ଭୁବନେଶ୍ୱର : ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ କର୍ମଚାରୀ । ପୋଲିସ୍ କର୍ମଚାରୀ ଜଣକ ହେଉଛନ୍ତି ସହିଦ ନଗର ଥାନା ଏଏସଆଇ ମମତା ବସ୍ତିଆ । ଭିଜିଲାନ୍ସ ମମତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଗିରଫ କରିଛି । ମମତା ଏକ ମାମଲାରେ ସହଯୋଗ ପାଇଁ ଏତଲାକାରୀଙ୍କ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ପାଇ ଭିଜିଲାନ୍ସ ଅଧିକାରୀମାନେ ଚଢାଉ କରିଥିଲେ । ମମତା ଉକ୍ତ ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ ।
ଗୁରୁବାର ଦିନ ମମତା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ପରେ ଭିଜିଲାନ୍ସ ମମତାଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ାଉ କରିଛି । ଚଢ଼ାଉ ବେଳେ ମମତାଙ୍କ ଘରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now