ଯୌତୁକ ଲାଗି ଜାଳିଦେଲା ଜହ୍ଲାଦ ସ୍ୱାମୀ..

ନିକ୍କି ହତ୍ୟାକାଣ୍ଡରେ ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଶେଷ ଅଭିଯୁକ୍ତ ଭାବେ ନିକ୍କିଙ୍କ ଶ୍ୱଶୁରକୁ ପୁଲିସ ଗିରଫ କରିଛି। ଏହା ପୂର୍ବରୁ ଅଭିଯୁକ୍ତ ସ୍ୱାମୀ ବିପିନ ଭାଟି, ଦିଅର ରୋହିତ ଭାଟି, ଶାଶୁଙ୍କୁ ଗିରଫ କରିଥିଲା ପୁଲିସ। ଗ୍ରେଟର ନୋଏଡାର ସିର୍ସାରେ ଯୌତୁକଜନିତ ହତ୍ୟାକାଣ୍ଡରେ ଗିରଫ ସ୍ୱାମୀ ବିପିନ ରବିବାର ପୁଲିସ ହେପାଜତରେ ବନ୍ଧୁକ ଛଡ଼ାଇ ଫେରାର୍ ହେବାକୁ ବସିଥିଲା। ଏହାକୁ ନେଇ ପୁଲିସ ତାକୁ ଏନକାଉଣ୍ଟର କରିଥିଲା। ବିପିନ ଗୋଡ଼ରେ ଗୁଳି ବାଜିଛି। ଏବେ ବିପିନ ହସ୍ପିଟାଲରେ ଭର୍ତ୍ତି ହୋଇଛି। ଅଭିଯୁକ୍ତ ବିପିନ ଯେଉଁଠୁ ଥିନର କିଣିଥିଲା। ଏହାର ଯାଞ୍ଚ ଲାଗି ବିପିନ ଭାଟିକୁ ସାଙ୍ଗରେ ନେଇ ପୁଲିସ ଯାଞ୍ଚ ଲାଗି ନେଉଥିଲା। କୋର୍ଟ ଅଭିଯୁକ୍ତ ବିପିନକୁ ୧୪ ଦିନ ନ୍ୟାୟିକ ହାଜତକୁ ପଠାଇ ଦିଆଯାଇଛି। ଅଗଷ୍ଟ ୨୧ରେ ସଂଧ୍ୟା ପ୍ରାୟ ସାଢ଼େ ୫ଟା ବେଳେ ବିପିନ ନିକ୍କିକୁ ନିସ୍ତୁକ ପିଟିଥିଲା। ମାଡ଼ରେ ଗୁରୁତର ଆହତ ହୋଇଯାଇଥିଲେ ନିକ୍କି। ନିକ୍କିଙ୍କୁ ମାଡ଼ ମାରି ୭ ବର୍ଷର ପୁଅ ଆଗରେ ପେଟ୍ରୋଲ ଢାଲି ଲାଇଟରରେ ନିଆଁ ଲଗାଇ ଦେଇଥିଲା ବିପିନ। ଅବସ୍ଥା ସଂକଟାପନ୍ନ ହେବାରୁ ଦିଲ୍ଲୀ ସଫଦରଗଞ୍ଜ ହସ୍ପିଟାଲକୁ ରେଫର କରିଦିଆଯାଇଥିଲା। କିନ୍ତୁ ରାସ୍ତାରେ ହିଁ ନିକ୍କିଙ୍କ ମୃତ୍ୟୁ ଘଟିଥିଲା। ନିକ୍କିଙ୍କ ବାପା ନିକଟରେ ମର୍ସଡିଜ୍ କିଣିଥିଲେ। ଅଭିଯୁକ୍ତ ବିପିନର ଏହା ଉପରେ ବି ଲୋଭ ଥିଲା। ଏହି ଲକଜରି କାରକୁ ବିପିନ ନିଜ ଲାଗି ମାଗିଥିଲା। କେବଳ ଏତିକି ନୁହେଁ। ଅଭିଯୁକ୍ତ ବିପିନ ୨୦୨୪ରେ ଦିଲ୍ଲୀର ଜଣେ ଝିଅ ସହ ବୁଲୁଥିଲା ବେଳେ ପରିବାର ଲୋକେ ଧରିନେଇଥିଲେ। ସେତେବେଳେ ବିପିନକୁ ପିଟିଥିଲେ ଲୋକେ। ନିକ୍କିର ବିବାହ ୨୦୧୬ରେ ବିପିନ ସହ ହୋଇଥିଲା। ବିବାହରେ ସ୍କର୍ପିଓ ସମେତ ବିପୁଳ ସାମଗ୍ରୀ ଯୌତୁକ ଆକାରରେ ଦିଆଯାଇଥିଲା। ଏହା ପରେ ବି ବିପିନ, ଦେଢ଼ଶୂର ରୋହିତ, ଶାଶୁ ଦୟା ଓ ଶ୍ୱଶୁର ସତବୀର ଲଗାତାର ୩୫ଲକ୍ଷ ଟଙ୍କାର ଅତିରିକ୍ତ ଯୌତୁକ ମାଗୁଥିଲେ। ପୀଡ଼ିତ ପରିବାର ସେମାନଙ୍କ ଦାବି ପୂରଣ ସକାଶେ ଆଉ ଏକ କାର୍ ବି ଦେଇଥିଲେ। ତା ସତ୍ତ୍ୱେ ନିକ୍କିଙ୍କ ଉପରେ  ନିର୍ଯାତନା ଥମିନଥିଲା। ବଡ଼ କଥା ହେଲା। ଗୋଟିଏ ପରିବାରରେ ନିକ୍କି ଓ ତାଙ୍କ ଭଉଣୀ କାଞ୍ଚନଙ୍କ ବିବାହ ହୋଇଥିଲା। କାଞ୍ଚନଙ୍କ ବିବାହ ରୋହିତ ଓ ନିକ୍କିଙ୍କ ବିବାହ ବିପିନ ସହ ହୋଇଥିଲା। ଦୁଇ ଭଉଣୀଙ୍କ ବିବାହ ପରଠୁ ନିର୍ଯାତନା ଆରମ୍ଭ ହୋଇଯାଇଥିଲା। ଅନେକ ଥର ପଞ୍ଚାୟତ ବସି ଆପୋଷ ସମାଧାନ କରିବାକୁ ପ୍ରୟାସ ହୋଇଥିଲା। ତା ସତ୍ତ୍ୱେ ଯୌତୁକଲୋଭୀ ପରିବାର ନିଜର ଲାଳସା ସମ୍ୱରଣ କରିପାରୁନଥିଲେ। ସେଥିଲାଗି ଯୌତୁକ ଜୁଇରେ ଜାଳିଦେଲେ ନିକ୍କିଙ୍କୁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *