ଦୀପାଳି ଦାସଙ୍କୁ ପ୍ରାର୍ଥୀ କଲା ବିଜେଡି

JHARSUGUDA TICKET VS FIGHT..PKG..PRADEEP/BBSR
।
() ଝାରସୁଗୁଡାରେ ଦୀପାଳି ଦାସଙ୍କୁ ପ୍ରାର୍ଥୀ କଲା ବିଜେଡି। ଅବଶ୍ୟ ଏଥିରେ କୌଣସି ନୂଆ କଥା ନଥିଲା। ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳୀ ଏମିତିରେ ଦଳୀୟ ସଂଗଠନରେ ବେଶ୍ ସକ୍ରିୟ ଥିଲେ। ଆଉ ଦୀପାଳିଙ୍କ ଉପରେ ସୁପ୍ରିମୋ ବି ଭରସା କରିଛନ୍ତି। ସେପଟେ ବିଜେପି ଓ କଂଗ୍ରେସ କାହାକୁ ମୈଦାନକୁ ଛାଡ଼ିବ, ତାକୁ ନେଇ ଲାଗିରହିଛି ସସପେନ୍ସ। ଦୀପାଳି ୫୦ହଜାରରୁ ଅଧିକ ଭୋଟରେ ଜିତିବେ ବୋଲି ବିଜେଡି ଦମ୍ଭୋକ୍ତି ବାଢ଼ିଛି।
ଝାରସୁଗୁଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହେଲେ ଦୀପାଳି ଦାସ। ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳିଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ଲଗାଇଛନ୍ତି ନବୀନ। ଏମିତିରେ ଦୀପାଳି ଦଳୀୟ ସଂଗଠନରେ ବେଶ୍ ସକ୍ରିୟ। ଆଉ ନବଙ୍କ ଅକାଳ ବିୟୋଗ ପରେ ତାଙ୍କର ରାଜନୈତିକ ଉତ୍ତରାଧିକାରୀ ଭାବେ ଦୀପାଳି ହିଁ ଫିଟ୍ ଓ ଫାଇନ୍ ବୋଲି ଚର୍ଚ୍ଚା ହୋଇଆସୁଥିଲା। ଆଉ ସେହି କ୍ରମରେ ଦୀପାଳିଙ୍କୁ ପ୍ରାର୍ଥୀ କରିଥିବା ଦଳ ଦମ୍ଭୋକ୍ତି ଦେଖାଇଛି ଯେ, ଦୀପାଳି ୫୦ ହଜାରରୁ ଅଧିକ ଭୋଟରେ ଜିତିବେ। ବିଜୟ ଏକପାଖିଆ ହେବ। ଦୀପାଳି ବିରୋଧୀଙ୍କ ଉପରେ ଭାରି ପଡ଼ିବେ। ଅନୁକମ୍ପା ଫ୍ୟାକ୍ଚର ବି କାମ କରିବ। ଦୀପାଳି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଭରସାକୁ ଅତୁଟ ରଖିବି। ବାପା ଥିଲେ ବହୁତ ଖୁସି ହୋଇଥାଆନ୍ତେ।
ସେପଟେ ଦୀପାଳିଙ୍କୁ ଟକ୍କର ଦେବାକୁ ବିଜେପି ଓ କଂଗ୍ରେସ କାହାକୁ ମୈଦାନକୁ ଛାଡ଼ିବ, ତାକୁ ନେଇ ଲାଗିରହିଛି ସସପେନ୍ସ। କଂଗ୍ରେସ ଏଥର ଯୁବ ଚେହେରାକୁ ଗୁରୁତ୍ୱ ଦେବ ବୋଲି ସଙ୍କେତ ଦେଇଛି। ଅନୁରୂପ ଭାବେ ସମାନ ରଣନୀତି ଆଧାରରେ ଖୁବ୍ ଶୀଘ୍ର ପ୍ରାର୍ଥୀ ଦେବ ବୋଲି ସୂଚନା ଦେଇଛି ବିଜେପି। ଏହା ସହ ଝାରସୁଗୁଡ଼ାରେ ନବ ଦାସଙ୍କ ହତ୍ୟା ଗୁମର ଏ ଯାଏ ଖୋଲିପାରିଲାନି କାହିଁକି, ସେ ପ୍ରଶ୍ନକୁ ପ୍ରମୁଖ ମୁଦ୍ଦା କରିବ।
ଦୀପାଳି ବିଜେଡିରୁ ପ୍ରାର୍ଥୀ ହେବା ପରେ ଏବେ ତାଙ୍କୁ ଟକ୍କର ଦେବାକୁ ବିରୋଧୀ ଶିବିର କାହାକୁ ମୈଦାନକୁ ଓହ୍ଲାଉଛି, ତା ଉପରେ ନଜର। ନବ ଦାସଙ୍କ ଅକାଳ ବିୟୋଗ ପରେ ମେ ୧୦ରେ ଝାରସୁଗୁଡ଼ା ଉପନିର୍ବାଚନ ହେବାକୁ ଯାଉଛି।
ଝାରସୁଗୁଡ଼ାରୁ ସନ୍ତୋଷ ମିଶ୍ର ଓ ଭୁବନେଶ୍ୱରରୁ ନବକିଶୋର ସାହୁ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ