ବାପା ସାଜିଲା ରାକ୍ଷାସ

ନୂଆପଡା ଜିଲ୍ଲା ରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି । ବୋଡେ଼ନ ଥାନା କୁଟିଆପଡା ର କିଶୋର ମାଝୀ ନାମକ ଜନୈକ ବ୍ୟକ୍ତି ପ୍ରଥମେ ନିଜ ଦଶବର୍ଷର ଝିଅ କମଳା କାନ୍ତି ମାଝୀ ଙ୍କୁ ଛୁରା ମାଡ଼ କରି ହତ୍ୟା ଉଦ୍ୟମ କରିଥିବା ବେଳେ ପରେ ନିଜ ଦେଢ଼ବର୍ଷ ର ପୁଅ ଚନ୍ଦନ ମାଝୀ ପାଣି ରେ ବୁଡ଼ାଇ ମାରି ଦେବାକୁ ଉଦ୍ୟମ କରି ଫେରାର ହୋଇଥିଲେ । ପରେ ଗୁରୁତର ଅବସ୍ଥା ରେ କମଳା କାନ୍ତି ଏବଂ ଚନ୍ଦନ କୁ ଉଦ୍ଧାର କରି ବୋଡେ଼ନ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ତାଙ୍କ ସମ୍ପର୍କୀୟ ଏବଂ ସମିତି ସଭ୍ୟ ସୌଦାଗର ସାହୁ
। ତେବେ ଚିକିତ୍ସିତ ସମୟ ରେ ଚନ୍ଦନ ର ମୃତ୍ୟୁ ହୋଇଥିବା ଜଣାପଡିଛି । କେଉଁ କାରଣ ପାଇଁ ନିଜ ପୁଅଝିଅ କୁ ହତ୍ୟା ଉଦ୍ୟମ କରିଥିଲା ବାପା କିଶୋର ମାଝୀ ,ତାହାର ସଠିକ କାରଣ ଜଣାପଡ଼ିନାହିଁ ! ଘଟଣା ଭିଆଇବା ପରେ ବାପା କିଶୋର ମାଝୀ ଫେରାର ଥିବା ବେଳେ ବୋଡେ଼ନ ପୋଲିସ ଖବର ପାଇ ଘଟଣାର ଛାନଭିନ ତଦନ୍ତ ଚଳାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *