ସ୍ତ୍ରୀକୁ କାତିରେ ହାଣି ହତ୍ୟା କଲା ସ୍ୱାମୀ ।ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କୁଙ୍କୁଣୀ ଗାଁରେ । ମୃତକ ଜଣକ ହେଉଛନ୍ତି ରେଶମା ବାଗସିଂ । ଅଭିଯୁକ୍ତ ସ୍ୱାମୀ ଅନନ୍ତ ବାଗସିଂ କୁ ଥାନା ରେ ଅଟକ ରଖି ତଦନ୍ତ କରୁଛି ପୋଲିସ । ଗତକାଲି ରାତିରେ ଉଭୟ ସ୍ୱାମୀ, ସ୍ତ୍ରୀ ମୋହନା ବଜ଼ାରରେ ଚାଲିଥିବା ମିନାବଜାର ବୁଲିବାକୁ ଯାଇଥିଲେ । ରାତି ପ୍ରାୟ ୧୦ ଟାରେ କୁଙ୍କୁଣୀ ଗାଁକୁ ଫେରିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଉତକ୍ଷିପ୍ତ ହୋଇ ସ୍ୱାମୀ ଅନନ୍ତ ଗୋଟିଏ କାତିରେ ସ୍ତ୍ରୀ ରେଶମା ର ବେକରେ ଓ ମୁହଁରେ ଅମାନୁଷିକ ଭାବେ ହାଣି ପକାଇଥିଲା । ପରିବାର ଲୋକେ ବିଳମ୍ବିତ ରାତିରେ ରେଶମାକୁ ଉଦ୍ଧାର କରି ମୋହନା ମେଡିକାଲ ନେଇଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ମୋହନା ପୋଲିସ୍ ଅଭିଯୁକ୍ତ ସ୍ୱାମୀ ଅନନ୍ତ କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now