ଗୋପାଳପୁରରେ ଲଜ୍ଜା । ଗୋପାଳପୁର ସମୁଦ୍ର ବେଳାଭୂମିରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଥାନାରେ ହୋଇଛି ଅଭିଯୋଗ । ଘଟଣାର ତଦନ୍ତ କରି ପୋଲିସ ୧୦ ଜଣଙ୍କୁ ଅଟକ ରଖିଛି । ଗତ ରବିବାର ସନ୍ଧ୍ୟା ୭ଟା ସମୟରେ ପ୍ରେମୀ ଯୁଗଳ ଗୋପାଳପୁର ସମୁଦ୍ର ବେଳାଭୂମିକୁ ବୁଲିବାକୁ ଯାଇଥିଲେ । ଗୋପାଳପୁର ପାନ୍ଥ ନିବାସର ପଛପଟେ ଥିବା ସମୁଦ୍ର କୂଳ ନିକଟରେ ଗାଧୋଇବା ପରେ ନିରୋଳାରେ ବସି କଥା ହେଉଥିଲେ ପ୍ରେମୀ ଯୁଗଳ । ରାତି ପ୍ରାୟ ୮ଟା ସମୟରେ ହଠାତ ୧୦ ଜଣ ଯୁବକ ପ୍ରେମୀ ଯୁଗଳଙ୍କ ନିକଟକୁ ଆସିଥିଲେ । ୧୦ ଜଣଙ୍କ ମଧ୍ୟରୁ କିଛି ଯୁବକ ପ୍ରଥମେ ପ୍ରେମିକକୁ ନିର୍ଦ୍ଧୁମ ମାଡ଼ ମାରିଥିଲେ । ଏହାପରେ ଯୁବତୀଙ୍କୁ ସେଠାରୁ କିଛି ଦୂରକୁ ନେଇ ଜଣକ ପରେ ଜଣେ ଯୁବକ ଗଣଦୁଷ୍କର୍ମ କରିଥିଲେ । କିଛି ସମୟ ଧରି ଗଣଦୁଷ୍କର୍ମ କରିବା ପରେ ଯୁବକ ଯୁବତୀଙ୍କୁ ସେଠାରେ ଛାଡ଼ି ଫେରାର ହୋଇଯାଇଥିଲେ ଅଭିଯୁକ୍ତ ମାନେ । ଏହାପରେ ଉଭୟ ଯୁବକ ଓ ଯୁବତୀ ଗୋପାଳପୁର ଥାନାରେ ଆସି ଘଟଣା ସମ୍ପର୍କରେ ଥାନା ଅଧିକାରୀଙ୍କୁ ଜଣାଇଥିଲେ । ଘଟଣାକୁ ନେଇ ପୀଡ଼ିତା ଲିଖିତ ଭାବେ ଥାନାରେ ଅଭିଯୋଗ ଦେଇଥିଲେ । ଅଭିଯୋଗ ପାଇବା ପରେ ପୋଲିସ ରବିବାର ରାତି ୧୧ଟାରେ କିଛି ଯୁବକଙ୍କୁ କାବୁ କରିବା ପରେ ସୋମବାର ଅପରାହ୍ନ ସୁଦ୍ଧା ଗଣଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଥିବା ମୋଟ ୭ ଜଣ ଯୁବକଙ୍କୁ କାବୁ କରିବାରେ ସଫଳ ହୋଇଥିଲା । ୭ ଜଣଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଗଣଦୁଷ୍କର୍ମ କରିଥିବା ମୁଖ୍ୟ ଅଭିଯୁକ୍ତକୁ ପୋଲିସ କାବୁ କରିଥିଲା । ଫେରାର ଥିବା ତିନି ଅଭିଯୁକ୍ତଙ୍କୁ ଆଜି ପୋଲିସ ଗିରଫ କରିଛି । ମୋଟ ୧୦ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଅଭିଯୁକ୍ତଙ୍କୁ ଗିରଫ କରିବା ନିମନ୍ତେ ପୋଲିସର ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି କରିଥିଲେ । ସେପଟେ ଘଟଣା ସମ୍ପର୍କରେ ଜାଣିବା ପରେ ନିଜେ ବ୍ରହ୍ମପୁର ଏସପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।
ସେପଟେ ଘଟଣାସ୍ଥଳରେ ପହଞ୍ଚିଲା ସାଇଂଣ୍ଟିଫିକ୍ ଟିମ୍ । ଗୋପାଳପୁର ଥାନାରେ ପହଞ୍ଚିଲେ ସାଇଣ୍ଟିଫିକ ଟିମ ଓ ବ୍ରହ୍ମପୁର ଏସପି ଡ଼ା ସ୍ରବଣା ବିବେକ ଏମ । ଏସପି, ସାଇଂଣ୍ଟିଫିକ୍ ଟିମ, ଟାଉନ ଏସଡିପିଓ, ଗୋପାଳପୁର ଥାନା ଅଧିକାରୀଙ୍କ ସହ କିଛି ବରିଷ୍ଠ ଅଧିକାରୀ ଗୋପାଳପୁର ଥାନାରେ ରହି ଘଟଣାର ତଦନ୍ତ କରୁଛନ୍ତି । ଗୋପାଳପୁର ଥାନାରୁ ଗଣଦୁଷ୍କର୍ମ ହୋଇଥିବା ଘଟଣାସ୍ଥଳରେ ପହଞ୍ଚିଛନ୍ତି ସମସ୍ତ ଅଧିକାରୀ । ଘଟଣାସ୍ଥଳରେ ପହଞ୍ଚି ସାଇଂଣ୍ଟିଫିକ୍ ଟିମ ତଦନ୍ତ ଆରମ୍ଭ କରିଛି । ମାମଲାରେ ୧୦ ଜଣ ଗିରଫ ହୋଇଛନ୍ତି । ଆଜି ସକାଳେ ବାହାର ରାଜ୍ୟକୁ ଫେରାର ହେଉଥିବାବେଳେ ମାଡ଼ି ବସିଥିଲା ପୁଲିସ। ଗତକାଲି ଗୋପାଳପୁରରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା । ଯୁବତୀ ଜଣକ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଆସିଥିବା ବେଳେ ୧୦ଜଣ ଦୁର୍ବୃତ୍ତ ପ୍ରଥମେ ଘେରିଥିଲେ । ୩ ଜଣ ଯୁବକ ଦୁଷ୍କର୍ମ କରିଥିବା ବେଳେ ଅନ୍ୟ ମାନେ ସହଯୋଗ କରିଥିବା ଅଭିଯୋଗ ହୋଇଛି । ତେବେ ଗୋପାଳପୁର ପୁଲିସ ଏହି ମାମଲାରେ ପ୍ରଥମେ ୭ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିଲା । ଅନ୍ୟ ଦୁଷ୍କର୍ମକାରୀ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି ପୁଲିସ । ଅଭିଯୁକ୍ତମାନେ ହିଞ୍ଜିଳି ଅଂଚଳର ବୋଲି ଜଣାପଡିଛି । ପୁଲିସ ଅଧିକ ତଦନ୍ତ ଚଳାଇଛି । ରବିବାର ରଜ ସଂକ୍ରାନ୍ତିରେ ଏମାନେ ଗୋପାଳପୁର ବେଳାଭୂମି ବୁଲିବାକୁ ଯାଇଥିଲେ । କିନ୍ତୁ ସଂକ୍ରାନ୍ତି ଯୋଗୁଁ ବେଳାଭୂମିରେ ବେଶୀ ଭିଡ଼ ନଥିଲା । ଏହାର ସୁଯୋଗ ନେଇ ଅଭିଯୁକ୍ତ ସଂପୃକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଗୋପାଳପୁର ଘଟଣା ସାରା ଓଡିଶା ଚର୍ଚ୍ଚିତ ହୋଇଥିବାବେଳେ, ଗଣ ଦୁଷ୍କର୍ମ କରିଥିବା ଯୁବକଙ୍କ ପରିବାର ଲୋକଙ୍କୁ ଡାକି ଥାନାରେ ପଚରା ଉଚରା କରାଯାଇଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now