ହିପ୍ନୋଟାଇଜ୍ କରି ଦିନ ଦ୍ୱିପ୍ରହରରେ ଲୁଟିନେଲେ ମହିଳାଙ୍କୁ। ପଞ୍ଜାବର ମୋଗା ସହରରେ ରବିବାର ଏଭଳି ଘଟଣା ଘଟିଛି। ଏକ କସମେଟିକ୍ ଦୋକାନରେ ଏକୁଟିଆ ବସିଥିଲେ ମହିଳା ଜଣକ। ତାଙ୍କୁ ହିପ୍ନୋଟାଇଜ୍ କରି ଲୁଟେରାମାନେ ମାତ୍ର କେଇ ମିନିଟରେ ଲକ୍ଷାଧିକ ଟଙ୍କାର ସୁନାର ତିନୋଟି ମୁଦି ଠକିନେଇ ଫେରାର୍ ହୋଇଯାଇଛନ୍ତି। ଏ ପୁରା ଘଟଣା ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ମହିଳାଙ୍କୁ ଯେବେ ହୋସ୍ ଆସିଲା ତ ସେ ତୁରନ୍ତ ପୁଲିସକୁ ସୂଚନା ଦେଇ ଥାନାରା ଏତଲା ଦେଇଥିଲେ। ତେବେ ତଦନ୍ତ କରି ଖୁବ ଶୀଘ୍ର ଲୁଟେରାଙ୍କୁ ଗିରଫ କରାଯିବ ବୋଲି କହିଛି ପୁଲିସ। ମାଆଙ୍କୁ ଦୋକାନରେ ବସାଇ ପୁଅ ଘରକୁ ଖାଇବାକୁ ଯାଇଥିଲେ। ଏହାର ମଉକା ଉଣ୍ଡି ୩ ଅଭିଯୁକ୍ତ ଆଗ ରାଧାସ୍ୱାମୀଙ୍କ ଆଶ୍ରମ କେଉଁଠି କହି ତଥ୍ୟ ମାଗିଥିଲେ ମହିଳାଙ୍କୁ। ତା ପରେ ପରିବାର ଉପରେ ପଡ଼ିବାକୁ ଥିବା ବିପତ୍ତି ଉପରେ ବତାଇଥିଲେ। ଏହା ପରେ ମହିଳାଙ୍କୁ ହିପ୍ନୋଟାଇଜ୍ କରି ସୁନାର ତିନୋଟି ମୁଦିକୁ ସାଧା କପଡ଼ାରେ ବାନ୍ଧିନେଇଗଲେ। ଚାଲାକିରେ କପଡ଼ାର ଅଦଳବଦଳ କରି ସୁନା ମୁଦି ବଦଳରେ ଘାସକୁ ବାନ୍ଧିକି ଦେଇଥିଲା। ଆଉ ତୁରନ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now