ପର୍ଣ୍ଣ ଷ୍ଟାର୍ ରିୟା ବାର୍ଡେ ଗିରଫ

ଗିରଫ ହେଲେ ବାଂଲାଦେଶୀ ପର୍ଣ୍ଣଷ୍ଟାର୍ ରିୟା ବାର୍ଡେ। ବାଂଲାଦେଶୀ ନାଗରିକ ସତ୍ତ୍ୱେ ଭାରତରେ ଜାଲି ଦସ୍ତାବିଜ୍ ବଳରେ ତିଆରି କରିଥିଲେ ଫେକ୍ ଆଧାରକାର୍ଡ, ପାସପୋର୍ଟ। ଆଉ ଦୀର୍ଘ ବର୍ଷ ଧରି ଭାରତରେ ରହୁଥିଲେ। ହେଲେ ଶେଷରେ ମହାରାଷ୍ଟ୍ରର ଥାନେ ପୁଲିସ ତାଙ୍କୁ ଗିରଫ କରିଛି। ଗିରଫ ୮ ଜଣ ବାଲାଂଦେଶୀ ମହିଳାଙ୍କ ଭିତରେ ଅଛନ୍ତି ରିୟା। ଏମାନେ ସମସ୍ତେ ଜାଲି ଦସ୍ତାବିଜ ବଳରେ ବେଆଇନ ଭାବେ ଭାରତରେ ରହୁଥିଲେ। ଏମାନଙ୍କ ଭିତରୁ ୭ଜଣ ମହିଳାଙ୍କୁ ନଭି ମୁମ୍ୱାଇରୁ ଗିରଫ କରାଯାଇଥିଲା ବେଳେ ରିୟାଙ୍କୁ ଥାନେର ଅମ୍ୱରନାଥ ସହରରୁ ଗିରଫ କରାଯାଇଛି। ରିୟା ଅରଫ ଆରୋହୀଙ୍କ ବିରୁଦ୍ଧରେ ବର୍ଷକ ତଳୁ ଅଭିଯୋଗ ପାଇଥିଲା ପୁଲିସ। ଭାରତୀୟ ନାଗରିକ ଭାବେ ତାଙ୍କର ବିଭିନ୍ନ ପ୍ରମାଣପତ୍ରକୁ ଯାଞ୍ଚ ବି ଚାଲିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ, ଅଭିଯୁକ୍ତ ରିୟା ବାଂଲାଦେଶର ସ୍କୁଲ ଟ୍ରାନ୍ସଫର ସାର୍ଟିଫିକେଟ ସହ ପଶ୍ଚିମବଙ୍ଗର ନର୍ଥ-୨୪ ପ୍ରଗଣା ଜିଲ୍ଲାରୁ ଜନ୍ମ ପ୍ରମାଣପତ୍ର କାରସାଦି କରି ହାତେଇଥିଲେ। ଏ ସବୁ ଦସ୍ତାବିଜକୁ ବ୍ୟବହାର କରି ସେ ଅନ୍ୟ ଶିକ୍ଷାଗତ ପ୍ରମାଣପତ୍ର, ଆଧାର କାର୍ଡ ଓ ପାସପୋର୍ଟ କରିବାକୁ ସକ୍ଷମ ହୋଇଥିଲେ। ରିୟାଙ୍କ ପ୍ରମାଣପତ୍ର ଯାଞ୍ଚ ଲାଗି ପଠାଯାଇଥିଲା। ଜନ୍ମ ପ୍ରମାଣପତ୍ର, ସ୍କୁଲ ଲିଭିଂ ସାର୍ଟିଫିକେଟ ଓ ପାସପୋର୍ଟରେ ଜନ୍ମସ୍ଥାନ ଅଲଗା ଅଲଗା ଥିଲା। ମହାରାଷ୍ଟ୍ରର ଅମରାବତିର ଜଣେ ବ୍ୟକ୍ତି ରିୟା ଓ ତାଙ୍କ ପରିବାରର ୩ ଜଣ ଜାଲି ଦସ୍ତାବିଜ୍ ବଳରେ ବେଆଇନ ଭାବେ ଭାରତରେ ରହୁଥିବା ଅଭିଯୋଗ କରିଥିଲେ।

ଉଲ୍ଲାସନଗରର ହିଲ୍ ଲାଇନ ପୁଲିସ ରିୟାଙ୍କୁ ଗିରଫ କରିଛି। ରିୟାଙ୍କ ମା, ଭାଇ ଓ ଭଉଣୀଙ୍କୁ ପୁଲିସ ଖୋଜୁଛି। ରିୟା ନିଜ ମାଆ ଅଞ୍ଜଳୀ ଓରଫ ରୁବି ଶେଖ୍, ଭାଇ ରବୀନ୍ଦ୍ର ଓରଫ ରିୟାଜ ଶେଖ୍ ଓ ଭଉଣୀ ରିତୁ ଓରଫ ମୌନି ଶେଖଙ୍କ ସହ ଭାରତରେ ବେଆଇନ ଭାବେ ରହୁଥିଲେ। ଭାରତରେ ଅବୈଧ ରୂପେ ରହିବାରୁ ରିୟାଙ୍କୁ ଗିରଫ କରି ଯେତେବେଳେ କୋର୍ଟରେ ହାଜର କରାଯାଇଥିଲା। ସେତେବେଳେ ସାତ ଜଣ ଓକିଲ ପ୍ରତିନିଧି ଦଳ ରିୟାଙ୍କ ସପକ୍ଷରେ ବାହାରିଥିଲେ। ରିୟାଙ୍କୁ କେଉଁ ଆଧାରରେ ବାଂଲାଦେଶୀ ପ୍ରମାଣିତ କରାଯାଉଛି। କୋର୍ଟରେ ଏହି ମାମଲାକୁ ନେଇ ଦେଢ଼ ଘଣ୍ଟା ଧରି ଯୁକ୍ତିତର୍କ ଚାଲିଥିଲା। ସବୁ ପକ୍ଷର ଶୁଣିବା ପରେ ଅଦାଲତ ରିୟାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ପର୍ଣ୍ଣ ଫିଲ୍ମ ଇଣ୍ଡଷ୍ଟ୍ରିରେ ରିୟା ଓରଫ ଆରୋହୀ ବାର୍ଡେ ବନ୍ନା ଶେଖ ନାଁରେ ବେଶ୍ ପରିଚିତ। ରିୟାଙ୍କ ମାଆ ଅମରାବତୀର ଅରବିନ୍ଦ ବାର୍ଡେଙ୍କୁ ବିବାହ କରିଥିଲେ। ଉଦେଶ୍ୟ ଥିଲା ଯେ, ଭାରତରେ ନାଗରିକତ୍ୱ ମିଳିବ। କିନ୍ତୁ ରିୟାଙ୍କ ମାଆ-ବାପା କତାରରେ ରୁହନ୍ତି। ଜାଲି ଦସ୍ତାବିଜ୍ ବଳରେ ଭାରତରେ ରହୁଥିବା ନକଲି ବାପା, ମାଆ, ଭାଇ ଓ ଭଉଣୀ ନାଁରେ ପୁଲିସ ଏତଲା ରୁଜୁ କରିଛି।

୨୦୨୦ରେ ବି ରିୟା ମୁମ୍ୱାଇ ପୁଲିସ ଦ୍ୱାରା ଗିରଫ ହୋଇଥିଲେ। ଅନ୍ଧେରି-ଇଷ୍ଟ୍ ଏରିଆରେ ବେଶ୍ୟାବୃତ୍ତିରେ ଲିପ୍ତ ଅଭିଯୋଗରେ ରିୟାଙ୍କୁ ବାନ୍ଧିଥିଲା ପୁଲିସ। ରେଡ୍ ବେଳେ ଗିରଫ ରିୟାଙ୍କୁ ପରେ ଜାମିନ ମିଳିଥିଲା। ରିୟା କୌଣସି ଦେଶବିରୋଧୀ ଗତିବିଧିରେ ଲିପ୍ତ ଅଛନ୍ତି କି ନାହିଁ, ତାହାର ଛାନଭିନ ଜାରି ରଖିଛି ପୁଲିସ। ସେପଟେ ମେଘାଳୟରେ ଭାରତକୁ ଅନୁପ୍ରବେଶ କରିବା ଅଭିଯୋଗରେ ୧୦ଜଣ ବାଂଲାଦେଶୀଙ୍କୁ ବାନ୍ଧିଛି ପୁଲିସ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *