ନାଗ ମୁହଁ ଖୋଲି ପାରୁନି ଇଡି

Spread the love

ଭୁବନେଶ୍ବର: ଆସନ୍ତାକାଲି ସରିବ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ୭ଦିନିଆ ରିମାଣ୍ଡ । ହେଲେ ଆଜି ଷଷ୍ଠ ଦିନରେ ବି ଇଡିର ଜେରାରେ ପୂର୍ଣ୍ଣ ସହଯୋଗ କରୁନାହାନ୍ତି ଅର୍ଚ୍ଚନା । ଇଡି ର କୌଣସି ପ୍ରଶ୍ନ ର ସଠିକ ଉତ୍ତର ନ ଦେଇ ଏଣୁତେଣୁ କହୁଛନ୍ତି ବୋଲି ଇଡି ପକ୍ଷରୁ ସୂଚନା ମିଳିଛି l  ସେଥିପାଇଁ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ପାଇଁ ପୁଣି ଆବେଦନ କରିପାରେ ଇଡି । ସୋମବାର ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି।

ଡବଲ ଗେମ ଖେଳୁଛନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ l ୭ ଦିନିଆ ରିମାଣ୍ଡର ଷଷ୍ଠ ଦିବସରେ ବି ମୁହଁ ଖୋଲୁ ନାହାନ୍ତି ଅର୍ଚ୍ଚନା ।  ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ପାଇଁ ପୁଣି ଆବେଦନ କରିପାରେ ଇଡି । ସେପଟେ  ସୋମବାର ଅର୍ଚ୍ଚନା ଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ଗଣମାଧ୍ୟମ ଆଗରେ ଗର୍ଜିଲେ, ଇଡି ଆଗରେ ନରମିଲେ। ତଦନ୍ତରେ ସହଯୋଗ କରୁନାହାନ୍ତି । କଳାଧନର କଳା କାହାଣୀ କହିବାକୁ ଅମଙ୍ଗ ନାଗ। ବେଆଇନ ଅର୍ଥ କାରବାର ନେଇ ତଦନ୍ତ କରୁଥିବା ଇଡି ଏବେ ଅଡ଼ୁଆରେ । ତେବେ ଅର୍ଚ୍ଚନା ଜାଣିଶୁଣି ଏଭଳି କହି କାହାକୁ ହରଡଘଣାରେ ପକାଇବାକୁ ଚେଷ୍ଟା କରିଛନ୍ତି ବୋଲି କହିଛନ୍ତି ପୂର୍ବତନ ପୋଲିସ୍ ଅଧିକାରୀ। 

 ବଡ ବଡ଼ିଆଙ୍କ ସୁରାକ ପାଇବା ଇଡି ପାଇଁ ଏତେ ସହଜ ହେବ ନାହିଁ।  କାରଣ ଅର୍ଚ୍ଚନା ଯଦି କୌଣସି ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ନାମ ଇଡି ଆଗରେ କହିବେ ତେବେ ସେଥିପାଇଁ ପ୍ରମାଣ ମଧ୍ୟ ଦେବାକୁ ପଡିବ।  ସେହିପରି ଅର୍ଚ୍ଚନା ଙ୍କ ଘରୁ ଜବତ ଡିଜିଟାଲ ସାମଗ୍ରୀରେ ତଥ୍ୟ ରହିଛି କି ନାହିଁ ତାହା ଏକ୍ସପର୍ଟ ଟିମ ସହାୟତା ରେ ଖୋଳତାଡ଼ କରିବ ପ୍ରବର୍ତ୍ତନ ନିର୍ଦେଶାଳୟ l

ନାଗ କେବେ କହିବେ ବେଆଇନ  ଅର୍ଥ କାରବାରର ସତ ତାକୁ ନେଇ ଚିନ୍ତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ l

ସ୍ୱରୂପା ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *