ବର୍ଷକରେ ୧୩ କୋଟି ସାଇବର ଠକେଇ

Spread the love

୨୦୨୨ର ବଡ ସାଇବର ଠକେଇ । ସାମ୍ନାକୁ ଆସିଲା ସାଇବର ଫ୍ରଡର ବାର୍ଷିକ ରିପୋର୍ଟ । ୧୨ ମାସରେ ଠକିଛନ୍ତି ୧୩ କୋଟି  ଟଙ୍କା  ଠକେଇ ହୋଇଛି। ନୂଆ କୌଶଳରେ ଚୂନା ଲଗାଇଛନ୍ତି ଲୁଟେରା । ଏକ ବର୍ଷ ଭିତରେ ସାଇବର ପୋଲସ ଦେଢ଼ କୋଟି ଟଙ୍କା ଫେରେଇ ଆଣିବାରେ ସଫଳ ହୋଇଥିଲେବି ଅଢେଇ କୋଟି ବ୍ୟାଙ୍କକୁ ଫ୍ରିଜ କରିବାରେ ସଫଳତା ମିଳିଛି  ।

ବଢୁଛି ଅପରାଧ । ରୋକିବାରେ ବିଫଳ ପୋଲିସ ପ୍ରଶାସନ  । ନା ବୋଲ ମାନୁଛନ୍ତି ଲୁଟେରା ନା ସଚେତନ ହେଉଛନ୍ତି ଲୋକେ । ୨୨ ମସିହାରେ ଲୋକଙ୍କ ନିଦ ହଜାଇଛନ୍ତି ଲୁଟେରା  ।  ସାମ୍ନାକୁ ଆସିଲା ଚଳିତ ବର୍ଷର ସାଇବର ଠକେଇ ରିପୋର୍ଟ । ରିପୋର୍ଟରେ ୧୨ ମାସରେ ୧୩ କୋଟି ଗୋଲ ହୋଇଥିବା ପ୍ରକାଶ ପାଇଛି  ।  କେତେବେଳେ କ୍ରେଡିଟ କାର୍ଡ  ତ ଆଉ କେତେବେଳେ ନିଉଡ଼ କଲ କରି ଲୋକଙ୍କ ଠାରୁ ଲୁଟିନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା । ବର୍ଷ ଶେଷସୁଧା ସାଇବର ଠକେଇ ଅଭିଯୋଗରେ ମୋଟ ୩ହଜାର ୮୧୧ଟି ଫୋନ ରିସିଭ କରିଛି ସାଇବର ଶାଖା ।  ଯେଉଁଥିରେ ସୋସିଆଲ ମିଡିଆ ଜରିଆରେ ବର୍ଷକରେ ୫୬୫ଟି ଫ୍ରଡ଼ ହୋଇଥିବା ବେଳେ ୩୨୪୬ ଟି ହୋଇଛି ଫାଇନାନ୍ସସିଆଲ ଫ୍ରଡ କଲ  । ଯାହାର ତଦନ୍ତ କରି ସାଇବର ପୋଲିସ ୫୩ ଟି ମାମଲା ରୁଜୁ କରି  ୩୮ ଜଣକୁ ଧରବାରେ ସଫଳ ହୋଇଛି ।

ଗୋଟିଏ ପଟେ ସାଇବର ଲୁଟେରାଙ୍କ ଦୌରାତ୍ମ ଅନ୍ୟପଟେ ବର୍ତ୍ତିବା ପାଇଁ ସଚେତନ କରୁଛନ୍ତି ସାଇବର ଏକ୍ସପର୍ଟ । ସଚେତନ ହେବା  ହିଁ ସାଇବର ଠକାମିରୁ ବଞ୍ଚିବାର ଗୋଟିଏ ମାଧ୍ୟମ l ଏଣୁ ସୋସିଆଲ ମିଡ଼ିଆ ରେ ସାଇବର ଠକେଇ ପାଇଁ ଦିଆଯାଉଥିବା ବାର୍ତ୍ତା କୁ ଦେଖିବା ନିହାତି ଆବଶ୍ୟକ l ଏଥିସହ ସାଇବର ଠକେଇ ଶିକାର ହେବା ପୂର୍ବରୁ ଯଦି ଠକେଇ ସମ୍ପର୍କରେ ଜାଣିବା ପାଇଁ ଟୋଲ ଫ୍ରି ନମ୍ବର ଜାରି ହେବ ନିଶ୍ଚିତ ଭାବେ ସାଇବର ଠକେଇ କମିପରିବା ବୋଲି କହିଛନ୍ତି ସାଇବର ଏକ୍ସପର୍ଟ  ପ୍ରଶାନ୍ତ ସାହୁ ।  

ସାଇବର ଲୁଟେରାଙ୍କ କବଳରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସମୟରେ  ଭିନ୍ନ ଭିନ୍ନ ଉପାୟରେ ସଚେତନତା କରାଯାଉଛି। ହେଲେ ସଚେତନ ଅଭାବରୁ ପୁଣି ଠକାମିର ଶିକାର ହେଉଛନ୍ତି ଲୋକେ।

ସ୍ୱରୂପା ମହାପାତ୍ର

Leave a Reply

Your email address will not be published. Required fields are marked *