ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ପାଇଁ ତିନି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଆଲର୍ଟ କରାଯାଇଛି। ଏହି ସମ୍ଭାବ୍ୟ ବାତାର ପ୍ରଭାବ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ପୁଡୁଚେରୀ ଉପରେ ପଡିବ ବୋଲି ଆକଳନ କରାଯାଉଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଆଇଏମଡି ଅନୁଯାୟୀ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଚେନ୍ନାଇରୁ ପ୍ରାୟ ୯୦୦ କିମି ଦୂରରେ ସମ୍ଭାବ୍ୟ ଲଘୁଚାପ କେନ୍ଦ୍ରିତ ହୋଇଛି। ବାତ୍ୟା ମୁକାବିଲା ପାଇଁ ଏନଡିଆରଏଫ, ସେନା ଏବଂ ନୌସେନା ସତର୍କ କରାଯାଇଛି। ବୁଧବାର ସନ୍ଧ୍ୟା ସୁଦ୍ଧା ଲଘୁଚାପଟି ବାତ୍ୟା ରୂପ ନେବାର ସମ୍ଭବାନା ରହିଛି। ସମ୍ଭାବ୍ୟ ବାତ୍ୟାଟି ଆସନ୍ତାକାଲି ସକାଳ ସୁଦ୍ଧା ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳ ଦେଇ ଅତିକ୍ରମ କରିବା ନେଇ ପାଣିପାଗ ବିଭାଗ ଆକଳନ କରିଛି।
ଏହି ସମୟରେ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଜିଲ୍ଲା ତଥା ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତାମିଲନାଡୁ ଏବଂ ପୁଡୁଚେରୀରେ ବର୍ଷା ସହିତ ପ୍ରବଳ ବଜ୍ରପାତ ହେବ ବୋଲି ଆଇଏମଡି ପକ୍ଷରୁ ଆକଳନ କରାଯାଇଛି। ସେହିପରି ଡିସେମ୍ବର ୮ରେ ତାମିଲନାଡୁରେ ପ୍ରବଳ ବର୍ଷା ହେବାର ଆଇଏମଡି ପୂର୍ବାନୁମାନ କରିଛି। ତାମିଲନାଡ଼ୁର ୧୩ ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି ହୋଇଛି।
ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଛନ୍ତି । ତଳୁଆ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଉତ୍ତର-ପୂର୍ବ ମୌସୁମୀ ବାୟୁ ପ୍ରଭାବରୁ ତାମିଲନାଡୁରେ ଗତ କିଛି ଦିନ ହେଲା ଚେନ୍ନାଇରେ ରେକର୍ଡ ବର୍ଷା ଜାରି ରହିଛି।
ସେପଟେ ଓଡିଶରେ ଏହି ବାତ୍ୟାର ସିଧାସଳଖ ପ୍ରଭାବ ନ ଥିବା ବେଳେ କିନ୍ତୁ ବାହ୍ୟବଳୟ ସହ ଜଡିତ ମେଘ ସମୂହର ପ୍ରଭାବ ପଡିବ। ଫଳରେ ୧୦ ଏବଂ ୧୧ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ଅନୁମାନ କରାଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now