ଘୋଷାରିବି, ଉଲଗ୍ନ କରି ବାଡ଼େଇବି- ମହିଳା ଡାକ୍ତରଙ୍କୁ ଧମକାଇଲେ ବିଧାୟକ!

ଜମ୍ମୁ କଶ୍ମୀର ଡୋଡା ନିର୍ବାଚନ ମଣ୍ଡଳର ଏକମାତ୍ର ଆମ୍ ଆଦମୀ ପାର୍ଟି (ଏଏପି) ବିଧାୟକ ମେହରାଜ୍ ମାଲିକଙ୍କ ବିରୁଦ୍ଧରେ ଏତଲା ରୁଜୁ ହୋଇଛି। ଏତଲା କରିଛନ୍ତି ଜଣେ ମହିଳା ଡାକ୍ତର। ମହିଳା ଡାକ୍ତରଙ୍କୁ ଧମକ ଦେବା, ଅପମାନିତ କରିବା ଓ ବଦନାମ କରିବା ଅଭିଯୋଗରେ ଏତଲା ପଞ୍ଜୀକରଣ ହୋଇଛି। ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗର ଅଧ୍ୟକ୍ଷା ଅଟନ୍ତି ଅଭିଯୋଗକାରିଣୀ ଡାକ୍ତର ମଧୁ ଚିବ୍। ବିଧାୟକ ମଲିକ୍ ସୋସିଆଲ ମିଡିଆରେ ତାଙ୍କୁ ଗାଳି କରୁଛନ୍ତି। ହସ୍ପିଟାଲରେ ଜବରଦସ୍ତ ପଶି ରୋଗୀ ସେବାର ଗୋପନୀୟତାକୁ ଉଲ୍ଲଂଘନ କରିଛନ୍ତି। ପୁଲିସ ଧାରା ୩୫୬, ୭୯ ଓ ୩୫୧ ଆଧାରରେ ଏତଲା ପଞ୍ଜୀକରଣ କରିଛି।ହା ପୂର୍ବରୁ, ଏପିଲ୍ ୨୦୨୫ ମାସରେ ବିଧାନସଭାରେ ମେହରାଜ୍ ମାଲିକ ଦ୍ୱାରା ଦିଆଯାଇଥିବା ଗୋଟିଏ ବିବାଦସ୍ପଦ ବକ୍ତବ୍ୟ (“ହିନ୍ଦୁ ମାନେ ଟିକା ଲଗାନ୍ତି, କିନ୍ତୁ ପାପ କରନ୍ତି”) ନେଇ ହଙ୍ଗାମା ହୋଇଥିଲା। ବିଜେପି ସଦସ୍ୟମାନେ ଏହାକୁ ନିନ୍ଦା କରିଥିଲେ ଓ ଘଟଣାକୁ ନେଇ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ବିବାଦ ଶେଷ ନୁହଁ। ଏକ ପୁରୁଣା ମାନହାନି ମାମଲାରେ ଜମ୍ମୁ ଆଦାଲତ ମେହରାଜ୍ ମାଲିକଙ୍କ ବିରୁଦ୍ଧରେ ଗିରଫ ଓ୍ୱାରେଣ୍ଟ ଜାରି କରିଥିଲେ। ଏହି ମାମଲା ଜଣେ ପୂର୍ବତନ ମନ୍ତ୍ରୀ ଗୁଲାମ୍ ମହମ୍ମଦ୍ ସରୁରୀଙ୍କ ଦ୍ୱାରା ଦାଖଲ କରାଯାଇଥିଲା।



Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *