ପାଞ୍ଚ ବର୍ଷ ତଳେ ଲାଗୁ ହୋଇଥିଲା ଜିଏସ୍ଟି । ସେବା କର ବିକ୍ରି କର ଭଳି ୧୭ ପ୍ରକାର ସ୍ଥାନୀୟ ଟିକସ ଓ ୧୩ ପ୍ରକାର ସେସ୍ କୁ ଉଛେଦ କରି ସେହି ସ୍ତାନରେ ଜିଏସ୍ଟି ଲାଗୁ କରାଯାଇଥିଲା । ଉଦ୍ଦେଶ୍ୟ ଥିଲା ଟିକସ ଦାତାଙ୍କୁ ବହୁ ପ୍ରକାର ଟିକସରୁ ମୁକ୍ତି ଦେଇ ସହଜ ଓ ସରଳ ବ୍ୟବସ୍ଥା ପ୍ରଚଳନ କରିବା । ଉପା ସରକାର ଜିଏସ୍ଟି ପରିକଳ୍ପନା କରାଯାଇଥିଲା କିନ୍ତୁ ଏହା ୨୦୧୭ ଜୁନ୍ ୩୦ ଜୁଲାଇ ୧ ମଧ୍ୟ୍ୟରାତ୍ରିରେ ସଂସଦରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପୁର୍ବତନ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଶୁଭାରମ୍ଭ କରିଥିଲେ। ସ୍ବାଧିନତା ପରବର୍ତ୍ତୀ ଅବସ୍ଥାରେ ଟିକସ କ୍ଷେତ୍ରରେ ଜିଏସ୍ଟି ହେଉଛି ଦେଶର ସର୍ବବୃହତ ଟିକସ ସଂସ୍କାର । ଯେପରି ୧୯୪୭ ଅଗଷ୍ଟ ୧୪ ଓ ୧୫ ତାରିଖ ମଧ୍ୟ୍ୟରାତ୍ରିରେ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍ ନେହେରୁ ଅଭିଭାଷଣ ଦେଇଥିଲେ ଜିଏସ୍ଟି ଶୁଭାରମ୍ଭ ବେଳେ ମଧ୍ୟ୍ୟ ସେହିଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଜିଏସ୍ଟି ସଂଙ୍ଘୀୟ ବ୍ୟବସ୍ଥାର ଏକ ଉଦାହରଣ । କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରୀ ବୈଠକରେ ଅଧକ୍ଷତା କରୁଥିବା ବେଳେ ରାଜ୍ୟର ଅର୍ଥ ମନ୍ତ୍ରୀ ମାନେ ସଦସ୍ୟ ଅଛନ୍ତି । ୨୦୧୭ ଜୁଲାଇ ପର ଠାରୁ ଜିଏସ୍ଟି ପରିଷଦର ୪୭ ଟି ବୈଠକ ଅନୁଷ୍ଟିତ ହୋଇଯାଇଛି । ଦେଶରେ ଚାରି ଥାକିଆ ଜିଏସ୍ଟି ଲାଗୁ କରାଯାଇଛି । ପେଟ୍ରୋଲ ଡିଜେଲ ରେ ଜିଏସ୍ଟି ଲାଗୁ କରାଯାଇନାହିଁ । ମାସିକ ସଂଗ୍ରହ ଲକ୍ଷେ କୋଟି ରୁ ଅଧିକ ହେଉଛି । ଜିଏସ୍ଟି କଣ ବର୍ତ୍ତମାନ ସୁଦ୍ଧା ଜନସାଧାରଣ ଓ ଟିକସଦାତା ସମସ୍ତେ ଦ୍ବନ୍ଦରେ ଅଛନ୍ତି । ବିରୋଧୀ ଦଳ ମାନେ ଜିଏସ୍ଟି କୁ ଗବର ସିଂ ଟ୍ୟାକ୍ସ ବୋଲି କହିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଂସଦରେ ଜିଏସ୍ଟି କୁ ଗବର ସିଂ ଟ୍ୟାକସ୍ ଓ ପେଟିଏମ କୁ ପେ ଟୁ ମୋଦୀ ବୋଲି କହି ଚର୍ଚ୍ଚା ସୃଷ୍ଟି କରିଥିଲେ । ଆର୍ଟିଫିସିଆଲ ଇଣ୍ଟେଲିଜେନସ୍ , ମେସିନ୍ ଲର୍ଣିଂ ଭଳି ପ୍ରଯୁକ୍ତି ଜ୍ଞାନକୌଶଳର ବ୍ୟବହାର ପରେ ଜିଏସ୍ଟି ସଂଗ୍ରହରେ ଉନ୍ନତି ହୋଇଛି ।ଟିକସ ଠକେଇ କୁ ରୋକିବା ଲାଗି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରାଯାଇଛି ।
ଆଜି ପର୍ଯ୍ୟନ୍ତ ସବୁ ବସ୍ତୁ ଓ ସେବା ଉପରେ ଜିଏସ୍ଟି ଲାଗୁ ହୋଇପାରିନାହଁ । ପେଟ୍ରୋଲ ସାମଗ୍ରୀ , ବିମାନ ଇନ୍ଧନ , ବିଦ୍ୟୁତ୍ ଶକ୍ତି ଉପରେ ଜିଏସ୍ଟି ଲାଗୁ ହୋଇନାହିଁ । ପେଟ୍ରୋଲ ଡିଜେଲ ଉପରେ ଜିଏସ୍ଟି ଲାଗୁ କରିବା ପାଇଁ ଦାବି ହେଉଥିଲେ ମଧ୍ୟ୍ୟ ରାଜ୍ୟ ମାନେ ରାଜସ୍ବ ହରାଇବା ଭୟରେ ରାଜ୍ୟ ମାନେ ରାଜି ହେଉନହାଁନ୍ତି । ଏହି ସଂସ୍କାର ଅନ୍ୟ ଏକ ଦିଗ ଥିଲା ବହୁ ସ୍ଥାନୀୟ ଟିକସ ଉଛେଦ ହେବା ପରେ ରାଜ୍ୟ ଗୁଡିକ ସହିବାକୁ ଥିବା କ୍ଷତିପୁରଣ ରାଶି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜାରି ରହିବ । ସେହି ଅବଧି ଆଜି ଠାରୁ ଶେଷ ହେଉଛି । ରାଜ୍ୟ କୁ ଅଧିକ ବର୍ଷ କ୍ଷତିପୁରଣ ଦିଆଯିବ ନା ନାହିଁ ତାହା ବର୍ତ୍ତମାନ ସୁଦ୍ଦା ନିଷ୍ପତ୍ତି ହୋଇନାହିଁ । ଅଗଷ୍ଟ ପ୍ରଥମ ସପ୍ତାହରେ ଜିଏସ୍ଟି ପରିଷଦର ପରବର୍ତ୍ତୀ ବୈଠକ ହେବ ମଦୁରାଇ ରେ । ସେଥିରେ କ୍ଷତିପୁରଣ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡୁଛି ।
- ସ୍ମରଜିତ୍ ଆର୍ଯ୍ୟ ଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now