ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରୁ ମୋବାଇଲ ଲୁଟେରା ଗିରଫ

Spread the love

ମାଲକାନଗିରି : ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ମାତିଛନ୍ତି ମୋବାଇଲ ଲୁଟେରା । ରୋଗୀଙ୍କ ସମ୍ପର୍କୀୟଙ୍କୁ କରୁଛନ୍ତି ଟାର୍ଗେଟ । ଟିକେ ଅନ୍ୟମନସ୍କ ହେଲେ ମୋବାଇଲ ଲୁଟିନେଇ ମାରୁଛନ୍ତି ଚମ୍ପଟ । ରୋଗୀଙ୍କ ସମ୍ପର୍କୀୟ ଶୋଇଥିବା କିମ୍ବା ବାଥରୁମ ଯିବାର ସୁଯୋଗ ନେଇ ସେମାନେ ଲୁଟୁଛନ୍ତି ମୋବାଇଲ । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏମିତି ମୋବାଇଲ ଚୋରି କରୁଥିବା ବେଳେ ଧରାପଡିଛନ୍ତି ଜଣେ ଯୁବକ । ସିସିଟିଭିରେ ଲୁଟର ଦୃଶ୍ୟ କଏଦ ହୋଇଥିବା ବେଳେ ମେଡିକାଲର ସୁରକ୍ଷାକର୍ମୀ ଲୁଟେରାକୁ ଧରି ପୁଲିସ ଜିମା ଦେଇଛନ୍ତି ।

ମାଲକାନଗିରି ବ୍ଳକ ଭାଲୁଗୁଡା ଗାଁର ବିଶ୍ଵନାଥ ତାଣ୍ଡିଙ୍କ ଝିଅ ଟ୍ୟୁମର ଅପରେସନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ବିଶ୍ଵନାଥଙ୍କ ଝିଅ ଏବଂ ସ୍ତ୍ରୀ ୱାର୍ଡ ଭିତରେ ଥିବାବେଳେ ବାହାରେ ଶୋଇଥିଲେ ବିଶ୍ଵନାଥ। ଗତକାଲି ରାତି ପାଖାପାଖି ୧୧ଟା ସମୟରେ ବିଶ୍ଵନାଥ ଶୋଇଥିବାର ସୁଯୋଗ ନେଇ ମୋବାଇଲ ଲୁଟି ନେଇଥିଲା ଲୁଟେରା । ଏ ସମ୍ପର୍କରେ ବିଶ୍ଵନାଥ ମେଡିକାଲ କର୍ତୁପକ୍ଷଙ୍କୁ ଜଣାଇବା ପରେ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ ଲୁଟେରାକୁ କାବୁ କରାଯାଇଥିଲା। ମାଲକାନଗିରି ଆଦର୍ଶ ଥାନାକୁ ଖବର ଦିଆଯିବାରୁ ପୋଲିସ ପହଞ୍ଚି ମୋବାଇଲ ଲୁଟେରାକୁ ଗିରଫ କରି ଥାନାକୁ ଆଣିଥିଲେ ।

ଏହି ଅବସରରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ସାରା ଓଡ଼ିଶାର ସମସ୍ତ ଜିଲ୍ଲା ମୁଖ୍ୟାଳୟ ଏବଂ ୨୦୦ରୁ ଅଧିକ ପ୍ରମୁଖ ସହର ଓ ନଗରରେ ଜିଓ ଟ୍ରୁ-୫ଜିର ଉପଲବ୍ଧତା ବିଷୟରେ ଘୋଷଣା କରି ଆମେ ବେଶ ଆନନ୍ଦିତ । ରାଜ୍ୟର ମୋବାଇଲ୍ ବ୍ୟବହାରକାରୀମାନଙ୍କ ଲାଗି ଜିଓ ହେଉଛି ସର୍ବାଧିକ ପସନ୍ଦର ଅପରେଟର ତଥା ସବୁଠୁ ଅଧିକ ପସନ୍ଦ କରାଯାଉଥିବା ପ୍ରଯୁକ୍ତି ବ୍ରାଣ୍ଡ୍ ଏବଂ ଏହି ଶୁଭାରମ୍ଭ ଓଡ଼ିଶାର ଲୋକମାନଙ୍କ ପ୍ରତି, ବିଶେଷ କରି ଯୁବପିଢ଼ିଙ୍କ ପାଇଁ ଜିଓର ନିରନ୍ତର ପ୍ରତିବଦ୍ଧତାର ପରିଚାୟକ ।

୨୦୨୩ ଡିସେମ୍ବର ଶେଷ ସୁଦ୍ଧା ଦେଶର ସବୁ ସହର ଓ ତାଲୁକାରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିବାକୁ ଜିଓ ଯୋଜନା ରଖିଛି । 

Leave a Reply

Your email address will not be published. Required fields are marked *