ସୁଲତାନପୁରୀ ଦୁର୍ଘଟଣା: ପ୍ରତ୍ୟକ୍ଷଦର୍ଶୀଙ୍କୁ ଯାଞ୍ଚରେ ସାମିଲ କରିଛି ପୁଲିସ

Spread the love

ନୂଆଦିଲ୍ଲୀ: ସୁଲତାନପୁରୀ ଦୁର୍ଘଟଣା ଘଟଣାରେ ମୃତକ ଅଞ୍ଜଳିଙ୍କ ସାଙ୍ଗ ତଥା ଘଟଣାର ପ୍ରତ୍ୟକ୍ଷଦର୍ଶୀ ନିଧିଙ୍କୁ ଗିରଫ କରାଯାଇ ନାହିଁ। ଗଣମାଧ୍ୟମରେ ନିଧିଙ୍କୁ ଗିରଫ କରାଯାଇଥିବା ସମ୍ବନ୍ଧିତ ଖବର ପ୍ରସାରଣ ପରେ ପୁଲିସ ଦେଇଛି ଏହି ସ୍ପଷ୍ଟିକରଣ। ପୁଲିସ ଶୁକ୍ରବାର କହିଛି ନିଧିଙ୍କୁ ଘଟଣାର ଯାଞ୍ଚ ପ୍ରକ୍ରିୟାରେ ସାମିଲ କରିବାକୁ ଡକା ଯାଇଛି।

ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି, ଗଣମାଧ୍ୟମ ପକ୍ଷରୁ କୁହାଯାଇଥିଲା, ଘଟଣାର ପ୍ରତ୍ୟକ୍ଷଦର୍ଶୀ ନିଧିଙ୍କୁ ପୁଲିସ ଗିରଫ କରିଛି। ତେବେ ତାଙ୍କୁ ଯାଞ୍ଚରେ ସାମିଲ ହେବାକୁ ଡକା ଯାଇଛି। ସେ ତଦନ୍ତରେ ସାମିଲ ହେବେ ବୋଲି ପୁଲିସ ସୂଚନା ଦେବା ସହ ଆହୁରି କହିଛି, ଏହି ମାମଲାରେ ଆଉ ଜଣଙ୍କୁ ଗିରଫ କରାଯାଇଛି। କାର ମାଲିକ ଆଶୁତୋଷ ପୁଲିସକୁ ଯାଞ୍ଚରେ ଅସହଯୋଗ କରିବା ଓ ଭୁଲ ତଥ୍ୟ ପ୍ରଦାନ କରିଥିବାରୁ ଗିରଫ କରାଯାଇଥିବା ପୁଲିସ ଶୁକ୍ରବାର ସୂଚନା ଦେଇଛି।

ସୂଚନା ଯୋଗ୍ୟ ନୂଆବର୍ଷ ରାତିରେ ଅଞ୍ଜଳିଙ୍କ ସହ ଥିବା ନିଧି  ଗଣମାଧ୍ୟମକୁ ଗୁରୁବାର କହିଥିଲେ କି, ସେହି ରାତିରେ ନିଧି ମଦ୍ୟପାନ କରିଥିଲେ। ନିଶାସକ୍ତ ଅବସ୍ଥାରେ ଅଞ୍ଜଳି ସ୍କୁଟି ଚଳାଇବାକୁ ଜୋର ଦେଇଥିଲେ। କାର ସହ ସ୍କୁଟି ଧକ୍କା ହେବା ପରେ ସେ କାରର ଚକରେ ଫସି ଯାଇ ବହୁ ବାଟ ଘୋଷାଡି ହୋଇ ଯାଇଥିଲେ। ଦୁର୍ଘଟଣା ପରେ ସେ ଡରିଯାଇଥିଲେ ଓ ସେଠାରୁ ନିଜ ଘରକୁ ଫେରିଯାଇଥିଲେ ମଧ୍ୟ କାହାରିକୁ କିଛି କହି ନ ଥିଲେ। ଏହା ନିଧିଙ୍କ ଭୁଲ କି ସେ ନିଶାସକ୍ତ ସ୍ଥିତିରେ ଗାଡି ଚଳାଇଥିଲେ ବୋଲି ନିଧି ମିଡିଆକୁ କହିଥିଲେ।

ମଙ୍ଗଳବାର ମଧ୍ୟ ନିଧି କହିଥିଲେ କି, ଅଞ୍ଜଳି ନିଶାସକ୍ତ ହୋଇପଡିଥିବା ବେଳେ ସେ ହୋସରେ ଥିଲେ। ତେଣୁ ମୁଁ ଗାଡି ଚଳାଇବାକୁ ତାଙ୍କୁ ପ୍ରବର୍ତ୍ତାଇଥିଲେ ମଧ୍ୟ ଅଞ୍ଜଳି ଏଥିରେ ରାଜି ନ ହୋଇ ଜିଦିରେ ଗାଡି ଡ୍ରାଇଭ କରିଥିଲେ। ନିଜ ନିଜ ଉପରେ ବିଶ୍ବାସ କରିଥିବା ନିଧି କହିଥିଲେ।

ନୂଆବର୍ଷ ରାତିରେ ସୁଲତାନପୁରୀରେ ଅଞ୍ଜଳି କାର ତଳେ ଫସି ଦୀର୍ଘ କିଲୋମିଟର ଘୋଷାଡି ହୋଇ ମୃତ୍ୟୁବରଣ କରିଥିଲେ। ପୁଲିସ ଘଟଣାରେ ପୂର୍ବରୁ କାରରେ ଥିବା ୫ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣଙ୍କୁ ଗିରଫ କରିଥିବା ଶୁକ୍ରବାର ସୂଚନା ଦେଇଛି। ୬ଷ୍ଠ ଅଭିଯୁକ୍ତ ଆଶୁତୋଷ ଓ ସେ କାରର ମାଲିକ।

Leave a Reply

Your email address will not be published. Required fields are marked *