ବଡବିଲ ଗୁଳି କାଣ୍ଡ ତଦନ୍ତର ନୀରପେକ୍ଷତା ଉପରେ ଉଠିଲା ପ୍ରଶ୍ନ : ବଡବିଲ ପୌରାଧ୍ୟକ୍ଷଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବୀ

Spread the love

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଡବିଲ ପୌରପାଳିକା ଅନ୍ତର୍ଗତ ୬ନମ୍ବର ୱାର୍ଡ ମନି ଟାୱାର ନିକଟରେ ଗତ ୧ତାରିଖ ସକାଳେ ଠିକାଦାର ସୁନିଲ ସିହ୍ନାଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରାଯିିବା ଘଟଣା ରାଜ୍ୟରେ ଚାଚଂଲ୍ୟ ସୃଷ୍ଟି କରିଥିଲା  । ମୃତକ ଭୋଳା ସିହ୍ନା ବଡବିଲ ପୌରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ(ଲାଲଟୁ)ଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ଥିିବା କୁହାଯାଉଥିବା ବେଳେ ଘଟଣାରେ ୪ଦିନ ପରେ ବଡବିଲ ପୋଲିସ ସିସିଟିଭି ଫୁଟେଜ ଆଧାରରେ ୨ଜଣ ଗିରଫ କରି କୋର୍ଟ ଚାଲାଣ କରିଛି  । ତେବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶୁଖବିନ୍ଦର କୌର ଓରଫ ରଜ୍ଜି ବଡବିଲ ପୌରାଧ୍ୟକ୍ଷଙ୍କ ଘନିଷ୍ଠ ସହଯୋଗୀ ଥିବା ବେଳେ ଲାଲଟୁ ମହାନ୍ତ ଏହି ୨ଜଣଙ୍କ ସହାୟତାରେ ରାଜନୀତି ଏବଂ ବ୍ୟବସାୟ କରି ଆସୁଥିବା କୁହାଯାଉଥିଲା  । ଏହି ହତ୍ୟାକାଣ୍ଡ ପଛରେ ଖଣି ଅଂଚଳରେ କୋଟି କୋଟି ଟଙ୍କାର ବେଆଇନ ଚାନ୍ଦା ଆଦାୟ ଏକ କାରଣ ହୋଇପାରେ ବୋଲି ବିଜେପି ଅଭିଯୋଗ କରିଛି  । ପୋଲିସର କହିବା ଅନୁଯାୟୀ ଲାଲଟୁ ମହାନ୍ତଙ୍କ ଠାରୁ ଚଳିବା ପାଇଁ ମହିଳା ଜଣକ ନିୟମିତ ଭାବେ ଆର୍ଥôକ ସହାୟତା ପାଉଥିଲେ  । କିଛି ମାସ ହେବ ସେ ଆର୍ଥôକ ସହାୟତା ନ ପାଇବାରୁ ଏଥିପାଇଁ ଭୋଳାକୁ ଦାୟୀ କରିଥିଲା । ଏବଂ ଆକ୍ରୋଶମୂଳକ ଭାବେ ଭୋଳାକୁ ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି  । ତେବେ ଏଭଳି ଘଟଣା ପଛରେ ଲାଲଟୁ ମହାନ୍ତଙ୍କ ଭୁମିକା ସନେ୍ଦହପୂର୍ଣ୍ଣ ଥିବାବେଳେ ପୋଲିସ ଏଯାବତ୍ ତାଙ୍କୁ ପଚରାଉଚୁରା ମଧ୍ୟ କରୁନଥିବାରୁ ପୋଲିସର ଭୂମିକାର ଉପରେ ସାଧାରଣରେ ସ୍ୱଭାବିକ ସନେ୍ଦହ ସୃଷ୍ଟି ହୋଇଛି  । ବିଜେପି ପକ୍ଷରୁ ୮ତାରିଖ ଦିନର ପ୍ରେସ ମିଟରେ ନାଁ ନ ଧରି ଲାଲଟୁ ମହାନ୍ତଙ୍କୁ ଟାର୍ଗେଟ କରିଥିବାରୁ ଏହା ଶାସକ ବିଜୁ ଜନତା ଦଳକୁ ଅଡୁଆରେ ପକାଇଛି  । ସୂଚନା ଯୋଗ୍ୟ ଯେ, ବଡବିଲ ଅଂଚଳରେ ଖଣି ବ୍ୟବସାୟକୁୁ ନେଇ ସବୁବେଳେ ବିବାଦ ଲାଗି ରହୁଛି  । କମ୍ ପରିଶ୍ରମରେ ବହୁ ମାଫିଆ ଅଧିକ ଅର୍ଥ ଉପାର୍ଜନ କରି ରାତାରାତି କୋଟିପତି ବନିଛନ୍ତି  । ଖଣି ଚୋରୀରେ ଶାସକ ଦଳର ବହୁ ନେତା ସଂଶ୍ଲିଷ୍ଟ ଥିବାରୁ ଏହି ଘଟଣାରେ ସେମାନେ ଚୁପ ବସିଥିବାବେଳେ ବିରୋଧି ସେଭଳି ଦୃଢତାର ସହ ବିରୋଧ କରୁନାହାଁନ୍ତି  । ପ୍ରେସ ମିଟ କରି ବିଜେପି ଏଭଳି ସମ୍ବେଦଶୀଳ ଘଟଣାକୁ ହାଲୁକା ଭାବରେ ନେଉଛନ୍ତି  । ଗିରଫ ହୋଇଥିବା ମହିଳା ଶୁଖବିନ୍ଦର କୌର ୪ ଲକ୍ଷ ୫୦ ହଜାର ଟଙ୍କା ସାକିର ହୁସେନଙ୍କୁ ଦେଇଥିବାବେଳେ ସେ ଭୋଳାକୁ ମାରିବା ପାଇଁ ଝାଡଖଣ୍ଡର ୨ଜଣ ସୁଟରଙ୍କୁ ସୁପାରୀ ଦେଇଥିବା ପୋଲିସ ତଦନ୍ତ ରୁ ଜାଣିବାକୁ ପାଇଛି  । ତେବେ ଏତେ ପରିମାଣର ଟଙ୍କା ଉକ୍ତ ମହିଳାଙ୍କ ପାଖରେ କେଉଁଠୁ ଆସିଲା ବା କିଏ ଦେଲା ତାହାର ତଦନ୍ତ ହେଲେ ଶାସକ ଦଳର ବହୁ ନେତାଙ୍କ ମୁହଁ ଖୋଲିଯିବ ବୋଲି ସଦର ବିଧାୟକ ତଥା ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି  । ଅନ୍ୟପକ୍ଷରେ ଏଥିରେ ଶାସକ ଦଳର ନେତାଙ୍କ ସଂପୃକ୍ତି ଥିବାରୁ ପୋଲିସର ନୀରପେକ୍ଷ ତଦନ୍ତକୁ ନେଇ ସାଧାରଣରେ ସନେ୍ଦହ ସୃଷ୍ଟି ହୋଇଛି  । ରାଜ୍ୟ ବିଜେଡିର ବହୁ ତୁଙ୍ଗ ନେତା ହତ୍ୟାକାଣ୍ଡରେ ଅନ୍ୟମାନଙ୍କୁ କିଭଳି ପକ୍ଷଭୂକ୍ତ ନ କରି ତଦନ୍ତକୁ ନ ଆଗେଇବା ପାଇଁ ଚାପ ସୃଷ୍ଟି କରାଯାଉଛି ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି  । ଖଣି ଅଂଚଳରେ ହେଉଥିବା ଚୋରା କାରବାର ଏବଂ ବେଆଇନ ଚାନ୍ଦା ଆଦାୟ କୁଆଡେ ପଡୋଶୀ ଜିଲ୍ଲାର ଜଣେ ପ୍ରଭାବଶାଳୀ ବିଜେଡି ନେତାଙ୍କ ପାଖକୁ ଯାଉଛି  । ଯେଉଁଥିପାଇିଁ ଘଟଣା ପ୍ରଘଟ ହୋଇଯିବା ଭୟରେ ତଦନ୍ତକୁ ବାଟବଣା କରାଯାଉଛି  । ଯୋଡା ବଡବିଲ ଖଣି ଅଂଚଳରେ ବେଆଇନ ଚାନ୍ଦା ଆଦାୟ କାରଣରୁ ଆଇନଶୃଙ୍ଖଳା ପରିସ୍ଥିତି ହେଲେ ମଧ୍ୟ ପୋଲିସ ଦୃଢ ପଦକ୍ଷେପ ନେଇ ପାରୁନାହିଁ । ଯୋଡା ବଡବିଲ ଖଣି ଅଂଚଳ ଦିନକୁ ଦିନ ଅଶାନ୍ତ ହୋଇପଡୁଛି  । ଗତ ୬ମାସ ମଧ୍ୟରେ ୩ଟି ଗୁଳି କାଣ୍ଡ ଘଟଣା ଘଟି ୪ଜଣଙ୍କ ଜୀବନଗଲାଣି  । ପ୍ରକୃତ ଦୋଷୀ ଧରାନପଡିଲେ ଏଭଳି ଘଟଣା ବାରମ୍ବାର ଘଟିବ ଏବଂ ପୋଲିସ ପ୍ରତି ଲୋକଙ୍କ ଆସ୍ଥା ତୁଟିବ ବୋଲି ଶ୍ରୀ ମାଝୀ କହିଛନ୍ତି  । ଘଟଣାରର ଉଚ୍ଚସ୍ତରୀୟ ତଦନ୍ତ ହେଲେ ପ୍ରକୃତ ଦୋଷୀ ଧରାପଡିବା ସହ ସତ୍ୟ ଲୋକଲୋଚନକୁ ଆସିପାରିବ ବୋଲି ମତପ୍ରକାଶ ପାଇଛି  ।

Leave a Reply

Your email address will not be published. Required fields are marked *