ଲୋକଙ୍କୁ ଡରାଇବା ପୁଲିସର କାମ ନୁହେଁ- ହାଇକୋର୍ଟ

ଜଣେ ସେନା କର୍ମଚାରୀ ଓ ତାଙ୍କ ପୁଅକୁ ପାର୍କିଂ ବିବାଦକୁ ନେଇ ମାଡ଼ ମାରିଥିବା ପୁଲିସ ଅଫିସରଙ୍କୁ ମିଳିଲାନି ଆଗୁଆ ଜାମିନ୍। ପଞ୍ଜାବ ଓ ହରିଆଣା ହାଇକୋର୍ଟ ଗିରଫଦାରିକୁ ଏଡ଼ାଇବାକୁ ଆଗତ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଜଣେ ଆର୍ମି ଅଫିସର ଓ ତାଙ୍କ ପୁଅକୁ ମରଣାନ୍ତକ ଆକ୍ରମଣ ଘଟଣାରେ ଆଗୁଆ ଗିରଫଦାରି ଜାମିନକୁ ଖାରଜ କରିବା ସହ କୋର୍ଟ କହିଛନ୍ତି, ଏହା ଅତ୍ୟନ୍ତ ଭୟଙ୍କର ଘଟଣା ଆଉ କ୍ଷମତାର ସମ୍ପୂର୍ଣ୍ଣ ଦୁରୁପଯୋଗ। ମାର୍ଚ୍ଚ ୧୩ ତାରିଖ ରାତିରେ ପଞ୍ଜାବର ୪ଜଣ ଇନ୍ସପେକ୍ଟର ରାଙ୍କର ଅଫିସର ଓ ତାଙ୍କ ଅନୁଗତ ଆର୍ମି ଅଫିସର ଓ ତାଙ୍କ ପୁଅକୁ ଗାଡ଼ି ପାର୍କିଂକୁ ନେଇ ମାଡ଼ ମାରିଥିଲେ। ଜଷ୍ଟିସ ଅନୁପ ଚକ୍ର କହିଛନ୍ତି, ଲୋକଙ୍କ ସୁରକ୍ଷା, ମର୍ଯ୍ୟାଦା ରକ୍ଷା କରିବା ପୁଲିସର ଦାୟିତ୍ୱ ନୁହେଁ। ଏହା ସହ ନିଜର ନୈତିକତା, ଦାୟିତ୍ୱବୋଧକୁ ତୁଲାଇବା ବି ଜରୁରୀ। ଭିଡିଓରୁ ସ୍ପଷ୍ଟ ଯେ, ଗଣ୍ଡଗୋଳ ବେଳେ ଜଣେ ହେଲେ ବି ପୁଲିସ ଅଧିକାରୀ ଏହାକୁ ଛଡ଼ାଇବାକୁ ଆସିନଥିଲେ। ନିଜର ସହକର୍ମୀଙ୍କୁ ବି ଆଉ ମାଡ଼ ନ ମାରିବା କି ଆଇନକୁ ହାତକୁ ନେବାନି ବୋଲି ବୁଝାଇନଥିଲେ। ବହୁତ ହୋଇଗଲା, ଏତିକିରେ ଗଣ୍ଡଗୋଳ ଖତମ କରିବାକୁ ବି ପଦେ କେହି କହିନଥିଲେ। ଏହା ଛଡ଼ା ତଦନ୍ତ ଶୈଳୀକୁ ନେଇ ବି ପ୍ରଶ୍ନ କରିଛନ୍ତି ବିଚାରପତି। ଅଭିଯୁକ୍ତଙ୍କୁ ଏଯାଏ ଜେରା ହେଲାନି। ସେମାନେ ବ୍ୟବହାର କରିଥିବା ଅସ୍ତ୍ର ବି ଜବତ ହୋଇପାରିଲାନି। କର୍ଣ୍ଣେଲ ପୁଷ୍ପିନ୍ଦର ସିଂ ବାଥ ଓ ତାଙ୍କ ପୁଅ ଅଙ୍ଗଦ ସିଂଙ୍କ ଗଘୀର ଆଘାତ ଲାଗିିଛି ତା ପୁଣି ଧାରୁଆ ଅସ୍ତ୍ରରେ ବୋଲି ସରକାରୀ ହସ୍ପିଟାଲ ରିପୋର୍ଟରେ ଉଲ୍ଲେଖ ରହିଛି। ଯଦି ପୀଡ଼ିତ ବାପ ପୁଅ ରାସ୍ତା କଡ଼ରେ ଭୁଲ ପାର୍କିଂ କରିଥିଲେ। କିନ୍ତୁ ଏଠାରେ ଜଣେ ଅଫିସରଙ୍କ ଦାୟିତ୍ୱ ଥିଲା, ଲ ଏନଫୋର୍ସମେଣ୍ଟ ଅଫିସର ଭାବେ ତାଙ୍କର ଚାଲାଣ କାଟିଥାଆନ୍ତେ। କିନ୍ତୁ ଆଇନକୁ ହାତକୁ ନେଇ କାହାକୁ ବର୍ବୋଚିତ ଭାବେ ମାଡ଼ ମାରିବାକୁ ଆଇନ ସମ୍ମତି ଦେଇନି। ପୁଲିସ ଆକ୍ଚରେ ଏମର୍ଜେନ୍ସି ପାୱାରର ଘୋର ଦୁରୁପଯୋଗ ହୋଇଛି। ଅମାନବୀୟ ଆଚରଣ କରି କୃର ମାନସିକତା ଦେଖାଇଥିଲେ ପୁଲିସ ଅଧିକାରୀମାନେ। ପୁଲିସର ପ୍ରାଥମିକ କାମ ନୁହେଁ ଯେ, ଲୋକଙ୍କ ଭିତରେ ଭୟସଞ୍ଚାର କରିବା। ବରଂ ଆଇନର ସଠିକ ଅନୁପାଳନ ଓ କ୍ରିୟାନ୍ୱୟନ ଉପରେ କାମ କରିବା କଥା ବୋଲି ଚେତାଇ ଦେଇଛନ୍ତି ବିଚାରପତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *