କର୍ଣ୍ଣାଟକ ଗଣଦୁଷ୍କର୍ମ- ଜାମିନରେ ବାହାରି ଅଭିଯୁକ୍ତଙ୍କ ଭିକ୍ଟ୍ରି ରାଲି

ଗଣଦୁଷ୍କର୍ମ ଅଭିଯୁକ୍ତ ଜେଲରୁ ଜାମିନରେ ମୁକୁଳିବା ପରେ କଲେ ରୋଡ୍ ସୋ। ବହୁ ଚର୍ଚ୍ଚିତ ହାଭେରି ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ୭ଜଣ ଯେଭଳି ସଲିବ୍ରିଟିଙ୍କ ଭଳି ଭିକଟ୍ରି ରୋଡସୋ କଲେ, ତାହାର ଭିଡିଓ ଭାଇରାଲ ହେବା ପରେ ସବୁଠି ସମାଲୋଚନା କରାଯାଇଛି। ହାବେରି ଜେଲରୁ ବାହାରିବା ପରେ ଖୋଲା ଲକଜରି କାରରେ ଜୋରରେ ମ୍ଯୁଜିକ ବଜାଇ, ଭିକଟ୍ରି ସାଇନ ଦେଖାଇ ରୋଡ୍ ସୋରେ ବାହାରିଥିଲେ ସମସ୍ତ ୭ ଅଭିଯୁକ୍ତ। ହାଭେରି ସେସନ କୋର୍ଟ ଏମାନଙ୍କୁ ଜାମିନ୍ ଦେଇଥିଲେ। କାରଣ ପୀଡ଼ିତା ଅଦାଲତରେ ଏମାନଙ୍କୁ ଚିହ୍ନଟ କରିପାରିନଥିଲେ। ୨୦୨୪ରେ ଏମାନେ ଗଣଦୁଷ୍କର୍ମ କରିଥିଲେ। ଏଇ ବାଇକ ରାଲିରେ ଅଭିଯୁକ୍ତ ଅପତାବ ଚନ୍ଦନକାଟି, ଏମଏସ ମଣ୍ଡାକି, ଏସ ଲାଲନଭର, ମହମ୍ମଦ ସାଦିକ୍ ଅଗସିମଣି, ସୋଏବ ମୁଲ୍ଲା, ତୋସିପ ଚୋଟି ଓ ରିୟାଜ ସାବିକେରି ଥିଲେ। ୨୬ ବର୍ଷୀୟା ପୀଡ଼ିତା ସଂଖ୍ୟାଲଘୁ ସମ୍ପ୍ରଦାୟର ଅଟନ୍ତି। ସେ ରାଜ୍ୟ ସଡ଼କ ପରିବହନ ନିଗମର ଡ୍ରାଇଭର ୪୦ ବର୍ଷୀୟ ଯୁବକ ସହ ସମ୍ପର୍କରେ ଥିଲେ। ଦୁହେଁ ଭିନ୍ନ ଧର୍ମର ଥିଲେ। ଜାନୁଆରୀ ୮, ୨୦୨୪ରେ ପୀଡ଼ିତା ହନାଗଳରେ ଏକ ହୋଟେଲରେ ରହିଥିଲେ। ଏହି ୭ ଅଭିଯୁକ୍ତ ହୋଟେଲରୁ ଯୁବତୀଙ୍କୁ ଘୋଷାଡ଼ି ନେଇ ଜଙ୍ଗଲକୁ ଟେକିନେଇଥିଲେ। ଆଉ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ଜାନୁଆରୀ ୧୧ରେ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ପୀଡ଼ିତା ଗଣଦୁଷ୍କର୍ମ ହୋଇଥିବା ନେଇ ବୟାନ ରଖିଥିଲେ। ଏହି ମାମଲାରେ ମୋଟ୍ ୧୯ ଜଣ ଗିରଫ ହୋଇଥିଲେ। ଏମାନଙ୍କ ଭିତରୁ ୧୨ ଜଣଙ୍କୁ ୧୦ ମାସ ତଳେ ଜାମିନ ମିଳିଥିଲା। ଆଉ ୭ ମୁଖ୍ୟ ଅଭିଯୁକ୍ତ ପରେ ଜାମିନ୍ ପାଇଥିଲେ। ଡିଏନଏ, ସିସିଟିଭି ଓ ୮୦ ସାକ୍ଷୀଙ୍କ ବୟାନ ଆଧାରରେ ପୁଲିସ ସମସ୍ତଙ୍କୁ ବାନ୍ଧିଥିଲା। କିନ୍ତୁ ଅଦାଲତରେ ପୀଡ଼ିତା ଅଭିଯୁକ୍ତଙ୍କୁ ଚିହ୍ନଟରେ ବିଫଳ ହେବାରୁ ମାମଲାକୁ ଦୁର୍ବଳ କରିଦେଲା। ତେବେ ଜମାନତ ପରେ ଅଭିଯୁକ୍ତଙ୍କ ଏଭଳି ରୋଡ ସୋ ପୁଣି ଚର୍ଚ୍ଚାର ଘେରକୁ ଆସିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *