ସାଲୁଜାଙ୍କ ପୁଅ ଗିରଫ

Spread the love

() ସିନେମାହଲରେ ବଚସା ନେଇ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଅମିତ ସିଂ କୁ ଗିରଫ କରିଛି ବେଲପଡା ପୋଲିସ। ଅମିତଙ୍କ ସହ ଅନ୍ୟ 5 ଜଣ ମଧ୍ୟ ଗିରଫ ହୋଇଛନ୍ତି। ଏମାନଙ୍କ ନାଁରେ ବିଭିନ୍ନ ସଙ୍ଗୀନ ଦଫା ରେ ମାମଲା ରୁଜୁ ହୋଇଛି ।  ସେପଟେ  ସାଧାରଣ ଝାମେଲାକୁ ନେଇ ବଡ଼ ମାମଲା ରୁଜୁ କରିବା ଘଟଣାକୁ ନିନ୍ଦା କରିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା । ଆଲିସାନ ହୋଟେଲ ତଥା ସିନେମାହଲ ର ଅଂଶୀଦାର ପୋଲିସ ଡ଼ି ଜି । ଯାହାଙ୍କ ଇସାରା ରେ ହୁଏ ମାମଲା ଗୁଡିକୁ ରଂଜିତ କରାଯାଏ ବୋଲି ଅଭିଯୋଗ କରିଛନ୍ତି ସାଲୁଜା ।

ସିନେମାହଲରେ ବଚସା ! ହଲ ମାଲିକ ଙ୍କୁ ଆକ୍ରମଣ ଓ ହତ୍ୟା ଧମକ ଅଭିଯୋଗରେ ଗିରଫ ହୋଇଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଅମିତ ସିଂ ସାଲୁଜା । ଘଟଣାରେ ଅନ୍ୟ ୫ଜଣଙ୍କୁ ମଧ୍ୟ ଗିରଫ କରିଛି ପୁଲିସ। ଅଭିଯୁକ୍ତ ସେଜି ସିଂ ସାଲୁଜା(ଅମିତ), ଅଜୟ ଅଗ୍ରଓ୍ବାଲ, ବିକାଶ ଅଗ୍ରଓ୍ବାଲ, ବିପୁଲ ମାରୁକ୍, ଧରମବୀର ଗୁପ୍ତା, ରାଜା ପାତ୍ରଙ୍କୁ ଗିରଫ କରି ବେଲପଡା ପୋଲିସ କୋର୍ଟ ଚାଲାଣ କରିଛି । ଏମାନଙ୍କ ବିରୁଦ୍ଧରେ ସଙ୍ଗିନ ଦଫା ଲଗାଇଛି ବେଲପଡା ପୋଲିସ ।  ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୧୯ଲକ୍ଷ ଟଙ୍କା ଓ ବିପୁଳ ପରିମାଣର ଦାମୀ ମଦ ଜବତ ହୋଇଥିବା ଏସଡିପିଓ ସୂଚନା ଦେଇଛନ୍ତି । ସେପଟେ  ତାଙ୍କୁ ମିଛ କେସରେ ଫସାଇ ଦିଆଯାଇଛି । ତାଙ୍କ କ୍ୟାରିୟର ଓ ତାଙ୍କ ବାପାଙ୍କୁ ବରବାଦ କରିବା ପାଇଁ ସରକାର ଙ୍କ ଚାଲ ବୋଲି ପ୍ରତିକ୍ରିୟା ରଖିଛନ୍ତି ଅମିତ ସିଂ ସାଲୁଜା ।

ଅନ୍ୟପଟେ ମାମଲା ନେଇ ପୁଲିସ ଡିଜିଙ୍କୁ ଟାର୍ଗେଟ କରିଛନ୍ତି ସନ୍ତୋଷ ସିଂ ସାଲୁଜା । କଣ୍ଟାବାଞ୍ଜି ସହର ନିକଟସ୍ଥ ଆଲିସାନ ହୋଟେଲ ତଥା ସିନେମା ହଲ ରେ ପୋଲିସ ଡିଜି ଙ୍କ ଅଂଶୀଦାର ରହିଥିବା ସାଲୁଜା କହିଛନ୍ତି l ଯାହାଙ୍କ ନିର୍ଦେଶ ରେ ସାମାନ୍ୟ ବଚସା ବି ଉଗ୍ର ରୂପ ନେଇଯାଏ। ଆଉ ପୋଲିସ ବି ମନ ଇଚ୍ଛା ଦଫା ଲଗାଇ ଦିଏ।  ବିଧାୟକ ଙ୍କ ପୁଅ କଣ କ୍ରିମିନାଲ କି ବୋଲି ପ୍ରଶ୍ନ କରିଛନ୍ତି ସନ୍ତୋଷ ସିଂ ସାଲୁଜା ?   ମିଥ୍ୟା କେଶ କୁ ନେଇ ପୋଲିସ ଏତେ ସଂଗୀନ ମାମଲା ରୁଜୁ କରିବା ଘଟଣା କୁ ନିନ୍ଦା କରିଛନ୍ତି l  ଜିଲ୍ଲାପାଳଙ୍କ ସହ ତୁତୁ ମେଁମେଁ ଘଟଣା କୁ ନେଇ ସରକାର ତାଙ୍କୁ ବଦନାମ କରିବାକୁ ହୀନ ପ୍ରୟାସ କରିଥିବା କହିଛନ୍ତି ସାଲୁଜା ।.

ତେବେ ବିଧାୟକଙ୍କ ଅଭିଯୋଗ ସତ ନାଁ ପୁଅକୁ ବଞ୍ଚାଇବାକୁ ଯାଇ ଏମିତି କହୁଛନ୍ତି । ତାହା ତଦନ୍ତ ପରେ ହିଁ ଜଣାପଡିବ । ପାଟଣାଗଡରୁ ଅଜିତ ପୁରୋହିତ ଓ ଟିଟିଲାଗଡରୁ ସଞ୍ଜୟ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *