ମହାରାଷ୍ଟ୍ରରେ ଗଣଦୁଷ୍କର୍ମ

Spread the love

ମୁମ୍ୱାଇ: ଦିନକୁ ଦିନ ଅପରାଧ ସୀମା ଲଙ୍ଘିବାରେ ଲାଗିଛି। ଦେଶରେ ହତ୍ୟା ଠାରୁ ଆରମ୍ଭ କରି ଶୋଷଣ, ବଳାତ୍କାର ଏବଂ ଗଣଦୁଷ୍କର୍ମ ପରି ସାଙ୍ଘାତିକ ଅପରାଧ ବୃଦ୍ଧି ପାଉଛି। ନିତିଦିନି ବିଭିନ୍ନ ସ୍ଥାନରୁ ଏଭଳି ଘଟଣା ସାମ୍ନାକୁ ଆସିବା ଯେମିତି ଏକ ସ୍ୱାଭାବିକ କଥା ପାଲଟି ଯାଇଛି। ଯଦିଓ ଏହାକୁ ରୋକିବା ପାଇଁ ସରକାର ଓ ପୋଲିସ ପ୍ରଶାସନ ସମସ୍ତ ପ୍ରକାର ଉଦ୍ୟମ କରିଥାନ୍ତି, କିନ୍ତୁ ସମାଜରେ ଥିବା ଅପରାଧୀ ସେମାନଙ୍କ ଯୋଜନାରେ ସଫଳ ହୋଇଚାଲିଛନ୍ତି। ଏହାରି ମଧ୍ୟରେ ମହାରାଷ୍ଟ୍ରରୁ ଏକ ଲଜ୍ଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ୧୧ ବର୍ଷର ନାବାଳିକା ସହ ଗଣଦୁଷ୍କର୍ମ। ମହାରାଷ୍ଟ୍ର ନାଗପୁର ସହରରେ ଜଣେ ୧୧ ବର୍ଷର ବାଳିକାକୁ ୯ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗୁରୁବାର ଦିନ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ସୂଚନା ଦେଇଛି।

 ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ନାବାଳିକାଙ୍କୁ ଏକ ମାସ ମଧ୍ୟରେ ଅନେକ ଥର ଗଣଦୁଷ୍କର୍ମ କରାଯାଇଛି। ଏହି ଘଟଣାରେ ପୋଲିସ ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ନାଗପୁର ସହରଠାରୁ ୬୦ କିଲୋମିଟର ଦୂରରେ ଥିବା ଏକ ସହରରେ ଏହି ଘଟଣା ଘଟିଛି। ନାବାଳିକାକୁ ଜୁନ୍ ୧୯ ରୁ ଜୁଲାଇ ୧୫ ମଧ୍ୟରେ ଅନେକ ଥର ବଳତ୍କାର କରାଯାଇଥିଲା। ଏହି ଘଟଣାରେ ପୋଲିସ ପ୍ରେମଦାସ ଗଠିବନ୍ଦେ (୩୮), ଗୋବିନ୍ଦା ନାଥ (୨୨), ରୋଶନ କରଗାଁୱକର (୨୯), ପ୍ରଦ୍ୟୁମ୍ନ କରୁତକର (୨୨), ନିଖିଲ ନରୁଲେ (୨୪), ରାକେଶ ମହାକାଲକର (୨୪), ଗଜାନନ୍  ମୁରସ୍କର (୪୦), ସୌରଭ ରିଠେ (୨୨) ନୀତେଶ ଫୁକତା (୩୦) ଏହି ଅବିଯୁକ୍ତମାନଙ୍କୁ ଗିରଫ କରିଛି।

ପୋଲିସ ସୂଚନା ଅନୁଯାୟୀ, ପୀଡିତାର ମାତା-ପିତା ଶ୍ରମିକ କାମ କରନ୍ତି। ଅଭିଯୁକ୍ତ ରୋସନ ନାବାଳିକାର ଘରକୁ  ସବୁବେଳେ ଯିବା ଆସିବା କରୁଥିଲା। ପୀଡିତାର ମା ବାପା କହିଛନ୍ତି ଯେ, ଜୁନ୍ ୧୯ରେ ରୋସନ ତାଙ୍କ ଝିଅକୁ ନେଇ କୁଆଡେ ପଳାଇ ଯାଇଥିଲା। ସେଠାରେ ରୋସନର ସାଙ୍ଗ ନୀତେଶ ନାବାଳିକାକୁ ବଳାତ୍କାର କରିଥିଲା। ଏହାପରେ ବାକି ଅଭିଯୁକ୍ତ ମାନେ ନାବାଳିକୁ ଗଣଦୁର୍ଷ୍କମ କରିଥିଲେ। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ୩୭୬ (d), ୩୭୬ (୨), ୫୦୬ ଏବଂ ଆଇପିସିର ପୋସ୍କୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି।

  • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *