ଘାଜିଆବାଦରେ ନିର୍ଭୟାକାଣ୍ଡର ପୁନରାବୃତ୍ତି

ଘାଜିଆବାଦ: ଘାଜିଆବାଦରେ ମହିଳାଙ୍କୁ ଅପହରଣ ଓ ଗଣଦୁଷ୍କର୍ମ ଘଟଣାକୁ ନେଇ ସବୁଠି ହଇଚଇ। ଭାଇ ଘରକୁ ବୁଲିବାକୁ ଆସିଥିବା ବେଳେ ଏଭଳି ଜଘନ୍ୟକାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ। ୫ ଅଭିଯୁକ୍ତଙ୍କ ଭିତରୁ ୪ ଜଣଙ୍କୁ ପୁଲିସ ଗିରଫ କରିଥିଲା ବେଳେ ସମ୍ପତ୍ତି ବିବାଦକୁ ନେଇ ଏଭଳି ନାରକୀୟକାଣ୍ଡ ଦୁର୍ବୃତ୍ତ  ଭିଆଇଥିବା ଜଣାପଡିଛି।

ଅକ୍ଟୋବର ୧୮ ତାରିଖ। ନିର୍ଭୟାକାଣ୍ଡ ଭଳି ନାରକୀୟ କାଣ୍ଡର ସାକ୍ଷୀ ହେଲା ଘାଜିଆବାଦ ସହର। ଘାଜିଆବାଦ ପୁଲିସକୁ ସୂଚନା ମିଳିଲାକି, ଜଣେ ମହିଳା ମୁର୍ମୂଷ ଅବସ୍ଥାରେ ଆଶ୍ରମ ରୋଡରେ ପଡ଼ିଛନ୍ତି। ପୁଲିସ ତୁରନ୍ତ ପହଞ୍ଚି ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ଆଉ ଘଟଣାର ଛାନଭିନ କରୁ କରୁ ଏହା ପଛର ଲୋମହର୍ଷଣକାରୀ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଭାଇ ଘରକୁ ଦିଲ୍ଲୀରୁ  ବୁଲିବାକୁ ଆସିଥିବା ମହିଳା ଜଣକୁ ତାଙ୍କର ପରିଚିତ ୫ ଜଣ ବସଷ୍ଟାଣ୍ଡରୁ ଅପହରଣ କରିନେଲେ। ଆଉ ଗଣଦୁଷ୍କର୍ମ କରିବା ପରେ ତାଙ୍କର ଗୁପ୍ତାଙ୍ଗରେ ଆଇରନ ରଡ୍ ପୁରାଇ ଦେଇଥିଲେ। ମୁର୍ମୂଷୁ ଅବସ୍ଥାରେ ଆଶ୍ରମ ରୋଡରେ ଫିଙ୍ଗିଦେଇଥିଲେ। ସମ୍ପତ୍ତିଗତ ବିବାଦକୁ ନେଇ ମହିଳାଙ୍କୁ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ପୁଲିସ ସ୍ପଷ୍ଟ କରିଛି। ଅଭିଯୁକ୍ତ ୫ ଜଣଙ୍କ ଭିତରୁ ୪ ଜଣଙ୍କୁ ଗିରଫ କରିଛି ପୁଲିସ।

ଏଭଳି ବର୍ବରତା ପଦାକୁ ଆସିବା ପରେ ଦିଲ୍ଲୀ ମହିଳା ଆୟୋଗ ଏସପିଙ୍କୁ ନୋଟିସ୍ କରିଥିଲେ। ୫ଜଣ ଦୁର୍ବୃତ୍ତ ଦୁଇ ଦିନ ଧରି ମହିଳାଙ୍କୁ ବଳାତ୍କାର କରିଥିଲେ। ରାସ୍ତାରୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର ବେଳେ ବି ଆଇରନ ରଡ୍ ମହିଳାଙ୍କ ଗୁପ୍ତାଙ୍ଗରେ ଥିଲା। ଏବେ ହସ୍ପିଟାଲରେ ମରଣ ସହ ସଂଘର୍ଷ କରୁଛି ପୀଡ଼ିତା।

ପୀଡ଼ିତା ଜଣକ ଦିଲ୍ଲୀର ଜିଟିବି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମହିଳାଙ୍କ ଶ୍ୱଶୁରଙ୍କ ଘର ଦୁର୍ଗାପୁରୀରେ ଥିବା ସମ୍ପତ୍ତିକୁ ନେଇ ବିବାଦ ଥିଲା। ଅଭିଯୁକ୍ତ ବି ଦିଲ୍ଲୀର। ଦିଲ୍ଲୀରେ କୋର୍ଟ ଜରିଆରେ ମହିଳା ଜଣକ ମକଦ୍ଦମା କରିବାକୁ ପ୍ରୟାସ କରିଥିଲେ। ଘାଜିଆବାଦରେ ନିର୍ଭୟା ଭଳି ନାରକୀୟ କାଣ୍ଡ ଘଟିଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *