ଦୁଇ ଶିଶୁ କନ୍ୟାଙ୍କୁ ବଳାତ୍କାର

Spread the love

ଭୋପାଲ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଓ ଝାରଖଣ୍ଡ ରାଜଧାନୀ ରାଞ୍ଚିରେ ଦୁଇ ଛୋଟ ଝିଅ କାମ ଲାଳସାର ଶିକାର ହୋଇଛନ୍ତି। ଭୋପାଳର ଏକ ନାମଜାଦା ଘରୋଇ ସ୍କୁଲର ଏକ ବସ ଡ୍ରାଇଭର ଜଣେ ୩ ବର୍ଷର ଛାତ୍ରୀ ସହ ଦୁଷ୍କର୍ମ କରିଥିବା ଅଭିଯୋଗ। ସେହିପରି  ଜଣେ ୬ ବର୍ଷର ବାଳିକାକୁ ଚକୋଲେଟ ଦେବା ନାମରେ ୨୨ ବର୍ଷର ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ। ଉଭୟ ମାମଲାରେ ପୁଲିସ ତଦନ୍ତ ଚଳାଇଛି।

ଭୋପାଳର ଏକ ପ୍ରତିଷ୍ଠିତ ସ୍କୁଲର ନର୍ସରୀ ଛାତ୍ରୀର ପରିବାର ପକ୍ଷରୁ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଛାତ୍ରୀଙ୍କ ମା ଛାତ୍ରୀ ଘରକୁ ଫେରିବା ପରେ ତାର କପଡା ଖୋଲିବା ସମୟରେ ଛାତ୍ରୀର ପ୍ରାଇଭେଟ ପାର୍ଟରେ କ୍ଷତ ଦେଖିଥିଲେ। ସେ ଝିଅକୁ ଏ କଣ ହୋଇଛି ପଚାରିବାରୁ ଛାତ୍ରୀ କହିଥିଲା କି, ଡ୍ରାଇଭର ବସ ଭିତରେ ବ୍ୟାଡ ଟଚ କରୁଛନ୍ତି।

ପରିବାର ବର୍ଗ ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ କର୍ତ୍ତୃପକ୍ଷ ଏହାକୁ ସିଧା ସିଧା ଖାରିଜ କରିଦେଇଥିଲେ। ଏହା ପରେ ପରିବାର ପୁଲିସରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲାରେ ବସ କଣ୍ଡକ୍ଟର ଓ ମହିଳା ହେଲପରଙ୍କୁ ଗିରଫ କରିଛି। ଘଟଣାକୁ ଲୁଚାଇବା ଅଭିଯୋଗରେ ହେଲପରଙ୍କୁ ଗିରଫ କରାଯାଇଛି। କିନ୍ତୁ ସ୍କୁଲ କର୍ତ୍ତୃପକ୍ଷ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ସୂଚନା ରହିଛି।

ସେପଟେ ରାଞ୍ଚିରେ ସୋମବାର ଜଣେ ୨୨ ବର୍ଷର ଯୁବକ ୬ ବର୍ଷର ବାଳିକାକୁ ଚକଲେଟ ଦେବାକୁ କହି ତା ସହ ଦୁଷ୍କର୍ମ କରିଥିଲା। ପରିବାର ଲୋକେ ଏହା ଜାଣିବା ପରେ ଥାନାରେ ଅଭିଯୋଗ କରିଥିବା ବେଳେ ଘଟଣା ଘଟାଇ ଫେରାର ହୋଇଯାଇଥିବା ଯୁବକକୁ ପୁଲିସ ଗିରଫ କରି ନେଇଛି।

Leave a Reply

Your email address will not be published. Required fields are marked *