ପିଉସିକୁ ପିଟିପିଟି ହତ୍ୟା କଲା ପୁତୁରା

ପିଉସିକୁ ପିଟିପିଟି ହତ୍ୟା କଲା ପୁତୁରା । ବରଗଡ଼ ସହରର ମହାରାଜା ଗଳି ନିକଟରେ ଘଟିଛି ଏଭଳି ହତ୍ୟାକାଣ୍ଡ ଘଟଣା । ହାତୁଡିରେ ପିଟିପିଟି ଜଣେ ମହିଳାଙ୍କୁ ନିର୍ମମ ହତ୍ୟା କରାଯାଇଥିବା ପୋଲିସ୍ ସୂଚନା ଦେଇଛି । ମୃତ ମହିଳା ଜଣକ ହେଲେ, ସୁବାଷିନୀ ସେଠ । ବରଗଡ଼ ଟାଉନ୍ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ସହିତ ଏହି ହତ୍ୟା ମାମଲାର ଅଭିଯୁକ୍ତ କୁହାଯାଉଥିବା ମୃତ ମହିଳାଙ୍କ  ସମ୍ପର୍କୀୟ ପୁତୁରା ରାମକୃଷ୍ଣ ସେଠଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *