ତାନ୍ତ୍ରିକର ଯୌନଶୋଷଣର ଶୀକାର ହୋଇଛନ୍ତି ୪୦ରୁ ୫୦ ମହିଳା। ମହିଳାଙ୍କ ସ୍ୱାମୀକୁ ପାଗଳ ସଜାଇ ମହିଳାଙ୍କ ସହ ଯୌନ ବ୍ୟଭିଚାରରେ ମାତିଥିଲା ତାନ୍ତ୍ରିକ। ଏମିତି ଜଘନ୍ୟ କାମ ଗଲା ୧୫ ବର୍ଷ ଧରି ନିଜର ତନ୍ତ୍ରମନ୍ତ୍ର ବଳରେ କରିଆସୁଥିଲା ତାନ୍ତ୍ରିକ। ମଧ୍ୟପ୍ରଦେଶର ମଣ୍ଡାସୁରରୁ ଆସିଛି ଏଭଳି ଅଭାବନୀୟ ଘଟଣା। ମହିଳାଙ୍କୁ ନିଶା ଦେଇ ଅଚେତ କଲା ପରେ ତାଙ୍କ ସହ ଦୁଷ୍କର୍ମ କରୁଥିଲା ତାନ୍ତ୍ରିକ ମୁବାରକ ମନସୁରି। ଆଉ ଭୟରେ ମହିଳାମାନେ ପାଟି ଫିଟାଉନଥିଲେ। ଗାରୋଠର ବାଲୌଦା ଗାଁରେ ଏଭଳି ଭଣ୍ଡ ତାନ୍ତ୍ରିକକୁ ଗିରଫ କରିଛି ପୁଲିସ। ହିନ୍ଦୁ ସଂଗଠନର ଅଭିଯୋଗ ହେଉଛି ଯେ, ମୁବାରକ ହିନ୍ଦୁ ମହିଳାଙ୍କୁ ଟାର୍ଗେଟ କରୁଥିଲା। ପୁଲିସ ମନସୁରି ପାଖରୁ ତନ୍ତ୍ରମନ୍ତ୍ର, ବଶୀକରଣ, ଅଶ୍ଲୀଳ ପୁସ୍ତକ, ଯୌନଶକ୍ତିବର୍ଦ୍ଧକ ଔଷଧ ଆଦି ଜବତ କରିଛି। ଗାଁରେ ରହି ମନସୁରି ପ୍ରାୟ ୧୫ ବର୍ଷ ହେଲା ଗୁଣିଗାରେଡ଼ି କରୁଥିଲା। ସେ ନିଜର ଫେକ୍ ଆଧାର କାର୍ଡ ବି କରିଥିଲା। ଜଣେ ପୀଡ଼ିତା ମହିଳାଙ୍କ ଅଭିଯୋଗ ପରେ ଗାଁର ପ୍ରାୟ ୪୦ ମହିଳା ତାହାର ପାଶବିକ ଅତ୍ୟାଚାରର ଶୀକାର ହୋଇଥିବା ଚର୍ଚ୍ଚା ହେଉଛି। ଯେହେତୁ ସେ କଳା ଜାଦୁ ଜାଣେ। ସେଥିଲାଗି ଜେଲରୁ ଫେରିବା ପରେ ପରିବାରର ଅନିଷ୍ଟ ଆଶଙ୍କା କରି ଅନେକ ମୁହଁ ଖୋଲୁନଥିଲେ।


Naxatra News is now on Whatsapp
Join and get latest news update delivered to you via whatsapp
Join Now