ରାମରହିମଙ୍କ ୪୦ ଦିନିଆ ପାରୋଲକୁ ଅନୁମତି

Spread the love

ଚଣ୍ଡିଗଡ: ଜେଲରେ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ସିଂହଙ୍କ ୪୦ ଦିନ ପାରୋଲକୁ ଅନୁମତି। ନଭେମ୍ବର ତିନିରେ ଆଦମପୁରର ଉପନିର୍ବାଚନ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ରାମ ରହିମଙ୍କୁ ପାରୋଲ ଅନୁମତି ଦିଆଯାଇଛି। ଜୁନ ମାସରେ ଏକ ମାସର ପାରୋଲରେ ସେ ଯାଇଥିଲେ।

ସିରସାସ୍ଥିତ ଡେରାର ମୁଖ୍ୟାଳୟରେ ନିଜ ଆଶ୍ରମରେ ଦୁଇ ମହିଳା ଭକ୍ତଙ୍କୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ରାମ ରହିମ ୨୦ ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି। ୨୦୧୭ରେ ପଞ୍ଚକୁଳାରେ ସିବିଆଇକୁ ଏକ ବିଶେଷ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ।

ଗୁରମିତଙ୍କୁ ୨୦୦୨ରେ ଡେରା ପ୍ରବନ୍ଧକ  ରଞ୍ଜିତ ସିଂହଙ୍କ ହତ୍ୟା ପାଇଁ ଷଡଯନ୍ତ୍ର କରିଥିବା ଅଭିଯୋଗରେ ରାମ ରହିମଙ୍କ ସହ ମୋଟ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ସେହିପରି ୨୧ ବର୍ଷ ପୂର୍ବେ ଜଣେ ସାମ୍ବାଦିକଙ୍କୁ ହତ୍ୟା ଅଭିଯୋଗରେ ୨୦୧୯ରେ ସେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲେ।

Leave a Reply

Your email address will not be published. Required fields are marked *