୨୮ରେ ହେବ ଆଫତାବର ନାର୍କୋଟେଷ୍ଟ

Spread the love

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକର ହତ୍ୟା ଘଟଣାରେ ଅଭିଯୁକ୍ତ  ଆଫତାବ ଆମିନ ପୁନାୱାଲାର ନଭେମ୍ବର ୨୮ରେ ନାର୍କୋଟେଷ୍ଟ କରାଯିବ। ଶନିବାର ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି। ପୂର୍ବରୁ ଦିଲ୍ଲୀ ପୁଲିସ ସୂଚନା ଦେଇଥିଲା କି, ପୀଡିତା ଶରୀରର ଡିଏନଏ ଟେଷ୍ଟ ରିପୋର୍ଟ ପୁଲିସକୁ ମିଳିନାହିଁ।

ଶୁକ୍ରବାର ପୂର୍ବାହ୍ନରେ ଦିଲ୍ଲୀ ପୁଲିସ ଆଫତାବର ପଲିଗ୍ରାଫ ଟେଷ୍ଟ ସମ୍ଭବ ହୋଇପାରି ନାହିଁ। ଦିଲ୍ଲୀ ପୁଲିସର ଲ ଆଣ୍ଡ ଅର୍ଡର ଏସସିପି ସାଗର ପ୍ରୀତ ହୁଡା କହିଥିଲେ କି, ଆଜି ଅଭିଯୁକ୍ତ ଆଫତାବର ପଲିଗ୍ରାଫ ସମ୍ଭବ ହେଉନାହିଁ।  ଦିଲ୍ଲୀ ପୁଲିସ ମେହରୁଲିର ଶ୍ରଦ୍ଧା ହତ୍ୟା ଘଟଣାର ତଦନ୍ତ କରୁଛି।

ଅଭିଯୁକ୍ତ ଅଫତାବ, ତାର ଲିଭ ଇନ ପାର୍ଟନର ଶ୍ରଦ୍ଧା ୱାର୍କରକୁ ହତ୍ୟା କରି ୩୫ ଖଣ୍ଡ କରିଦେଇଥିଲା ଓ ସେହି ସବୁ ଖଣ୍ଡକୁ ଦିଲ୍ଲୀର ଛତ୍ରପୁର ଡମ୍ପିଂ ୟାର୍ଡରେ ପ୍ରତି ରାତିରେ ସେସବୁ ଖଣ୍ଡକୁ ନେଇ ପକାଉଥିଲା। ପରେ ଦିଲ୍ଲୀ ପୁଲିସ ଡମ୍ବିଂ ୟାର୍ଡରୁ ସଂଗ୍ରହ କରିଥିବା ଶରୀରର ବିଭିନ୍ନ ଅଂଶ ସହ ଶ୍ରଦ୍ଧାଙ୍କ ବାପା ବିକାଶ ୱାର୍କରଙ୍କ  ଡିଏନଏ ନମୁନା ସଂଗ୍ରହ କରି ଶ୍ରଦ୍ଧାଙ୍କ ଡିଏନଏ ଟେଷ୍ଟ ପାଇଁ ପଠାଇଛି।

ଦିଲ୍ଲୀ ପୁଲିସ ଜଣାଇଛି କି, ତଦନ୍ତ କାଳରେ ଶ୍ରଦ୍ଧା ଓ ଆଫତାବ ରହୁଥିବା ରୋଷେଇ ଘର କାନ୍ଥରେ ରକ୍ତ ଛିଟା ପଡିଥିଲା। ସେହି ବ୍ଲଡ ସାମ୍ପୁଲକୁ ମଧ୍ୟ ଟେଷ୍ଟ ପାଇଁ ପଠାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *