କେନ୍ଦୁଝର : ଧୋଇ ହୋଇ ଗଲା ପଡୁଆ ବାଗଡେଗା ନାଳ ପୋଲ

Spread the love

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଲଗାତାର ବର୍ଷା ଜାରୀ ରହିଛି । ଏହି ଲଗାଣ ବର୍ଷା ଫଳରେ ଚମ୍ପୁଆ ବ୍ଲକ ପଡୁଆ ବାଗଡେଗା ନାଳ ପୋଲ ଧୋଇ ହୋଇଯାଇଛି । ପୋଲ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଛି । ଭଣ୍ଡା ପଡୁଆ ପଞ୍ଚାୟତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

ସେହିପରି ପ୍ରବଳ ବର୍ଷା ଯୋଗୁ କେନ୍ଦୁଝର ଜିଲ୍ଲାରେ ଅରଡେଇ ନଦୀ ଫୁଲୁଛି । ଏହି କାରଣରୁ ଅରଡେଇ ନଦୀ ଉପରେ ଥିବା ବିଭିନ୍ନ ପୋଲ ଉପରେ ପାଣି ଚାଲିଛି । ବୋଦାପଳସା ପୋଲ ଉପରେ ୪ ଫୁଟର ପାଣି ଚାଲୁଥିବା ବେଳେ ସେହି ରାସ୍ତାରେ ଗାଡ଼ି ଚଳାଚଳ ସପୂର୍ଣ ବନ୍ଦ ରହିଛି । ଏହି କାରଣରୁ ୫ ଟା ପଞ୍ଚାୟତ ପ୍ରଭାବିତ ହୋଇଛି ।

ପ୍ରବଳ ବର୍ଷା ଯୋଗୁ ସମାକୋଇ ପୋଲ ଉପରେ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଚେଣୁ ତେଲକୋଇରେ ବନ୍ୟା ପରିସ୍ଥିତି ଉତ୍ପନ୍ନ ହୋଇଛି । ଫଳରେ ବ୍ଲକ ମୁଖ୍ୟାଳୟରୁ ୧୦ଟି ପଞ୍ଚାୟତ ବିଛିନ୍ନ ହେବା ସହିତ ତାଳଚେର, ଢେଙ୍କାନାଳ, କଟକ, ଭୁବନେଶ୍ୱରକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଏହା ସହିତ ତେଲକୋଇ ପତ୍ର ଫଡି ପାଖରେ ପ୍ରବାହିତ ହେଉଥିବା ହନୁମନ୍ତିଆ ନାଳ ପୋଲ ଉପରେ ମଧ୍ୟ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ତେଲକୋଇ ଠାରୁ ରାଉରକେଲା, ସମ୍ବଲପୁର ସହିତ ଯୋଗାଯୋଗ ବିଛିନ୍ନ ହୋଇଛି ।

ଅନ୍ୟ ପକ୍ଷରେ ବୈତରଣୀ ନଦୀର ଜଳସ୍ତର ଆନନ୍ଦପୁର ରାଜଘାଟ ଠାରେ ସତର୍କ ସୂଚନା ଅତିକ୍ରମ କରିଛି । ସତର୍କ ସୂଚନା ୩୭.୫୫୦ମି ଥିବା ବେଳେ ବର୍ତମାନ ୩୭.୭୦୦ ମି ରେ ଜଳ ପ୍ରବାହିତ ହେଉଥିବା ଜଣା ପଡିଛି ।

Leave a Reply

Your email address will not be published. Required fields are marked *