ପିଲାଙ୍କ ପର୍ଣ୍ଣ ଭିଡ଼ିଓ କରୁଥିଲା। ଆଉ ଯେଉଁ ଦେଶରେ ପର୍ଣ୍ଣ ଉପରେ ପ୍ରତିବନ୍ଧକ ଲାଗିଛି, ସେ ସବୁ ଦେଶକୁ ଅନଲାଇନରେ ବିକ୍ରି କରି ଟଙ୍କା ଉପାର୍ଜନ କରୁଥିଲା। ଏମିତି ଏକ ଅଭିଯୁକ୍ତ ୨୨ ବର୍ଷୀୟ ସୌରଭ ମେହେରାକୁ ରାଜସ୍ଥାନର ଶ୍ରୀଗଙ୍ଗାନଗର ପୁଲିସ ଗିରଫ କରିଛି। ମୁନ୍ ହୋଟେଲରେ ଜଣେ ଯୁବତୀ ସହ ସୌରଭ ଗିରଫ ହୋଇଛି। ସୌରଭ ମୋବାଇଲରୁ ପିଲାଙ୍କ ଦେଢ଼ ହଜାର ପର୍ଣ୍ଣ ଭିଡିଓ ମିଳିଛି। ଏହି ଭିଡ଼ିଓର ସର୍ବାଧିକ ଡିମାଣ୍ଡ ଥିବା ଜର୍ମାନୀ, ଦୁବାଇ ସମେତ ଅନେକ ଦେଶକୁ ବିକ୍ରି କରୁଥିଲା ଅନଲାଇନରେ। ଅନେକ ଭିଡ଼ିଓ ସେ ଏମିତି ବି ତିଆରି କରିଥିଲା , ଯେଉଁ ଭିଡିଓ କଲିଂ ବେଳେ ସ୍କ୍ରିନ୍ ରେକର୍ଡିଂ କରିକି ହୋଇଥିଲା। ଟେଲିଗ୍ରାମରେ ଚାନେଲ କରି ଏ ସବୁ ଭିଡ଼ିଓ ବିକୁଥିଲା ସୌରଭ। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଟେଲିଗ୍ରାମ ଚାନେଲର ଲିଂକ୍ ପୋଷ୍ଟ କରିଥିଲା। ଯେଉଁଠି ଭିଡ଼ିଓର ଦାମ୍ ସାଇଜ ହିସାବରେ ଦର୍ଶାଯାଇଥିଲା। ୧ରୁ ୧୦ଜିବି ସାଇଜର ଭିଡ଼ିଓ ପାଇଁ ୧୬ଡଲାର, ୧୦ରୁ ୩୦ଜିବି ପାଇଁ ୨୬ ଡଲାର ଏବଂ ଓ୍ୱାନ୍ ଟିବି ଭିଡ଼ିଓ ପାଇଁ ୯୮ଡଲାର ଅର୍ଥ ରଖାଯାଇଥିଲା। ଟଙ୍କା ପେ ପାଲ୍ ଜରିଆରେ ଆଦାୟ ହେଉଥିଲା। ଏ କାମ ଲକଡାଉନରୁ କରିଆସୁଥିଲା ସୌରଭ। କୋଭିଡ୍ ବେଳେ ରୋଜଗାର ପାଇଁ ଏ ବାଟ ବାଛିଥିଲା ସୌରଭ।

Naxatra News is now on Whatsapp
Join and get latest news update delivered to you via whatsapp
Join Now