ବଜ୍ରକାପ୍ତା ଉଦ୍ଧାର, ୮ ଗିରଫ

Spread the love

ବାରିପଦା : ମୟୁରଭଞ୍ଜ ଜିଲ୍ଲାରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରି ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ଏହି ମାମଲାରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ବଜ୍ରକାପ୍ତାକୁ ବିକ୍ରି କରିବା ପାଇଁ ଡିଲ ଚାଲିଥିବା ସମୟରେ ବନବିଭାଗ ଟିମ ଚଢ଼ାଉ କରିଥିଲା। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନଖଣ୍ଡ ଓ ରାଇରଙ୍ଗପୁର ବନଖଣ୍ଡ ପକ୍ଷରୁ ମିଳିତ ଚଢାଉ କରାଯାଇଛି । ରାଇରଙ୍ଗପୁର ଠାରେ ଥିବା ଏକ ଲଜ୍ ରେ ଚଢ଼ାଉ କରି ଘଟଣାରେ ସମ୍ପୃକ୍ତ ଥିବା ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପାଖରୁ ଗୋଟିଏ ବୋଲୋରୋ ଗାଡି, ଗୋଟିଏ ସ୍କୁଟି ଓ ୮ଟି ମୋବାଇଲ ଫୋନ ଜବତ କରାଯାଇଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନଖଣ୍ଡ ଉପନିର୍ଦେଶକ ଏହି ସୂଚନା ଦେଇଛନ୍ତି । ବଜ୍ରକାପ୍ତାକୁ ଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ବନ ବିଭାଗକୁ ଖବର ମିଳିଥିଲା। ବିକ୍ରି ମୂଲଚାଲ ସମୟରେ ବନବିଭାଗ ପୂର୍ବ ସୂଚନା ଅନୁସାରେ ଯୋଜନାବଦ୍ଧ ଭାବେ ଚଢ଼ାଉ କରି ଉକ୍ତ ସଫଳତା ପାଇଛି ।

Leave a Reply

Your email address will not be published. Required fields are marked *