ଗାଁରେ ଝାଡ଼ା ବାନ୍ତି ଆତଙ୍କ

ଅନୁଗୋଳ ଜିଲ୍ଲା ଗହମ ଗାଁରେ ଝାଡାବାନ୍ତି ବ୍ୟାପିଥିବା ଜଣାପଡିଛି । ଏହି ଝାଡା ବାନ୍ତିରେ ଗାଁର ୫୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ସୂଚନା ମଳିଛି। ପବିତ୍ର ନଗର,ମଣ୍ତାପାଳ ଓ ଗୋଡିବନ୍ଧ ମେଡିକାଲରେ ରୋଗୀଙ୍କ ଚିକିତ୍ସା ହେଉଥିବା ବେଳେ ୩ ରୁ ୪ଦିନ ହେବ ଗ୍ରାମବାସୀମାନେ ଏହି ଝାଡା ବାନ୍ତୀରେ ଆକ୍ରାନ୍ତ ହୋଇଥିବା  ଜଣାପଡିଛି। ଫଳରେ ଖବର ପାଇ ସ୍ବାସ୍ଥ୍ୟ ବିଭାଗର ଏକ ଟିମ ଗହମ ଗାଁରେ ପହଞ୍ଚି ବ୍ୟବହାର କାରାଯାଉଥିବା ପାଣିର ନମୁନା ସଂଗ୍ରହ କରିବା ସହ ଗ୍ରାମବାସୀଙ୍କୁ ଔସଧ ବଣ୍ଟନ କରିବା ଓ ଆଶା କର୍ମୀ ମାନଙ୍କୁ  ଗାଁରେ  ନିୟୋଜିତ କରାଇବା ଥିବା ସୂଚନା ରହିଛି । ତେବେ କେଉଁ କାରଣରୁ ଝାଡାବାନ୍ତି  ବ୍ୟାପିଛି  ତାହା ବର୍ତ୍ତମାନ  ସୁଦ୍ଧା ଜଣାପଡିନି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *