ନାବାଳିକା ଦୁଷ୍କର୍ମ ମାମଲାରେ ଜେଲ ଗଲା ବୃଦ୍ଧ

Spread the love

କେନ୍ଦ୍ରାପଡା : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଠାକୁରପାଟଣା ଅଂଚଳର ଜଣେ ବୟସ୍କ ବ୍ୟକ୍ତିଙ୍କୁ ପୋଲିସ ନାବାଳିକା ଦୁଷ୍କର୍ମ ମାମଲାରେ ୩୯୨/୨୩ ରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୋଗ ମୁତାବକ ଠାକୁରପାଟଣା ଅଂଚଳର ପ୍ରହଲ୍ଲାଦ ବେହେରା(୬୨) କିଛିଦିନ ହେବ ଜେ ନାବାଳିକା କୁ ପ୍ରଲୋଭନ ଦେଖାଇ ନିଜ ଗୁହାଳ ଘରକୁ ଡାକିନେଇ ଦୁଷ୍କର୍ମ ଉଦ୍ୟମ କରିବା ସହ ଘଟଣା ପ୍ରକାଶ କଲେ ଜୀବନରେ ମାରି ଦେବାକୁ ଧମକ ଚମକ ଦେଇଥିଲା । ଭୟଭୀତ ନାବାଳିକା ଜଣକ ଘରେ ଏକଥା ପ୍ରକାଶ କରିବା ପରେ ପରିବାର ପକ୍ଷରୁ ସଦର ଥାନାରେ ଅଭିଯୋଗ କରାଯାଇଛି । ଥାନା ଅଧିକାରୀ ସରୋଜ କୁମାର ସାହୁ ୩୯୨/୨୩ ରେ ମାମଲା ରୁଜୁ କରିବା ସହ ପୋକ୍ସୋ ଆକ୍ଟରେ ଆସାମୀ ପ୍ରହଲ୍ଲାଦକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *