ପାଟଶାଣି। ମାମଲାରେ ଅନ୍ୟ ଦୁଇଜଣ ଫେରାର ଥିବାକୁ ସେମାନଙ୍କୁ ଧରିବାକୁ ପୁଲିସର ଧରପଗଡ ଜାରି ରହିଛି।

ଗତକାଲି ସଲିଆସାହି ଅଞ୍ଚଳରୁ ଜଣେ ୧୧ ବର୍ଷର ନାବାଳିକାକୁ  ଲହୁଲୁହାଣ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରେ ଚାଇଲଡ ଲାଇନ ଓ ନୟାପଲ୍ଲୀ ପୋଲିସ ପହଂଚି ଉକ୍ତ ନାବାଳିକାକୁ ଉଦ୍ଧାର କରିବା ସହ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ନାବାଳିକାର ହାତ ଓ ଗୋଡରେ ଏକାଧିକ ଫ୍ରାକ୍ଚର ଥିବା ସ୍ବାସ୍ଥ୍ୟ ପରୀକ୍ଷା ପରେ ଜଣାପଡିଥିଲା। ନାବାଳିକା ଏବେ ମଧ୍ୟ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛି।

ପୁଲିସକୁ ନାବାଳିକା କହିଛି, ତା ପ୍ରତି ତାର ମାଲିକ ଓ ମାଲିକାଣି ଅତ୍ୟାଚାର କରୁଥିଲେ। ସବୁ ସମୟରେ ମାଡପିଟ କରୁଥିଲେ। ଶେଷରେ ମଙ୍ଗଳବାର ଦିନ ଗୁରୁତର ଅବସ୍ଥାରେ ସାଲିଆ ସାହିରେ ନାବାଳିକା ପଡିଥିବା ଖବର ପାଇଁ ଚାଇଲ୍ଡ ହେଲ୍ପଲାଇନ ଅଧିକାରୀ ଓ ନୟାପଲ୍ଲୀ ପୁଲିସ ପହଞ୍ଚି ତାକୁ ଉଦ୍ଧାର କରିଥିଲେ। ନାବାଳିକାର ଅଭିଯୋଗ ଅନୁଯାୟୀ ପୁଲିସ ୪ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା।

ତଦନ୍ତ ପରେ ପୁଲିସ କାଇମାଟିଆ ଗ୍ରାମର ବିଭୁତି ପାଟଶାଣୀ ଓ ସୋନାଲି ପାଟଶାଣୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ଦୁଇ ଫେରାରଙ୍କୁ ଧରିବାକୁ ପୁଲିସ ଧରପଡଗ ଚଳାଇଛି। ଦୁଇ ଫେରାରଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଏସସିପି ସଞ୍ଜିବ ଶତପଥୀ କହିଛନ୍ତି। ସେପଟେ ଗିରଫଦାରୀ ପରେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି ଦମ୍ପତି। ଯଦି ସେ ପିଲା  କହୁଛି ଆମେ ତାକୁ ଟର୍ଚର କରୁଥିଲୁ ତା ମା ବାପା କାମ କରିବା ପାଇଁ ଆମ ପାଖକୁ ଛାଡୁଥିଲା କାହିଁକି l ଆମେ କୌଣସି ଟର୍ଚର କରିନାହୁଁ କି ମାଡ଼ ମାରିନୁ ଆପଣ ଚାହିଁଲେ ସିସିଟିଭି ଚେକ୍ କରନ୍ତୁ  ବୋଲି ଦୃଢତାର ସହ କହିଛନ୍ତି ଗିରଫ ସୋନାଲି ପାଟଶାଣୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *