ସ୍ୱାମୀ ଶାରୀରିକ ସମ୍ପର୍କ ରଖିବାକୁ ଜିଦ୍ କରୁଥିଲା। ଆଉ ଅଧା ରାତିରେ ଏଥିଲାଗି ସ୍ୱାମୀକୁ ମର୍ଡର କରିଦେଲା ପତ୍ନୀ। କୁରାଢ଼ୀରେ ହାଣି ନିର୍ମମ ହତ୍ୟା କରିଛି। ୧୫ ଦିନ ତଳେ ହିଁ ହୋଇଥିଲା ବିବାହ। ଏଭଳି ଲୋମହର୍ଷକ ଘଟଣା ଘଟିଛି ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରୁ। ମୃତକଙ୍କ ନାଁ ଅନୀଲ ଲୋଖାଣ୍ଡେ। ୨୭ ବର୍ଷର ପତ୍ନୀ ୫୩ ବର୍ଷର ସ୍ୱାମୀକୁ ଏଭଳି ମର୍ଡର କରିଛି। ମଙ୍ଗଳବାର ରାତିରେ ଦମ୍ପତ୍ତିଙ୍କ ଭିତରେ ଝଗଡ଼ା ହୋଇଥିଲା। ବୁଧବାର ରାତିରେ ଯେତେବେଳେ ଅନୀଲ ଶୋଇଥିଲା। ଅନୀଲର ମୁଣ୍ଡକୁ କୁରାଢ଼ୀରେ ହାଣି ହତ୍ୟା କରିଛି ପତ୍ନୀ। ମର୍ଡର ପରେ ନିଜ ଦାଦା ଝିିଅକୁ ସବୁ କହିଥିଲା ମହିଳା। ଅଦାଲତ ଅଭିଯୁକ୍ତକୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ପୁଲିସକୁ ଅନୁମତି ଦେଇଛି। ଅନୀଲ ୧୫ ଦିନ ତଳେ ରାଧିକାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଅନୀଲଙ୍କ ପ୍ରଥମ ପତ୍ନୀଙ୍କ କ୍ୟାନସରରେ ମୃତ୍ୟୁ ହୋଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now