ପାଣିପାଗ ଓ ପରିବେଶ

୧ ଜୁନ୍ ରୁ ୨୮ ଜୁଲାଇ ସୁଦ୍ଧା ୪୫୨.୮ ମି.ମି. ବର୍ଷା ରେକର୍ଡ଼ : ୧୨ ଜିଲ୍ଲାରେ ନିଅଣ୍ଟିଆ, ଦୁଇ ଜିଲ୍ଲାରେ ଅତ୍ୟଧିକ ଏବଂ ୧୬ ଜିଲ୍ଲାରେ ସ୍ଵାଭାବିକ୍ ବର୍ଷା ରେକର୍ଡ଼

ଭୁବନେଶ୍ଵର : ଚଳିତ ମୌସୁମୀ ଋତୁରେ, ୧ ଜୁନ୍ ରୁ ୨୮ ଜୁଲାଇ ସୁଦ୍ଧା ୪୫୨.୮ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ଏହି ସମୟରେ ସ୍ଵାଭାବିକ୍ ବର୍ଷା ୫୧୫.୬ ମି.ମି ରହିଥାଏ । ଏହି ଅବଧି ମଧ୍ୟରେ ୧୨ ଜିଲ୍ଲାରେ ନିଅଣ୍ଟିଆ, ଦୁଇ ଜିଲ୍ଲାରେ ଅତ୍ୟଧିକ ଏବଂ ଅନ୍ୟ ୧୬ ଜିଲ୍ଲାରେ ସ୍ଵାଭାବିକ୍ ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Related Articles

Leave a Reply

Your email address will not be published.

Back to top button