ଦୁଷ୍କର୍ମର ଶୀକାର ହୋଇମଧ୍ୟ ମୁହଁ ଖୋଲିନଥିଲେ…ମିଳିଲା ଅଭିଯୁକ୍ତକୁ ଜାମିନ

Spread the love

ଦୁଷ୍କର୍ମର ଶୀକାର ହେଲେ। କିନ୍ତୁ ମୁହଁ ଖୋଲିନଥିଲେ। ଯାହା ଲାଗି ଅଭିଯୁକ୍ତକୁ ଜାମିନ ଦେବାକୁ ବାଧ୍ୟ ହୋଇଛନ୍ତି ଅଦାଲତ। ବଡ଼ କଥା ହେଲା ଏତେ ବଡ଼ ଅଘଟଣ ଯାହା ସହ ଘଟିଥିଲା, ସେ ଥିଲେ ଜଣେ କୋର୍ଟର କର୍ମଚାରୀ। ଦୁଷ୍କର୍ମ ଭଳି ଅପରାଧର ଶୀକାର ହୋଇଥିଲେ ବି। ଏ ନେଇ ଅଭିଯୋଗ କଲେ ଦୁଷ୍କର୍ମକାରୀ କି ପରିଣାମ ଭୋଗିବ ଓ ପୀଡିତାଙ୍କ ଲାଗି ଆଇନଗତ ସୁବିଧା କଅଣ ରହିଛି। ଏ ସବୁ ଜାଣି ବି ଦୀର୍ଘ ଦିନ ଚୁପ୍ ରହିଥିଲେ। ଯାହାକୁ ନେଇ ଅଭିଯୁକ୍ତକୁ ପଞ୍ଜାବ ଓ ହରିଆଣା ହାଇକୋର୍ଟ ଜାମିନ୍ ଦେଇଛନ୍ତି। ଜାମିନ୍ ଦେଲା ବେଳେ ଜଷ୍ଟିସ ଅନୁପ ଚିତକାରା ଟିପ୍ପଣୀ ଦେଇଛନ୍ତି କି, ପୀଡିତା ଜଣକ କୋର୍ଟର କର୍ମଚାରୀ। ଜଣେ ପରିପକ୍ୱ ମହିଳା। ଦୁଷ୍କର୍ମର ଶୀକାର ହୋଇ ବି ଦୀର୍ଘ ଦିନ ହେଲା ନୀରବ ଥିଲେ।

ଆଉ ଯେଉଁଥିଲାଗି ଅଭିଯୁକ୍ତକୁ ଜାମିନ ମିଳିବାରେ ସହଜ ହେଲା। ଘଟଣା ଥିଲା ଏମିତି। ମହିଳା କର୍ମଚାରୀଙ୍କ ସହ ଅଭିଯୁକ୍ତ ଧୀରେ ଧୀରେ ବନ୍ଧୁତା ବଢାଇଥିଲା। ଦିନେ ନିଜ ଘରକୁ ବୁଲାଇ ନେଇଥିଲା। ଆଉ ମହିଳାଙ୍କ ସହ ଯୌନ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲା। କିନ୍ତୁ ସମ୍ପର୍କ ରଖିବାକୁ ମନା କରିବାରୁ ଅଭିଯୁକ୍ତ ଜଣକ ମୋବାଇଲ ଫୋନରୁ ଆନନ୍ଦ କାରଜ ସାହିବ ମନ୍ତ୍ର ପ୍ଲେ କରିଥିଲା। ଶିଖ୍ ସମ୍ପ୍ରଦାୟ ଅନୁସାରେ ଆନନ୍ଦ କାରଜ୍ ଦୁଇଟି ଆତ୍ମାର ମିଳନ କୁହାଯାଏ। ଦୁହିଁଙ୍କ ଆଗରେ ଗୁଟକା ସାହିବଙ୍କୁ ଆଣି ଥୋଇଥିଲା ଓ ତାଙ୍କୁ ସାକ୍ଷୀ ରଖି ୪ ଥର ଫେରି ନେଇଥିଲା ଅଭିଯୁକ୍ତ। କହିବାକୁ ଗଲେ ଶିଖ୍ ସମ୍ପ୍ରଦାୟର ବିବାହ ପ୍ରଥା ଅନୁସାରେ ନିଜ ଘରେ ସବୁ ସମ୍ପନ୍ନ କରିଥିଲା ଅଭିଯୁକ୍ତ। ଏହା ପରେ ମହିଳାଙ୍କ ମଥାରେ ସିନ୍ଦୂର ପିନ୍ଧାଇଥିଲା। ଏହା ପରେ ମହିଳାଙ୍କ ସହ ଯୌନ ସମ୍ପର୍କ ରଖିଥିଲା। କିନ୍ତୁ ପରେ ଏଭଳି ବିବାହକୁ ଏଡାଇ ଯାଇଥିଲା ଅଭିଯୁକ୍ତ।

ପୀଡିତା ପ୍ରତିବାଦ କରିବାରୁ ସେ ପାଲଟା ବ୍ଲାକମେଲିଂ କରିବାକୁ ଲାଗିଥିଲା। କାରଣ ଏହାରି ଭିତରେ ଅନେକ ଥର ମହିଳାଙ୍କ ସହ ସମ୍ପର୍କ ରଖିଥିଲେ ଅଭିଯୁକ୍ତ। ଆଉ ପ୍ରତିବାଦ କରିବାରୁ ମହିଳାଙ୍କ ନଗ୍ନ ଫଟୋ ଓ ଭିଡ଼ିଓ ତାଙ୍କ ବାପାଙ୍କୁ ଦେଖାଇଦେବେ ବୋଲି ଧମକ ଦେଇଥିଲା ଅଭିଯୁକ୍ତ। ମାମଲା କୋର୍ଟରେ ପହଞ୍ଚିବା ପରେ କୋର୍ଟ ବି ହୃଦବୋଧ କରିଥିଲେ କି, ପୀଡିତା ଅଶିକ୍ଷିତ ନୁହଁନ୍ତି। ଖୋଦ୍ କୋର୍ଟର କର୍ମଚାରୀ। ସେଥିଲାଗି ଆବେଦନକାରୀ ମହିଳା ହିଁ ପ୍ରଥମ ଅପରାଧୀ। ଯିଏ ଏଭଳି ଅତ୍ୟାଚାର ଓ ଶୋଷଣର ଶୀକାର ହୋଇ ବି ଦୀର୍ଘ ଦିନ ହେଲା ଚୁପ୍ ହୋଇ ବସିଥିଲେ। ଆଉ ଅଭିଯୁକ୍ତକୁ ଜାମିନରେ ଖଲାସ କରାଇବାରେ ମହିଳାଙ୍କ ଦୀର୍ଘ ଦିନର ନୀରବତାକୁ ବି ଦାୟୀ କରିଥିଲେ ଅଦାଲତ। ଅଭିଯୁକ୍ତକୁ ୧୦ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକା, ୨୫ ହଜାର ଟଙ୍କା ଓ ଜଣେ ଜାମିନଦାର ବଳରେ ଜାମିନ ଦେଇଥିଲେ ଅଦାଲତ।

  • ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *